ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ପାର କରିବା ସମ୍ଭାବନା

ନୂଆଦିଲ୍ଲୀ,୧୪।୪: ପଶ୍ଚିମ ଏସିଆରେ ପୁଣି ବିବାଦ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଇରାନ-ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଫଳରେ ଏହି ଅଂଚଳରେ ପ୍ରତ୍ୟେକ୍ଷ ଯୁଦ୍ଧ ସ୍ଥିତି ଉପୁଜିଛି। ତେବେ ଏହି ଯୁଦ୍ଧ ସ୍ଥିତିର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡିପାରେ। ଭାରତୀୟଙ୍କ ପକେଟ ଉପରେ ମଧ୍ୟ ଏହି ଯୁଦ୍ଧର ପ୍ରଭାବ ପଡିବ।

ଶୁକ୍ରବାର ଅଶୋଧିତ ତୈଳର ମୂଲ୍ୟ ୯୦.୪୫ ଡଲାର ପ୍ରତି ବ୍ୟାରେଲ ପହଂଚି ଯାଇଛି। ସେହିପରି ଆମେରିକାର ଇଣ୍ଟର ମିଡିଏଟ ଅଶୋଧିତ ତୈଳର ଦାମ ୮୫.୬୬ ଡଲାର ପ୍ରତି ବ୍ୟାରେଲ ପହଂଚି ଯାଇଛି। କିନ୍ତୁ ସାପ୍ତାହିକ ଆଧାରରେ ଦୁଇଟିର ମୂଲ୍ୟରେ ସାମାନ୍ୟ ହ୍ରାସ ପରିଲକ୍ଷିତ ନଜର ଆସିଛି। ଯଦି ଏପରି ସ୍ଥିତି ଲାଗି ରୁହେ, ଅଶୋଧିତ ତୈଳର ମୂଲ୍ୟ ୧୦୦ ଡଲାର ପ୍ରତି ବ୍ୟାରେଲ ପାର କରିପାରେ।

ପୂର୍ବ ସପ୍ତାହର ହିସାବ ଦେଖିଲେ ଅଶୋଧିତ ତୈଳର ମୂଲ୍ୟରେ ୦.୮୦% ହ୍ରାସ ପାଇଥିଲା, ଯେତେବେଲେକି ୱେଷ୍ଟ ଟେକ୍ସସରେ ୧%ରୁ ଅଧିକ ହ୍ରାସ ପାଇଥିଲା। ଅଶୋଧିତ ତୈଳର ଏହି ମୂଲ୍ୟ ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପୂର୍ବର ଅଟେ। ଆକ୍ରମଣର ଭୟ ଯୋଗୁଁ ସପ୍ତାହ ଶେଷରେ ମୂଲ୍ୟ ବଢିବା ଆରମ୍ଭ ହୋପିଥିଲା। ଏହା ପରେ, ଶନିବାର ବିଳମ୍ବିତ ରାତିରେ ଇରାନ ୨୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇସ୍ରାଏଲ୍ ସାମାନ୍ୟ କ୍ଷତି ସହିଛି, କିନ୍ତୁ ବର୍ତ୍ତମାନ ବିପଦ ବୃଦ୍ଧି ପାଇଛି ଯେ ପଶ୍ଚିମ ଏସିଆରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ହୋଇପାରେ।

ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତାକୁ ହ୍ରାସ କରାଯାଇପାରିବ ନାହିଁ, ତେବେ ଏହା ନିଶ୍ଚିତ ଯେ ଅଶୋଧିତ ତୈଳ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ଯୁଦ୍ଧ ଆରମ୍ଭ ହେଲେ କିମ୍ବା ଟେନସନରେ ବୃଦ୍ଧି ହେଲେ ଅଶୋଧିତ ତୈଳ ଦୀର୍ଘ ସମୟ ପରେ ପୁନର୍ବାର ବିଲିୟନ ଡଲାରରେ ୧୦୦ ଡଲାର ସ୍ତରକୁ ଅତିକ୍ରମ କରିପାରେ। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ଭାରତ ଅଧିକ କ୍ଷତି ସହିପାରେ, କାରଣ ଭାରତ ଏହାର ୯୦% ଅଶୋଧିତ ତୈଳ ଅନ୍ୟ ଦେଶରୁ କିଣିଥାଏ।

ଯଦି ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଅତିକ୍ରମ କରେ ତେବେ ଭାରତର ସାଧାରଣ ଲୋକମାନେ ମଧ୍ୟ କ୍ଷତି ସହିପାରନ୍ତି। ଯଦି ଅଶୋଧିତ ତୈଳ ବୃଦ୍ଧି ହୁଏ ତେବେ ଭାରତରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି ହୋଇପାରେ। ଏଭଳି ପରିସ୍ଥିତିରେ ସାଧାରଣ ଲୋକ ନିର୍ବାଚନ ଋତୁରେ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ପାଇଥିବା ଆରାମ କିଛି ଦିନ ମଧ୍ୟରେ ଉଭାନ ହୋଇପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri