ଦାରିଙ୍ଗବାଡ଼ିରେ ବଢ଼ିଚାଲିଛି ଅପରାଧ କାର୍ଯ୍ୟକଳାପ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଉଛନ୍ତି ଅମାନୁଷିକ କାଣ୍ଡ

ଦାରିଙ୍ଗବାଡ଼ି,୮ା୯(ଅରୁଣ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି।

ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ, ଛାତି, ପିଠିରେ ଗଭୀର ଆଘାତ କରି ହତ୍ୟା ଉଦ୍ୟମ କରିଥିବା ଘଟଣା ଲୋକଙ୍କୁ ଭୟଭୀତ କରିଥିବାବେଳେ ଗତ ଶୁକ୍ରବାର ୫ ତାରିଖରେ ଜଣେ ନାବାଳିକାଙ୍କୁ କାର୍‌ ଭିତରେ ଜଣେ ବିବାହିତ ପୁରୁଷ ବଳାତ୍କାର କରି ଏବେ ପର୍ଯ୍ୟନ୍ତ ପୋଲିସ ହାତରେ ଧରା ନ ପଡ଼ିବା ଏହା ଅପରାଧୀଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ପରି କାର୍ଯ୍ୟ। ଗତ ୩ ଦିନରେ ୩ଟି ବାଇକ ଚୋରି ଘଟିଥିବା ଘଟଣା ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରକାର କୋକୁଆ ଭୟ ଦେଖାଯାଇଛି। ସେପଟେ ଏତେ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଘଟଣାକୁ ନେଇ କେତେ ସମ୍ବେଦନଶୀଳ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ଅପରାଧର ମୁଖ୍ୟ କାରଣ ବୋଲି କୁହାଯାଉଛି।
ପ୍ରକାଶ ଯେ, କୁତୁବାଡ଼ି ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବାଇକ ନଂ ( ଓ ଆର -୦୨ବିଡବ୍ଲ୍ୟୁ-୨୮୩୯)କୁ
ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିନେଇଯାଇଥିବା ଜଣାପଡ଼ିଛି। ନିଜ କାର୍‌ ମାଲିକ ଦିନବନ୍ଧୁ ମହାରଣଙ୍କ ଘର ସମ୍ମୁଖରେ ସେ ବାଇକଟି ରଖି ମାଲିକଙ୍କ ସହ ଭୁବନେଶ୍ୱର ଯାଇଥିବା କହିଛନ୍ତି। ସେ ସେଠାରୁ ଫେରିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସିମନବାଡ଼ିର ଏ. ବାଲାଜୀ ପାତ୍ରଙ୍କ ବାଇକ ଚୋରି ଯାଇଥିବା ବେଳେ ଶନିବାର ଦାରିଙ୍ଗବାଡ଼ିରୁ ନର୍ମଦା ମହାରଣାଙ୍କ ବାଇକ୍‌ ଚୋରିହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJP Protest: ଭାରତରେ ଲ୍ୟାଣ୍ଡ କରୁକରୁ ପ୍ରଥମ ପ୍ରତିକ୍ରିୟା ଦେଲେ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ , ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୬: ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଭାରତରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

ଆଗେ ଆଗେ ଦନ୍ତା, ପଛେ ପଛେ ଲୋକେ- ବନ ବିଭାଗ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଆନନ୍ଦପୁର ୬।୬(ସୁଶାନ୍ତ କୁମାର ସାହୁ ): ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ…

‘ଏବେଠାରୁ ସଚେତନ ନ ରହିଲେ ଭବିଷ୍ୟତ ପିଢ଼ି ପାଇଁ ସ୍ଥିତି ହେବ ଭୟଙ୍କର’

ମହାକାଳପଡ଼ା,୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବେଣାକନ୍ଧାସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ୍‌ ଜାତୀୟ ସବୁଜ ବାହିନୀ ପକ୍ଷରୁ ୫୪ ତମ ବିଶ୍ୱ…

ଦଳରେ ବିଦ୍ରୋହ ଭିତରେ ମମତା ଖେଳିଲେ ବଡ଼ ଚାଲ୍‌, ଅଭିଷେକ ବାନାର୍ଜୀଙ୍କୁ ଘୋଷଣା କଲେ…

ନୂଆଦିଲ୍‌ଲୀ,୬।୬: ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ଟିଏମସି (TMC) ମୁଖ୍ୟ ମମତା ବାନାର୍ଜୀ ଦଳୀୟ ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମମତା ବାନାର୍ଜୀ ଏହି ନୂତନ ସଙ୍ଗଠନରେ…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୬।୬: ଗୋଟିଏ ପଟେ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ହେବ ଅଷ୍ଟମ ବେତନ କମିଶନ (8th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଏବଂ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri