ଗଞ୍ଜାମ,୭ା୧୧(ବିଦ୍ୟାଧର ସାହୁ): ସରିଲା ପବିତ୍ର କାର୍ତ୍ତିକ ମାସ। ଗତକାଲି ଗୁରୁବାର ଥିବାରୁ ଆଜି ଅର୍ଥାତ୍ ଶୁକ୍ରବାର ଛାଡ଼ଖାଇ ପାଳନ କରିଛନ୍ତି ଗଞ୍ଜାମ ସହରବାସୀ। ଏଥିପାଇଁ ସହର ଶେଷ ସାନ ବଜାର ମାଛ ମାର୍କେଟରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଛାଡ଼ଖାଇ ପାଇଁ ମଟନ କିଲୋ ପ୍ରତି ୮୫୦ ଟଙ୍କା ଥିବା ବେଳେ ଭାକୁର ୨୬୦, ରୋହୀ ୨୦୦, ଖଇଙ୍ଗା ମାଛ କିଲୋ ପିଛା ୪୦୦ ଟଙ୍କାରେ ବିକ୍ରି ହେଉଛି। ଚିଙ୍ଗୁଡ଼ି କଙ୍କଡ଼ା କଥା ନ କହିବା ଭଲ। ଚିଙ୍ଗୁଡ଼ି କେଜି ପ୍ରତି ୫୦୦ ଓ କଙ୍କଡ଼ା ୭୦୦ରେ ବିକ୍ରି ହେଉଥିବା ଜଣାପଡ଼ିଛି। ଦାମ୍ ଅଧିକ ଥିଲେ ମଧ୍ୟ ଲୋକେ ଉତ୍ସାହ ଓ କୌତୂହଳରେ ମାଛ ମାଂସ କିଣିଛନ୍ତି।