Posted inଫୁରସତ

କୁମ୍ଭୀର ଶୋଇରହେ କାହିଁକି

ସାଧାରଣତଃ ଯିଏ ବେଶି ଶୁଅନ୍ତି ତାକୁ ସମସ୍ତେ କୁମ୍ଭୀର ଭଳି ପଡ଼ି ରହୁଛି ବୋଲି କହନ୍ତି । କାରଣ ଅଧିକ ସମୟ ଶୋଇ ରହିବା ଲାଗି କୁମ୍ଭୀର ବେଶ୍‌ ପରିଚିତ। ତେବେ ସେ ଏତେ ସମୟ କାହିଁକି ଶୋଇ ରହେ ଓ ଶୋଇବା ବେଳେ କାହିଁକି ପାଟି ଖୋଲା ରଖେ ଜାଣନ୍ତୁ ସେ ସମ୍ପର୍କରେ…
କୁମ୍ଭୀର ଏକ ଶକ୍ତିଶାଳୀ ଓ ହିଂସ୍ର ପ୍ରାଣୀ। ତା’ କବଳରୁ ବଞ୍ଚତ୍ବା ଅସମ୍ଭବ ପ୍ରାୟ। ଏମିତି କି ବାଘ, ଚିତା ଭଳି ପ୍ରାଣୀଙ୍କୁ ବି ସେ ଶିକାର କରିପାରେ। ହେଲେ ଦେଖିଥିବେ ଏତେ ଶକ୍ତିଶାଳୀ ପ୍ରାଣୀ ହୋଇ ବି ଅଧିକାଂଶ ସମୟ ସେ ଶୋଇ ରହେ। ତେବେ ସେ କାହିଁକି ଏତେ ସମୟ ଶୁଏ ତା’ ପଛରେ ରହିଛି କେତେ କାରଣ। ପ୍ରଥମତଃ କୁମ୍ଭୀର ଥଣ୍ଡା ରକ୍ତର ପ୍ରାଣୀ। ସେ ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିପାରେନା।  ସେ ନିଜ ଆଖପାଖର ତାପମାତ୍ରା ଅନୁସାରେ ଗରମ ଅବା ଥଣ୍ଡା ହୁଏ। ତେଣୁ ଶୀତଦିନେ ଏମାନେ କମ୍‌ ସକ୍ରିୟ ରୁହନ୍ତି ଓ ଅଧିକ ଶୁଅନ୍ତି। କୁମ୍ଭୀର ଦିନରେ ପ୍ରାୟ ୧୦-୧୭ ଘଣ୍ଟା ଯାଏ ଶୋଇଥାଏ।
କୁମ୍ଭୀରର ଶୋଇବା ତା’ର ବୟସ, ଋତୁ ଓ ଅନ୍ୟ କାରକ ଉପରେ ବି ନିର୍ଭର କରେ। ଛୋଟ କୁମ୍ଭୀର ବଡ଼ କୁମ୍ଭୀର ଅପେକ୍ଷା କମ୍‌ ଶୁଅନ୍ତି। ଏହାବାଦ କୁମ୍ଭୀର ଏକ ଶିକାରୀ ପ୍ରାଣୀ, ଶିକାର କରିବା ପାଇଁ ତାକୁ ବହୁତ ଊର୍ଜାର ଆବଶ୍ୟକତା ପଡ଼େ। ଶିକାର କରିବା ପରେ ଶରୀରରେ ପୁଣି ଥରେ ଊର୍ଜା ଫେରାଇବା ଲାଗି ଏମାନେ ଲମ୍ବା ସମୟ ପାଇଁ ଶୁଅନ୍ତି। କୁମ୍ଭୀର ନିଜର ଊର୍ଜା ବହୁତ ଧୀରେ ଧୀରେ ଖର୍ଚ୍ଚ କରନ୍ତି। ତେଣୁ ସେମାନଙ୍କୁ ଅଧିକ ଊର୍ଜାର ଆବଶ୍ୟକତା ପଡ଼ି ନ ଥାଏ। ସେମାନେ କମ୍‌ ଖାଇ ବି ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି।
କୁମ୍ଭୀର ଅନେକ ସମୟରେ ପାଣିରେ ଭାସି ଭାସି ଶୁଅନ୍ତି ଓ ଶୋଇବାବେଳେ ଗୋଟେ ଆଖି ଖୋଲା ରଖନ୍ତି। କାରଣ କୁମ୍ଭୀର ଶୋଇବାବେଳେ ତା’ର ମସ୍ତିଷ୍କର କେବଳ ଗୋଟିଏ ଭାଗ ହିଁ ଶୋଇଥାଏ ଓ ଅନ୍ୟ ଭାଗଟି ଜାଗ୍ରତ ରହେ। ଅର୍ଥାତ୍‌ ତାଙ୍କର ଗୋଟିଏ ଭାଗ ମସ୍ତିଷ୍କ ସକ୍ରିୟ ରହେ ଏବଂ ସେମାନେ ଯେକୌଣସି ବିପଦ ପ୍ରତି ସତର୍କ ରହିପାରନ୍ତି। ଆସନ୍ନ ବିପଦକୁ ଅନୁଭବ କରିପାରନ୍ତି। ଗୋଟିଏ ଆଖିରେ ସେମାନେ ବିପଦ ପ୍ରତି ନଜର ରଖନ୍ତି। ଶିକାର ପାଖକୁ ଆସିଲେ ଶିକାର କରିପାରନ୍ତି। ତେଣୁ କୁମ୍ଭୀର ଶୋଇଛି ଭାବି ତା’ର ନିକଟତର ହେବା ବିପଜ୍ଜନକ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri