ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରୁଥିଲେ। କିନ୍ତୁ ଉକ୍ତ ଘାଟି ଅବହେଳିତ ଅବସ୍ଥାରେ ଥିବା ଯୋଗୁ ତାହା ଲୋକ ଲୋଚନକୁ ଆସିପାରି ନ ଥିଲା। ଘାଟିରେ ଥିବା ଦେବୀ ଠାକୁରାଣୀ ଏକ ଗଛ ମୂଳରେ ପୂଜା ପାଉଥିଲେ। ଏହାପରେ ପ୍ରାୟ ୧୦ ବର୍ଷ ପୂର୍ବେ ସମ୍ପୃକ୍ତ ଅଞ୍ଚଳର ରେଞ୍ଜର ତଥା ବର୍ତ୍ତମାନର ଅବସରପ୍ରାପ୍ତ ଡିଏଫ୍‌ଓ ଶରତ ଚନ୍ଦ୍ର ମିଶ୍ର ଛୋଟିଆ ମନ୍ଦିର ଘରଟିଏ କରିଥିଲେ। ଇତିମଧ୍ୟରେ ୨୦୨୪ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରେ ଘୁମୁସର ଇତିହାସର ସ୍ମୃତିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ। ଏହାପରେ ଉକ୍ତ ଘାଟିର ଉନ୍ନତିକରଣ ପାଇଁ ୬ କୋଟି ଟଙ୍କା ଅନୁମୋଦନ କରାଇଥିଲେ। ଉକ୍ତ ଅର୍ଥରେ ବର୍ତ୍ତମାନ ଘାଟିର ଉନ୍ନତିକରଣ ହୋଇଛି। ଖୁବଶୀଘ୍ର ତାହା ଉଦଘାଟିତ ହେବ।

ଉଦଘାଟନ ପୂର୍ବରୁ ଘାଟିରେ ଶହ ଶହ ପର୍ଯ୍ୟଟକଙ୍କ ଦୈନନ୍ଦିନ ଭିଡ଼ ହେଉଛି। ବିଶେଷ କରି ଯୁବତୀ ଯୁବକଙ୍କ ଭିଡ଼ ଜମୁଛି। ମନୋରଞ୍ଜନ ସହ ଭୋଜି ଭାତର ମଜା ନେଉଛନ୍ତି ଲୋକେ ସେଠୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଯୁବ ଗୋଷ୍ଠୀଙ୍କ ଭିଡ ଜମୁଥିବା ବେଳେ ସେମାନଙ୍କ ସୁରକ୍ଷା ଚିନ୍ତା ଘାରିଛି। ତେଣୁ ତୁରନ୍ତ ଘାଟିରେ ଚାରିଆଡ଼େ ସିସିଟିଭି ଲଗାଇବା ଆବଶ୍ୟକତା ରହିଛି। ନଚେତ୍‌ ବିଷ୍ୟତରେ କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହିଁ ଘାଟିକୁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ଦିଆଯାଉ। ଘାଟିରେ ପର୍ଯ୍ୟଟକିମାନେ ରହିବା ପାଇଁ କଟେଜ, ବିଦ୍ୟୁ୍‌ ପ୍ରମୁଖ ସୁବିଧା କରାଯାଇଛି।

କେମିତି ଯିବେ?
ଗଞ୍ଜାମ ଜିଲା ଭଞ୍ଜନଗର ସହରରୁ ଦଶପଲ୍ଲା ଜାତୀୟ ରାଜପଥ ରାସ୍ତାରେ ଯିବା ସମୟରେ ସହରଠୁ ୧୬ କିମି ପରେ ଘାଟି ଛକ ପଡ଼େ। ସେଠାରୁ ପ୍ରାୟ ୭ କିମି ଘଞ୍ଚ ଜଙ୍ଗଲ ଭିତରକୁ ଗଲେ ଘାଟି ପଡ଼େ। ଘାଟିର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବନ ବିଭାଗ ନିୟନ୍ତ୍ରଣରେ ଘାଟି। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆଶ୍ୟକତା ରହିଛି। ଅନ୍ୟପଟେ ଘୁମୁସର ଇତିହାସର ଆହୁରି ଅନେକ ସ୍ମୃତିର ପୁନରୁଦ୍ଧାର ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ଚକରା ବିଷୋୟୀଙ୍କ ଜନ୍ମ ସ୍ଥାନ ବିଞ୍ଜିଗିରିର ଉନ୍ନତି ପାଇଁ ଇତିମଧ୍ୟରେ ୧୫ କୋଟି ଟଙ୍କା ଅନୁମୋଦନ ହୋଇଛି। ଘୁମୁସର ଭଞ୍ଜ ରାଜବଂଶର ରାଜଧାନୀ କୁଲାଡର ମଧ୍ୟ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିବା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍‌): ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri