Posted inଖେଳ

ଏହି କ୍ରିକେଟରଙ୍କ ବିରୋଧରେ ମାମଲା ଦାୟର କଲେ ଧୋନି, ସହିଥିଲେ କୋଟି କୋଟି ଟଙ୍କାର କ୍ଷତି

ରାଞ୍ଚି,୫।୧: ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ରାଞ୍ଚି କୋର୍ଟରେ ଅପରାଧିକ ମାମଲା ଦାୟର କରିଛନ୍ତି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ମିହିର ଦିୱାକର ଏବଂ ସୌମ୍ୟା ବିଶ୍ୱାସଙ୍କ ବିରୋଧରେ ଠକେଇ ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଛନ୍ତି। ସୂଚନାନୁସାରେ, ଧୋନି ପୂର୍ବତନ ଖେଳାଳି ମିହିର ଦିୱାକର ଏବଂ ସୌମ୍ୟା ବିଶ୍ୱାସଙ୍କ କମ୍ପାନୀ ଅର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ କରି ଏକ ମାମଲା ଦାୟର କରିଛନ୍ତି।

କୁହାଯାଉଛି ଯେ ମହେନ୍ଦ୍ର ସିଂ ଧୋନି ଏବଂ ମିହିର ଦିଓ୍ବାକରଙ୍କ ମଧ୍ୟରେ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ଏକ ଚୁକ୍ତି ହୋଇଥିଲା। ସୂଚନା ଅନୁଯାୟୀ, ଧୋନି ଏବଂ ମିହିରଙ୍କ ମଧ୍ୟରେ ଏହି ଚୁକ୍ତିନାମା ୨୦୧୭ରେ ସ୍ବାକ୍ଷରିତ ହୋଇଛି। ସୂଚନାନୁସାରେ, ମିହିର ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ଧୋନି ମିହିରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ଫ୍ରାଞ୍ଚାଇଜ ଫି ଏବଂ ଲାଭ ବାଣ୍ଟିବାରେ ଆର୍କା ସ୍ପୋର୍ଟସ ବିଫଳ ହୋଇଥିଲା। ଧୋନି ୧୫ଅଗଷ୍ଟ ୨୦୨୧ରେ ପ୍ରାଧିକରଣ ପତ୍ର ବା ଅଥରିଟି ଲେଟରକୁ ବାତିଲ କରିଥିଲେ। କୁହାଯାଏ ଯେ ଧୋନିଙ୍କୁ ବାରମ୍ବାର ଆଇନଗତ ନୋଟିସ ପଠାଇବା ପରେ ମଧ୍ୟ ମିହିର ଦିୱାକରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହି କାରଣରୁ ଧୋନିଙ୍କୁ ଏହି ପଦକ୍ଷେପ ନେବାକୁ ପଡିଲା। ତେବେ ଚୁକ୍ତିନାମା ଅନୁଯାୟୀ ଧୋନି ୧୭ କୋଟି ଟଙ୍କା କ୍ଷତି ସହିଛନ୍ତି।
ମହେନ୍ଦ୍ର ସିଂ ଧୋନି ଏବଂ ମିହିର ଦିୱାକରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲ ବନ୍ଧୁତା ରହିଆସିଛି। ସୂଚନା ଅନୁଯାୟୀ, କ୍ରିକେଟ ଏକାଡେମୀ ଖୋଲିବାକୁ ଦୁହେଁ ଏକାଠି ଯୋଜନା କରିଥିଲେ। କିନ୍ତୁ ଧୀରେ ଧୀରେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବିବାଦ ଖବର ଆସିବାକୁ ଲାଗିଲା, ପରେ ମହେନ୍ଦ୍ର ସିଂ ଧୋନି ଏହି ଅପରାଧିକ ମାମଲା ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri