ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି ଶୁଳିଆ ଯାତ୍ରା। ଏହି ଯାତ୍ରାରେ ବିଭୁକୃପା ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଥିଲା। ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କୁ ଯାତ୍ରାସ୍ଥଳରେ ଦେଖିବାକୁ ମିଳିଥିଲା। ଯାତ୍ରା ପ୍ରାମ୍ଭରେ ଶୁଳିଆ ପୀଠରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର। ପୀଠରେ ଦର୍ଶନ କରିବା ସହ କମିଟି ସହ ଆଲୋଚନା କରି ଫେରି ଯାଇଥିଲେ। ଶୁଳିଆଯାତ୍ରାରେ ଲୋକଙ୍କ ବେଶ୍‌ ସମାଗମ ଥିଲା। ଏହାରି ଭିତରେ ଅନେକ ମାନସିକଧାରୀ ଯାତ୍ରାସ୍ଥଳକୁ ଆସି ଦୀପ ଧୂପ ଓ ନଡ଼ିଆ ଦେଇ ପୂଜାର୍ଚ୍ଚନା କରିବା ସହ ବୋଦା, ମେଣ୍ଢା, କୁକୁଡ଼ା, ପୋଢ଼ ଆଦି ଶୁଳିଆ ବୁଢ଼ାଙ୍କୁ ଅର୍ପଣ କରିଥିଲେ। ଶହଶହ ପଶୁପକ୍ଷୀଙ୍କ ବଳିରେ ଶୁଳିଆ ପୀଠ ରକ୍ତରଞ୍ଜିତ ହୋଇପଡ଼ିଥିଲା।

Dharitri – Odisha’s No.1 Odia Daily

Share