ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି। ଉପଭୋକ୍ତାଙ୍କ ଚାହିଦାରେ ସୁଧାର ଏବଂ ଦର ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦେଶ ପକ୍ଷରୁ ଅଶୋଧିତ ତୈଳ କ୍ରୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ପେଟ୍ରୋଲିୟମ୍‌ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲରେ ମାର୍ଚ୍ଚ ଅପେକ୍ଷା ୯.୭% ଅଧିକ ଅଶୋଧିତ ତୈଳ ଆମଦାନୀ ହୋଇଛି। ପୂର୍ବ ବର୍ଷ ଅର୍ଥାତ୍‌ ୨୦୨୧ର ଏହି ଅବଧି ଅପେକ୍ଷା ଅଶୋଧିତ ତୈଳ ଆମଦାନୀରେ ୧୪.୩% ବୃଦ୍ଧି ଘଟି ୨୦.୮୭ ମିଲିୟନ ଟନ୍‌ରେ ପହଞ୍ଚିଛି। ୨୦୧୮ ଅକ୍ଟୋବର ପରଠାରୁ ଏହି ଆମଦାନୀ ପରିମାଣ ସର୍ବାଧିକ ରହିଥିଲା ବୋଲି ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରିଷ୍ଟେଡ୍‌କର ଜଣେ ଡାଉନ୍‌ଷ୍ଟ୍ରିମ୍‌ ଆନାଲିଷ୍ଟ ଜାନିବ ଶାହଙ୍କ କହିବା ଅନୁସାରେ, ଆଖିଦୃଶିଆ ରିହାତି ସହିତ ମିଡିୟମ ସୋର ୟୁରାଲ୍‌ ଗ୍ରେଡ୍‌ ଏବଂ ଷ୍ଟ୍ରଙ୍ଗ୍‌ ଡିଜେଲ କ୍ରାକ୍‌ ଘରୋଇ ଉପଭୋକ୍ତାଙ୍କ ବ୍ୟବହାର ପାଇଁ ରୁଷିଆଠାରୁ ଭାରତ କ୍ରୟ ଜାରି ରଖିଛି। ରିଫାଇନେରି କମ୍ପାନୀଗୁଡ଼ିକ ବର୍ତ୍ତମାନର ବଜାର ସ୍ଥିତି ଉପରେ ଲାଭ ଉଠାଇବା ପାଇଁ ଯୋଜନାବଦ୍ଧ ଭାବରେ ରକ୍ଷଣାବେକ୍ଷଣରେ ବିଳମ୍ବ କରିଥିଲେ। ରିଫାଇନେରିଗୁଡ଼ିକ ନେମ୍‌ପ୍ଲେଟ୍‌ କ୍ଷମତାଠାରୁ ଅଧିକରେ ପରିଚାଳିତ ହେଉଥିବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଥିବା ଶାହ କହିଛନ୍ତି। ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ ବାଣିଜି୍ୟକ କଟକଣା ସମେତ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଏଭଳି ସମୟର ଫାଇଦା ଉଠାଇ ଭାରତ ରୁଷିଆଠାରୁ ଅଧିକ ରିହାତି ସହ ଅଶୋଧିତ ତୈଳ କ୍ରୟ କରିବା ଜାରି ରଖିଛି। ଚଳିତ ଶନିବାର ଶେଷ ହୋଇଥିବା ସପ୍ତାହରେ ରୁଷିଆଠାରୁ ଭାରତ ୪ର୍ଥ ସର୍ବାଧିକ ତୈଳ କ୍ରୟ କରିଥିବା ଟ୍ୟାଙ୍କର ଟ୍ରାକିଂ ତଥ୍ୟରୁ ସୂଚନା ମିଳିଛି। ପୂର୍ବ ବର୍ଷ ଏପ୍ରିଲ ଅପେକ୍ଷା ଗତ ମାସରେ ଦେଶର ତୈଳ ପଦାର୍ଥର ଆମଦାନୀରେ ୨୩.୭% ବୃଦ୍ଧ ଘଟି ୩.୭୯ ମିଲିୟନ ଟନ୍‌ରେ ପହଞ୍ଚିଥିବା ବେଳେ ରପ୍ତାନି ୩୬.୯% ସହିତ ୫.୩୬ ମିଲିୟନ ଟନ୍‌ ହୋଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଭାରତରେ ତୈଳ ଚାହିଦା କାରଣରୁ ଆମଦାନୀରେ ବୃଦ୍ଧି ହୋଇଥିବା ୟୁବିଏସ୍‌ ବିଶ୍ଲେଷକ ଜିଓଭାନୀ ଷ୍ଟୋନୋଭୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri