ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର  ଅଟନ୍ତି ସଞ୍ଜୟ। ସେ ମୂଲ ମଜୁରୀ କାମ ସାଙ୍ଗକୁ ନିଜ ଜମିରେ ଚାଷବାସ କରି ପରିବାର ପୋଷଣ କରନ୍ତି। କିନ୍ତୁ ଚଳିତ ବର୍ଷ ୨୮ ଜାନୁଆରୀ ୨୦୨୫ରେ ଅପରାହ୍ନ ୩ ଟା ୨୫ ମିନିଟରେ କୌଣସି କାରଣ ବଶତଃ ଚାଷଜମିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ୧ ଏକର ଜମିରେ ହୋଇଥିବା ଧାନଚାଷ ପୋଡ଼ି ନଷ୍ଟ ହୋଇଯାଇଥିବା ଅଗ୍ନିଶମ ବାହିନୀ କହିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର ହେବ ବୋଲି ଅଗ୍ନିଶମ ବାହିନୀ ଆକଳନ କରି ରିପୋର୍ଟ ପ୍ରଦାନ କରିଛି। ଚାଷବାସ କରି ପରିବାର ପୋଷଣ କରୁଥିବା ସଞ୍ଜୟ କିଛି ଆର୍ଥିକ ସହାୟତା ପାଇବା ନିମନ୍ତେ ଗୁରୁବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ପାଇଁ ସଞ୍ଜୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଚାକିରି ଦେବା ନାଁରେ ଠକୁଥିଲେ ମହିଳା ସ୍ବେଚ୍ଛାସେବୀ, କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri