ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରୁଥିଲେ। କିନ୍ତୁ ଉକ୍ତ ଘାଟି ଅବହେଳିତ ଅବସ୍ଥାରେ ଥିବା ଯୋଗୁ ତାହା ଲୋକ ଲୋଚନକୁ ଆସିପାରି ନ ଥିଲା। ଘାଟିରେ ଥିବା ଦେବୀ ଠାକୁରାଣୀ ଏକ ଗଛ ମୂଳରେ ପୂଜା ପାଉଥିଲେ। ଏହାପରେ ପ୍ରାୟ ୧୦ ବର୍ଷ ପୂର୍ବେ ସମ୍ପୃକ୍ତ ଅଞ୍ଚଳର ରେଞ୍ଜର ତଥା ବର୍ତ୍ତମାନର ଅବସରପ୍ରାପ୍ତ ଡିଏଫ୍‌ଓ ଶରତ ଚନ୍ଦ୍ର ମିଶ୍ର ଛୋଟିଆ ମନ୍ଦିର ଘରଟିଏ କରିଥିଲେ। ଇତିମଧ୍ୟରେ ୨୦୨୪ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରେ ଘୁମୁସର ଇତିହାସର ସ୍ମୃତିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ। ଏହାପରେ ଉକ୍ତ ଘାଟିର ଉନ୍ନତିକରଣ ପାଇଁ ୬ କୋଟି ଟଙ୍କା ଅନୁମୋଦନ କରାଇଥିଲେ। ଉକ୍ତ ଅର୍ଥରେ ବର୍ତ୍ତମାନ ଘାଟିର ଉନ୍ନତିକରଣ ହୋଇଛି। ଖୁବଶୀଘ୍ର ତାହା ଉଦଘାଟିତ ହେବ।

ଉଦଘାଟନ ପୂର୍ବରୁ ଘାଟିରେ ଶହ ଶହ ପର୍ଯ୍ୟଟକଙ୍କ ଦୈନନ୍ଦିନ ଭିଡ଼ ହେଉଛି। ବିଶେଷ କରି ଯୁବତୀ ଯୁବକଙ୍କ ଭିଡ଼ ଜମୁଛି। ମନୋରଞ୍ଜନ ସହ ଭୋଜି ଭାତର ମଜା ନେଉଛନ୍ତି ଲୋକେ ସେଠୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଯୁବ ଗୋଷ୍ଠୀଙ୍କ ଭିଡ ଜମୁଥିବା ବେଳେ ସେମାନଙ୍କ ସୁରକ୍ଷା ଚିନ୍ତା ଘାରିଛି। ତେଣୁ ତୁରନ୍ତ ଘାଟିରେ ଚାରିଆଡ଼େ ସିସିଟିଭି ଲଗାଇବା ଆବଶ୍ୟକତା ରହିଛି। ନଚେତ୍‌ ବିଷ୍ୟତରେ କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହିଁ ଘାଟିକୁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ଦିଆଯାଉ। ଘାଟିରେ ପର୍ଯ୍ୟଟକିମାନେ ରହିବା ପାଇଁ କଟେଜ, ବିଦ୍ୟୁ୍‌ ପ୍ରମୁଖ ସୁବିଧା କରାଯାଇଛି।

କେମିତି ଯିବେ?
ଗଞ୍ଜାମ ଜିଲା ଭଞ୍ଜନଗର ସହରରୁ ଦଶପଲ୍ଲା ଜାତୀୟ ରାଜପଥ ରାସ୍ତାରେ ଯିବା ସମୟରେ ସହରଠୁ ୧୬ କିମି ପରେ ଘାଟି ଛକ ପଡ଼େ। ସେଠାରୁ ପ୍ରାୟ ୭ କିମି ଘଞ୍ଚ ଜଙ୍ଗଲ ଭିତରକୁ ଗଲେ ଘାଟି ପଡ଼େ। ଘାଟିର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବନ ବିଭାଗ ନିୟନ୍ତ୍ରଣରେ ଘାଟି। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆଶ୍ୟକତା ରହିଛି। ଅନ୍ୟପଟେ ଘୁମୁସର ଇତିହାସର ଆହୁରି ଅନେକ ସ୍ମୃତିର ପୁନରୁଦ୍ଧାର ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ଚକରା ବିଷୋୟୀଙ୍କ ଜନ୍ମ ସ୍ଥାନ ବିଞ୍ଜିଗିରିର ଉନ୍ନତି ପାଇଁ ଇତିମଧ୍ୟରେ ୧୫ କୋଟି ଟଙ୍କା ଅନୁମୋଦନ ହୋଇଛି। ଘୁମୁସର ଭଞ୍ଜ ରାଜବଂଶର ରାଜଧାନୀ କୁଲାଡର ମଧ୍ୟ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?