ଚାଷୀଙ୍କ ଫସଲ ଉପରେ ଅପରାଧୀଙ୍କ ଲୋଳୁପଦୃଷ୍ଟି

ବରଗଡ଼/ବରପାଲି,୧୨।୧୦(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ)): ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଭୋଇଟିକ୍ରା ଗ୍ରାମରେ ଭାଗିରଥୀ ଭୋଇଙ୍କ ଅଧା ଏକର କଲରା କିଆରୀକୁ କେହି ଦୁର୍ବୃତ୍ତ ନଷ୍ଟ କରି ଦେଇଛନ୍ତି । କିଆରୀରେ ଥିବା ସମସ୍ତ କଲରା ଲତାକୁ ସମ୍ପୂର୍ଣ୍ଣ ଉଫାଡି ଦେଇଥିବା ଅଭିଯୋଗ ହୋଇଛି।

ଅଣଧାନ ଚାଷ ଭାବରେ ପନିପରିବାକୁ ଜିଲାରେ ଚାଷୀମାନେ ଅତି ଉତ୍ସାହ ସହିତ ଚାଷ କରିବା ପାଇଁ ମନ ବୋଲାଉଥିବା ବେଳେ ପ୍ରଥମେ ଜମୁର୍ଡା ଏବଂ ପରେ ଭୋଇଟିକ୍ରାରେ ପରିବା ଚାଷ ନଷ୍ଟ କରିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଭାଗରଥୀ ନିଜ ଜମି ବ୍ୟତୀତ ଆହୁରୀ ଧାନ ଚାଷ ପାଇଁ ୨ ଏକର ଏବଂ ପରିବା ଚାଷ ପାଇଁ ଅଧ ଏକର ଭଗଚାଷୀ ଭାବରେ ଚାଷ କରୁଛନ୍ତି। ସେ ଧାର ଉଧାର କରି ଲକ୍ଷଧିକ ଟଙ୍କା ଚାଷରେ ଖର୍ଚ୍ଚ କରିଛନ୍ତି । ଏପରିକି କଲରା ଚାଷରେ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଶନିବାର ରାତିରେ କୌଣସି ଅସାମାଜିକ ବ୍ୟକ୍ତି କଲରା ଗଛ ସବୁ ଉଫାଡି ଦେଇଥିବା ଅଭିଯୋଗ ହୋଇଛି।

ରବିବାର ସକାଳୁ ଜାଣିବା ପରେ ଗ୍ରାମବାସୀ ସହିତ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି। ବରପାଲି ପୋଲିସ ଆସି ତଦନ୍ତ କରୁଛନ୍ତି । ଦରକାର ପଡିଲେ ସନ୍ଧନୀ କୁକୁର ଆଣ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପରିବା ଫସଲ ନଷ୍ଟ ଖବର ଜାଣିବା ପରେ ବରଗଡ଼ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ତପନ ମିଶ୍ର, ଗୁଣନିଧି ପଧାନଙ୍କ ସମେତ କୁମ୍ଭାରୀ କୃଷକ ସଂଗଠନର ବହୁ ସଦସ୍ୟ ପରିବା କିଆରୀକୁ ଯାଇଥିଲେ। ଏହିପରି ଘଟଣା ବରଗଡ଼ ଜିଲାରେ ବାରମ୍ବାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ଦିଆଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ୨୦୨୬ ପରେ ୧୦ ଟଙ୍କାର ସିଗାରେଟ ହେବ କେତେ ମହଙ୍ଗା? ଜାଣନ୍ତୁ ସିଗାରେଟ ମୂଲ୍ୟ କେତେ ବଢିବ

ନୂଆଦିଲ୍ଲୀ,୨।୨: ଯଦି ଆପଣ ସିଗାରେଟ ପିଉଛନ୍ତି, ତେବେ ପ୍ୟାକେଜିଂରେ ଥିବା ଚେତାବନୀ କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ନୁହେଁ, ବରଂ ବର୍ତ୍ତମାନ ଏହା ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ…

ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ହୃଦ୍‌ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ…

ଆଜିର ସମୟରେ ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା ହେଉଛି ହୃଦ୍‌ରୋଗ। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍‌ରୋଗର…

ରାୟଗଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିଲାର ଯୁବତୀ-ଯୁବକଙ୍କୁ ୮୦% ନିଯୁକ୍ତି..

ରାୟଗଡ଼ା,୨ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଦିନିକିଆ ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳା ଉଦଘାଟନ…

ରାସ୍ତାରେ ବସିଲେ ଶହଶହ କିନ୍ନର: ଭାଇରାଲ ହେଉଛି ମୀରାଙ୍କ…

ଭୁବନେଶ୍ୱର,୨।୨:  ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ କିନ୍ନରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

EV କିଣୁଥିବା ଗ୍ରାହକ ଖୁବ ଖୁସି! ବଜେଟରେ ଶସ୍ତା ହେବା ପରେ ମଧ୍ୟବିତ୍ତଙ୍କୁ ମିଳିଲା କେତେ ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧, ୨୦୨୬ ରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ, ଯେଉଁଥିରେ ବୈଦ୍ୟୁତିକ ଯାନବାହନ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri