Posted inଜାତୀୟ

ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍‌ଓ ଗିରଫ

କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର ନିଲମ୍ବିତ ଏସ୍‌ଓ ବିନୟ ତିୱାରୀ ଓ ସବ୍‌-ଇନ୍ସପେକ୍ଟର କେ.କେ. ଶର୍ମାଙ୍କୁ ଗରିଫ କରାଯାଇଛି। ବୁଧବାର ସକାଳେ ଏସ୍‌ଟିଏଫ୍‌ ଟିମ୍‌ ବିନୟ ଓ କେ.କେଙ୍କୁ ପଚାରଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା। ଘଟଣା ଦିନ ପୋଲିସ ରେଡ୍‌ ବିଷୟରେ ଏହି ୨ଜଣ ବିକାଶଙ୍କୁ ଗୁପ୍ତ ସୂଚନା ଦେଇଥିଲେ ବୋଲି କାନପୁର ପୋଲିସ ସୂଚନା ଦେଇଛି। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୋଲିସ ଏନ୍‌କାଉଣ୍ଟର ଘଟଣାରେ ୮ଜଣ ପୋଲିସ ଯବାନ ଶହୀଦ ହୋଇଥିବା ବେଳେ ଏହା ପଛରେ ଥିବା ମାଷ୍ଟରମାଇଣ୍ଡର ଟେର୍‌ ପାଇନି କାନପୁର ପୋଲିସ। ବିକାଶର ପତ୍ତା ଲଗାଇବା ପାଇଁ ତା’ର ସହଯୋଗୀଙ୍କ ଫୋନ କଲ୍‌ ବିବରଣୀ ଖୋଜା ଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍‌ କରୋନା ପଜିଟିଭ୍‌: ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଏୟାର...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ...

ଡକାୟତଙ୍କୁ ସାମ୍ନାକରି ଜିତିଲେ ବୃଦ୍ଧ ଦମ୍ପତି ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ତିରୁନେଲଭେଲି,୧୩।୮: ତାମିଲନାଡୁର ତିରୁନେଲଭେଲିରେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିବା ମହଙ୍ଗା ପଡିଛି। ନିଜ ଘର ବାହାରେ ବସିଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଦୁଇ ଡକାୟତ ଚୋରି...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ...

ପୁଅର ସ୍କୁଲ ଫି’ ଦେଇ ନ ପାରିବାରୁ ପରିବାର ଲୋକଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୩।୬: ତାମିଲନାଡୁର ନାଗପଟ୍ଟନମ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲିପାୟମ ଇଲାକାରେ ଜଣେ ଦମ୍ପତ୍ତି ଏବଂ ତାଙ୍କ ୧୧ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର...

ନିର୍ବାଚନରେ ଅଧିକ ଖର୍ଚ୍ଚ: ସନ୍ନି ଦେଓଲ୍‌ଙ୍କ ସମସ୍ୟା ବଢ଼ିଲା

ଗୁରଦାସପୁର,୭।୭: ପଞ୍ଜାବ ଗୁରଦାସପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନରେ ସେ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ...

ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲାର ହେବ ସିବିଆଇ ଯାଞ୍ଚ୍‌, ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ…

ମୁମ୍ବାଇ, ୨୩।୭ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ରାଜ୍ୟ ପୋଲିସକୁ ଦୁଇଟି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ...

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ...

Advertisement
Archives

Model This Week