ଭାରତୀୟ ଶେୟାର ବଜାରରେ ସଙ୍କଟ, ରୁଷିଆ-ୟୁକେନ୍‌ ଯୁଦ୍ଧର ପ୍ରଭାବ…

ମୁମ୍ବାଇ,୨୪।୨ : ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧର ପ୍ରଭାବ ଭାରତୀୟ ଘରୋଇ ଷ୍ଟକ ବଜାର ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭ ହେବାର ଖବର ଯୋଗୁଁ ବଜାରରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରି-ଓପନିଂରେ ବଜାର ୩ ପ୍ରତିଶତରୁ ଅଧିକ ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଆଇସିଆଇସିଆଇ ବ୍ୟାଙ୍କର ଶେୟାର ଖୋଲିବା ମାତ୍ରେ ୪ ପ୍ରତିଶତ ହ୍ରାସ ପାଇଛି। ସମସ୍ତ ବିଭାଗୀୟ ସୂଚକାଙ୍କ ହ୍ରାସର ଲାଲ ଚିହ୍ନରେ ବୁଡି ରହିଛି।

ମୁମ୍ବାଇର ଷ୍ଟକ ମାର୍କେଟ ଗୁରୁବାର ଖୋଲିବା ସମୟରେ ଚାରିଆଡେ ଲାଲ ଚିହ୍ନ ଦେଖାଯାଇଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଶେୟାର ବଜାର ଲହୁଲୁହାଣ ହୋଇ ଯାଇଛି।
୧୮୧୩ ପଏଣ୍ଟ ହ୍ରାସ ପାଇ ସେନସେକ୍ସ ୫୫,୪୧୮ ରେ ଖୋଲିଛି। ୫୧୪ ପଏଣ୍ଟ ହ୍ରାସ ସହିତ ନିଫ୍ଟି ୧୬,୫୪୮ରେ ଖୋଲିଛି।

ସକାଳ ୯ଟା ୪୫ରେ ସେନସେକ୍ସ ୫୫,୨୧୧.୧୬ରେ କାରବାର କରୁଥିବାବେଳେ ଏଥିରେ ୨,୦୨୦.୯୦ ପଏଣ୍ଟ ହ୍ରାସ ପାଇଛି। ଯାହାକି ୩.୫୩ ପ୍ରତିଶତ । ଏହା ବ୍ୟତୀତ ନିଫ୍ଟି ୫୯୪.୪୦ ପଏଣ୍ଟ ଅର୍ଥାତ୍‌ ୩.୪୮ ପ୍ରତିଶତ ହ୍ରାସ ପରେ ୧୬,୪୬୮ରେ କାରବାର କରୁଥିବା ଦେଖାଯାଇଛି।

ସେକ୍ଟରାଲ ଇଣ୍ଡେକ୍ସରେ ସମସ୍ତ ଷ୍ଟକ ତଳକୁ ଅଛି ଏବଂ ଲାଲ ଜୋନ୍‌ ଦେଖାଯାଉଛି। ମିଡିଆ ଷ୍ଟକ୍‌ ରେ ୩.୨୫ ପ୍ରତିଶତ ହ୍ରାସ ଘଟିଛି ଏବଂ ନିଫ୍ଟି ଅଟୋ ଇଣ୍ଡେକ୍ସ ୨.୫୯ ପ୍ରତିଶତ ହ୍ରାସ ସହିତ କାରବାର କରୁଛି। ଧାତୁ ସୂଚକାଙ୍କ ମଧ୍ୟ ୨.୫ ପ୍ରତିଶତ ହ୍ରାସ ପାଇଛି। ଆଇଟି ଇଣ୍ଡେକ୍ସ ୨.୮୦ ପ୍ରତିଶତ ହ୍ରାସ ପାଇଛି । କୈଳ ଓ ଗ୍ୟାସ, ଏଫଏମସିଜି, ଆର୍ଥିକ ସେବାଗୁଡିକର ପ୍ରବଳ ହ୍ରାସ ଯୋଗୁଁ ବଜାରରେ କମ୍ପନ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ଭୁବନେଶ୍ବରରୁ ଛାତ୍ରୀ ନିଖୋଜ ଘଟଣା, ୫ ଘଣ୍ଟା ପରେ….

ଭୁବନେଶ୍ବର, ୧୦।୨: ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ ଘଟଣାରେ ପୋଲିସକୁ ସଫଳତା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର ହେଲେ ଛାତ୍ରୀ । ସୂଚନା ଅନୁସାରେ,…

ପାକିସ୍ତାନୁ ଝଟକା ଦେଲା ଭାରତର ‘ବନ୍ଧୁ’, ଭାରତକୁ ହେବ ଲାଭ!

ନୂଆଦିଲ୍ଲୀ/କାବୁଲ,୧୦।୨: ପାକିସ୍ତାନ ଆଉ ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପଡ଼ୋଶୀ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ପାକିସ୍ତାନରୁ ଔଷଧ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ…

ଦାରିଙ୍ଗବାଡି ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଉପମୁଖ୍ୟମନ୍ତ୍ରୀ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି,୧୦।୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ସୋମବାର ବିଳମ୍ବିତ ରାତ୍ରିରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri