ଅପରାଧ କମାଉଛି ଜନଧନ ଖାତା

ନୂଆଦିଲ୍ଲୀ,୯।୧୧: କେନ୍ଦ୍ର ସରକାର ବର୍ତ୍ତମାନ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ରାଜ୍ୟ ସ୍ତରରେ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଉଛି। ଯେଉଁ ରାଜ୍ୟଗୁଡ଼ିକରେ ଏଭଳି ଆକାଉଣ୍ଟ ଖୋଲାଯାଇଛି ଉକ୍ତ ସ୍ଥାନଗୁଡ଼ିକରେ ଅପରାଧ, ମଦ, ତମାଖୁର ଚାହିଦା କମିଛି। ଜନଧନ-ଆଧାର-ମୋବାଇଲ ଯୋଗୁ ଏଭଳି ହୋଇଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଲୋକଙ୍କ ନିକଟକୁ ବ୍ୟବସ୍ଥିତ ଢଙ୍ଗରେ ସବ୍‌ସିଡି ଅର୍ଥ ଯୋଗାଣ ଲାଗି ଏହି ଖାତାଗୁଡିକ ବିଶେଷ ଯୋଗଦାନ ରଖୁଛନ୍ତି।
ଉଲ୍ଳେଖଯୋଗ୍ୟ, ଜନଧନ ଯୋଜନାରେ ୪୩.୭୬ କୋଟି ଆକାଉଣ୍ଟ ଖୋଲାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ବ୍ୟାଙ୍କଗୁଡ଼ିକ ଜନଧନ ଯୋଜନା ଅନ୍ତର୍ଗତ ଆକାଉଣ୍ଟଧାରୀଙ୍କୁ ମାଗଣା ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରୁଛନ୍ତି। ଏହି ସୁବିଧା ଥିବା ୩୧.୬୭ କୋଟି କାର୍ଡ ଜାରି କରାଯାଇଛି। ରୁପେ ଡେବିଟ କାର୍ଡରେ ୨ ଲକ୍ଷ ଟଙ୍କାର ମୁକ୍ତ ବୀମା ପ୍ରଦାନ କରାଯାଉଛି। ୨୦୧୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ୧୪.୭୨ କୋଟି ଖାତା ଖୋଲିଥିଲା। ୨୦୨୧ରେ ଏହା ବୃଦ୍ଧି ଘଟି ୪୩.୭୬ କୋଟି ଛୁଇଁଛି। ଏହା ମଧ୍ୟରେ ୫୫% ଆକାଉଣ୍ଟ ମହିଳାଙ୍କର ବୋଲି ଜଣାପଡ଼ିଛି।
ସେହିଭଳି ଦେଶ ମଧ୍ୟରେ ବ୍ୟାଙ୍କ ଶାଖା ମଧ୍ୟ ବଢ଼ିଛି। ୨୦୧୫ରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ଏହା ୧୩.୬ ଥିବା ବେଳେ ୨୦୨୧ରେ ଏହା ୧୪.୭ ଛୁଇଁଛି। ଜର୍ମାନୀ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ତୁଳନାରେ ଏହା ଅଧିକ ରହିଛି। ୨୦୧୪ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା। ଲୋକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ଦିଗରେ ଏହି ଯୋଜନା ବିଶେଷ ଭାବେ ସହାୟକ ହୋଇଛି। ଏଥିରେ ପ୍ରତି ପରିବାର ପିଛା ଆକାଉଣ୍ଟ ଖୋଲିବା ଲକ୍ଷ୍ୟ ରଖାଯାଇଥିଲା। ଏହି ଯୋଜନାରେ ୧୦ ବର୍ଷରୁ କମ୍‌ ସମୟର ପିଲାଙ୍କ ଖାତା ମଧ୍ୟ ଖୋଲାଯାଇପାରିବ। ଏଥିରେ ରୁପେ ଏଟିଏମ୍‌ କାର୍ଡ, ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, ୩୦ ହଜାର ଟଙ୍କାର ଜୀବନ ବୀମା ଏବଂ ଜମା ରାଶି ଉପରେ ସୁଧ ମିଳୁଛି। ଯେକୌଣସି ବ୍ୟାଙ୍କରେ ଏହି ଖାତା ଖୋଲିପାରିବେ। ସର୍ବନିମ୍ନ ବାଲାନ୍ସ ରଖିବାର ମଧ୍ୟ କୌଣସି ନିୟମ ରଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?