ଚାଇନା ଶ୍ମଶାନ ଘାଟରେ ଭିଡ଼: ପର୍ଦ୍ଦାଫାଶ କଲା ଉପଗ୍ରହ ଚିତ୍ର…

ବେଜିଂ,୧୧।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ସଙ୍କଟ ଜନକ ହୋଇପଡ଼ିଛି। ଯଦିଓ ଚାଇନା ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ବର୍ତ୍ତମାନ ଉପଗ୍ରହର ଫଟୋରୁ ଜଣାପଡିଛି ଯେ ଚାଇନାର ଶ୍ମଶାନ ବାହାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମା ହେବାରେ ଲାଗିଛି।

ଉପଗ୍ରହ ପର୍ଦ୍ଦାଫାଶ କରିଥିବା ଫଟୋରୁ ଅନୁମାନ କରାଯାଉଛି ଯେ କରୋନା ମହାମାରୀ ଯୋଗୁ ଚାଇନାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି। ଯେଉଁଥିପାଇଁ ଶ୍ମଶାନରେ ଲମ୍ବା ଧାଡି ଦେଖାଯାଉଛି । ନିକଟରେ ଚାଇନା ସରକାର ଦେଶରେ ଜାରି କରୋନା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦେଇଛନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।

ୱାଶିଂଟନ ପୋଷ୍ଟର ଖବର ଅନୁଯାୟୀ ଚାଇନାର ଚେଙ୍ଗଡୁ ସହରର ଏକ ଶବଦାହ ସ୍ଥଳରେ ଶେଷ ମୁହୂର୍ତ୍ତରେ ପ୍ରିୟଜନଙ୍କୁ ଶ୍ରଦ୍ଧାଜ୍ଞଳି ଦେବାର ପରମ୍ପରା ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ ପ୍ରତ୍ୟେକ ପରିବାରକୁ ନିଜ ପ୍ରିୟଜନଙ୍କୁ ଶେଷ ବିଦାୟ ଦେବା ପାଇଁ ମାତ୍ର ୨ ମିନିଟ ଦିଆଯାଉଛି।

ଚାଇନାର ସର୍ବଶେଷ ପରିସ୍ଥିତି ମେକ୍ସାର ଟେକ୍ନୋଲୋଜିର ଉପଗ୍ରହ ଚିତ୍ରରେ ଦୃଶ୍ୟମାନ ହେଉଛି। ଏହି ଚିତ୍ର ଉତ୍ତରରେ ବେଜିଂ, ପୂର୍ବରେ ନାନଜିଙ୍ଗ ଏବଂ ଦକ୍ଷିଣ-ପଶ୍ଚିମରେ ଚେଙ୍ଗଡୁ ଏବଂ କୁନମିଙ୍ଗ ସମେତ ଚାଇନାର ୬ଟି ଭିନ୍ନ ଭିନ୍ନ ସହରର। ମିଡିଆ ରିପୋର୍ଟ ଅନୁଯାୟୀ, ଶବଦାହ ସ୍ଥଳରେ କାର୍ଯ୍ୟ କରୁଥିବା ଲୋକମାନେ ବହୁତ ବ୍ୟସ୍ତ ଅଛନ୍ତି। ଚୋଙ୍ଗକିଙ୍ଗ ସହରର ଏକ ଶ୍ମଶାନରେ ଥିବା ରିସେପ୍ସନିଷ୍ଟ କହିଛନ୍ତି ଯେ ସେ ଗତ ୬ ବର୍ଷ ମଧ୍ୟରେ କେବେ ଏଭଳି ବ୍ୟସ୍ତ ନଥିଲେ। ମୃତ ଦେହକୁ ରଖିବା ପାଇଁ ଫ୍ରିଜ ପୂର୍ଣ୍ଣ ହୋଇ ଯାଇଛି ଏବଂ ଶବଦାହ କାର୍ଯ୍ୟ ଦିନରାତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri