ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର, ତଣ୍ଡା ବେଳାଭୂମି, ହୁକିଟୋଲା, ବତିଘରର ଫଲ୍ସ ପଏଣ୍ଟ ଆଦି ଅଞ୍ଚଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ସେହିପରି ବିଭିନ୍ନ ଧାର୍ମିକ, ସଂସ୍କୃତି ପୀଠ ତଥା ନରସିଂହପୁର ସ୍ଥିତ ମା’ ଅଲେଖ ସୁନ୍ଦରୀଙ୍କଠାରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏଠାରେ ବିଶେଷକରି ମହିଳା, ଯୁବପିଢ଼ିଙ୍କ ସମାଗମ ହୋଇଥିଲା। ଅପରପକ୍ଷରେ ହୁକିଟୋଲା ଓ ୧୧୦ ଫୁଟ ଉଚ୍ଚତା ବତିଘର ଶୀର୍ଷ ସ୍ଥାନକୁ ପର୍ଯ୍ୟଟକମାନେ ଯାଇ ଫଟୋ ଉଠାଇବା ସହ ସେଲ୍‌ଫି ନେଇ ଖୁସି ମନାଇ ଥିଲେ।

Dharitri – Odisha’s No.1 Odia Daily

Share