ଦାରିଙ୍ଗବାଡ଼ିରେ ବଢ଼ିଚାଲିଛି ଅପରାଧ କାର୍ଯ୍ୟକଳାପ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଉଛନ୍ତି ଅମାନୁଷିକ କାଣ୍ଡ

ଦାରିଙ୍ଗବାଡ଼ି,୮ା୯(ଅରୁଣ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି।

ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ, ଛାତି, ପିଠିରେ ଗଭୀର ଆଘାତ କରି ହତ୍ୟା ଉଦ୍ୟମ କରିଥିବା ଘଟଣା ଲୋକଙ୍କୁ ଭୟଭୀତ କରିଥିବାବେଳେ ଗତ ଶୁକ୍ରବାର ୫ ତାରିଖରେ ଜଣେ ନାବାଳିକାଙ୍କୁ କାର୍‌ ଭିତରେ ଜଣେ ବିବାହିତ ପୁରୁଷ ବଳାତ୍କାର କରି ଏବେ ପର୍ଯ୍ୟନ୍ତ ପୋଲିସ ହାତରେ ଧରା ନ ପଡ଼ିବା ଏହା ଅପରାଧୀଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ପରି କାର୍ଯ୍ୟ। ଗତ ୩ ଦିନରେ ୩ଟି ବାଇକ ଚୋରି ଘଟିଥିବା ଘଟଣା ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରକାର କୋକୁଆ ଭୟ ଦେଖାଯାଇଛି। ସେପଟେ ଏତେ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଘଟଣାକୁ ନେଇ କେତେ ସମ୍ବେଦନଶୀଳ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ଅପରାଧର ମୁଖ୍ୟ କାରଣ ବୋଲି କୁହାଯାଉଛି।
ପ୍ରକାଶ ଯେ, କୁତୁବାଡ଼ି ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବାଇକ ନଂ ( ଓ ଆର -୦୨ବିଡବ୍ଲ୍ୟୁ-୨୮୩୯)କୁ
ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିନେଇଯାଇଥିବା ଜଣାପଡ଼ିଛି। ନିଜ କାର୍‌ ମାଲିକ ଦିନବନ୍ଧୁ ମହାରଣଙ୍କ ଘର ସମ୍ମୁଖରେ ସେ ବାଇକଟି ରଖି ମାଲିକଙ୍କ ସହ ଭୁବନେଶ୍ୱର ଯାଇଥିବା କହିଛନ୍ତି। ସେ ସେଠାରୁ ଫେରିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସିମନବାଡ଼ିର ଏ. ବାଲାଜୀ ପାତ୍ରଙ୍କ ବାଇକ ଚୋରି ଯାଇଥିବା ବେଳେ ଶନିବାର ଦାରିଙ୍ଗବାଡ଼ିରୁ ନର୍ମଦା ମହାରଣାଙ୍କ ବାଇକ୍‌ ଚୋରିହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?