ଲୁଣାନଦୀରେ ବୁଲୁଛି ବଉଳା କୁମ୍ଭୀର: ନଦୀ କୂଳିଆବାସୀ ଭୟଭୀତ

ମହାକାଳପଡ଼ା,୧୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ, ନାଳରେ କୁମ୍ଭୀର ଘୂରି ବୁଲୁଛନ୍ତି। ରବିବାର ଅପରାହ୍ନରେ ଏକ ବିଶାଳ କୁମ୍ଭୀର ଲୁଣାନଦୀ କୂଳରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନାଚାର ବୋଲି କହିଛନ୍ତି। ଖାଦ୍ୟ ଅଭାବ ଯୋଗୁ କୁମ୍ଭୀରମାନେ କୂଳକୁ ଆସି ନଦୀ,ନାଳରେ ମାଛ କଙ୍କଡ଼ା ଖାଇଥାନ୍ତି। ଏହି ସମୟରେ ମଣିଷଙ୍କୁ ଆକ୍ରମଣ କରୁଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି।
ବେଣାକନ୍ଧା ଅଞ୍ଚଳର ଜଣେ ମହିଳାଙ୍କୁ ଗୋବରୀ ଶାଖା ନାଳରେ କୁମ୍ଭୀର ନଦୀ ମଧ୍ୟକୁ ଟାଣି ନେଇ ବୁଡ଼ାଇ ଦେଇଥିଲା। ପରଦିନ ମୃତଦେହ ଜବତ ହୋଇଥିଲା। ସେହିପରି ଖରିନାସୀ ଗ୍ରାମର ଜଣେ ମତ୍ସ୍ୟଜୀବୀ ଭଉଁରୀ ଜାଲ ପକାଇ ମାଛ ଧରିବା ବେଳେ ଏକ କୁମ୍ଭୀର ଆକ୍ରମଣ କରି ଗୁରୁତର କରିଥିଲା। ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଘରକୁ ଫେରିଛନ୍ତି। ସେହିପରି ବାଘୁଆ ମେଦ ଆଦିବାସୀପଡ଼ା ଗ୍ରାମର ଚାଷୀ ଶୌଚ ହେବାକୁ ଯାଇ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜି ଆହତ ଅବସ୍ଥାରେ ଖସି ଆସିଥିଲେ। ସ୍ଥାନୀୟ ଛପାଲୀ କେନାଲ ବନ୍ଧରେ ବିଳମ୍ବିତ ରାତିରେ କୁମ୍ଭୀର ଯାଉଥିବା ଲୋକେ ଦେଖି ଭୟଭୀତ ହୋଇଥିଲେ। ସ୍ଥାନୀୟ ଦତ୍ତପୁର ଗଁା ପୋଖରୀରୁ ଏକ ୧୦ ଫୁଟ ଲମ୍ବ କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ନଦୀରେ ଛାଡିଥିଲେ। ବିଭାଗ ପକ୍ଷରୁ ନଦୀ ନାଳରେ ପ୍ରବେଶ ନ କରିବାକୁ ସଚେତନତା ବାର୍ତ୍ତା ଦେଉଛନ୍ତି। ହେଲେ ଲୋକେ ନଦୀରେ ପ୍ରବେଶ କରିବା ସହ ମାଛ, କଙ୍କଡା ଓ ଗାଧୋଇବା ଯୋଗୁ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବନ ବିଭାଗ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ନଦୀ ନାଳକୁ ପ୍ରବେଶ ନ କରିବାକୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri