ଡଗରା ବେଳାଭୂମିରେ ଗହଳି

ବାଲିଆପାଳ, ୨୬ା୧୨(ସ୍ବ.ପ୍ର.) ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ରୋକିବା ଲାଗି ଗାଇଡଲାଇନ୍‌ ଜାରି କରାଯିବା ସହ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଥିପ୍ରତି ଅମାନିଆଙ୍କ ନଜର ନାହିଁ କି ଗାଇଡଲାଇନ୍‌କୁ ଖାତିର ନ ଥିବା ଦେଖିବାକୁ ମିଳିଛି। ଶନିବାର ବଡଦିନରେ ବାଲିଆପାଳ ବ୍ଲକର ଡଗରା ବେଳଭୂମିରେ ଦେଖିବାକୁ ମିଳିଛି। ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ସେତେଟା ଦେଖିବାକୁ ମିଳି ନ ଥିଲେ ମଧ୍ୟ ଦିନ ବଢ଼ିବା ସହିତ ଓଡ଼ିଶାର ବିଭିନ୍ନ ଜିଲା ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବହୁ ଅମାନିଆ ପର୍ଯ୍ୟଟକ ବେଳାଭୂମିରେ ଗହଳି କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଶାରଦା ପ୍ରସନ୍ନ ମୁଦୁଲି, ରାମଚନ୍ଦ୍ର ପୂର୍ଦୂଲଙ୍କ ସହିତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଅମାନିଆ ପର୍ଯ୍ୟଟକଙ୍କ ଓମିକ୍ରନ ବିଷୟରେ ସଚେତନ କରିବା ସହିତ ଲୋକଙ୍କୁ ଝାଉଁ ବଣରେ ଭୋଜି କରିବାକୁ ବାରଣ କରି ବେଳାଭୂମିରୁ ଫେରାଇବାକୁ ପ୍ରୟାସ ଜାରି ରଖିଥିଲେ।