କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପ

ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍‌ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ ଆସୁଛି ଏବଂ ଜଳ ପମ୍ପିଙ୍ଗ୍‌ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି। ଏତଦ୍ଦ୍ବାରା ପୂର୍ବାପେକ୍ଷା ଅଧା ସମୟରେ ପାଣି୍‌ଟାଙ୍କି ଦ୍ରୁତତର ଭର୍ତ୍ତି କରିବାକୁ ଏହା ସୁନିଶ୍ଚିତ କରୁଛି। ବିଶେଷକରି ଗୁଣବତ୍ତା, ନିର୍ଭରଯୋଗ୍ୟତା ଏବଂ ନବସୃଜନକୁ କେନ୍ଦ୍ର ସ୍ଥାନରେ ରଖି କମ୍ପାନୀ ତା’ର ନୂତନ ଉତ୍ପାଦକୁ ବଜାର ପ୍ରବେଶ କରାଇଛି। ସେହିଭଳି କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପରେ ଭଲୁଟ କେସିଂ ଏବଂ ଆଡାପ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଉପରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସିଟ (ଏସ୍‌ଏସ)୍‌ ଭଳି ଉନ୍ନତ ବୈଶିଷ୍ଟ୍ୟ ରହିଛି, ଯାହା ପମ୍ପକୁ କଳଙ୍କିମୁକ୍ତ ରଖିବା ସହ ପ୍ରତିବନ୍ଧକ ଶୂନ୍ୟ କାର୍ଯ୍ୟକାରିତା ପ୍ରଦାନ କରୁଛି। ଏହା ଜାମ୍‌ ହେବା ଅଥବା ପମ୍ପର ବିଫଳତା ଭଳି ସମସ୍ୟା ସୃଷ୍ଟି ନ ହେବାକୁ ସୁନିଶ୍ଚିତ କରୁଛି ଏବଂ ସୁରୁଖୁରୁରେ ଜଳ ପ୍ରବାହକୁ ନିଶ୍ଚିତ କରୁଛି। ଏଥିସହ ଏହାର ନିର୍ମାଣ ପମ୍ପର ହାଇଡ୍ରଲିକ୍‌ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ଅଧିକ ଜଳପ୍ରବାହ ସହିତ ଉନ୍ନତ ପ୍ରଦର୍ଶନ ପ୍ରଦାନ କରୁଛି। ଏ ସମ୍ପର୍କରେ କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକ୍‌ଟ୍ରିକାଲ୍ସ ଲିମିଟେଡ୍‌ର ଭିପି ଏବଂ ବିଜ୍‌ନେସ୍‌ ହେଡ୍‌ ପମ୍ପସ ରଜତ ଚୋପ୍ରା କହିଛନ୍ତି, କ୍ରମ୍ପଟନ୍‌ ନିରନ୍ତର ଭାବେ ନବସୃଜନ ଯୋଗାଇ ଆସିଛି, ଯାହା ଆମ ଗ୍ରାହକଙ୍କ ଜୀବନ ସହିତ ମୂଲ୍ୟ ଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri