ଅପରାଧ କମାଉଛି ଜନଧନ ଖାତା

ନୂଆଦିଲ୍ଲୀ,୯।୧୧: କେନ୍ଦ୍ର ସରକାର ବର୍ତ୍ତମାନ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ରାଜ୍ୟ ସ୍ତରରେ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଉଛି। ଯେଉଁ ରାଜ୍ୟଗୁଡ଼ିକରେ ଏଭଳି ଆକାଉଣ୍ଟ ଖୋଲାଯାଇଛି ଉକ୍ତ ସ୍ଥାନଗୁଡ଼ିକରେ ଅପରାଧ, ମଦ, ତମାଖୁର ଚାହିଦା କମିଛି। ଜନଧନ-ଆଧାର-ମୋବାଇଲ ଯୋଗୁ ଏଭଳି ହୋଇଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଲୋକଙ୍କ ନିକଟକୁ ବ୍ୟବସ୍ଥିତ ଢଙ୍ଗରେ ସବ୍‌ସିଡି ଅର୍ଥ ଯୋଗାଣ ଲାଗି ଏହି ଖାତାଗୁଡିକ ବିଶେଷ ଯୋଗଦାନ ରଖୁଛନ୍ତି।
ଉଲ୍ଳେଖଯୋଗ୍ୟ, ଜନଧନ ଯୋଜନାରେ ୪୩.୭୬ କୋଟି ଆକାଉଣ୍ଟ ଖୋଲାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ବ୍ୟାଙ୍କଗୁଡ଼ିକ ଜନଧନ ଯୋଜନା ଅନ୍ତର୍ଗତ ଆକାଉଣ୍ଟଧାରୀଙ୍କୁ ମାଗଣା ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରୁଛନ୍ତି। ଏହି ସୁବିଧା ଥିବା ୩୧.୬୭ କୋଟି କାର୍ଡ ଜାରି କରାଯାଇଛି। ରୁପେ ଡେବିଟ କାର୍ଡରେ ୨ ଲକ୍ଷ ଟଙ୍କାର ମୁକ୍ତ ବୀମା ପ୍ରଦାନ କରାଯାଉଛି। ୨୦୧୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ୧୪.୭୨ କୋଟି ଖାତା ଖୋଲିଥିଲା। ୨୦୨୧ରେ ଏହା ବୃଦ୍ଧି ଘଟି ୪୩.୭୬ କୋଟି ଛୁଇଁଛି। ଏହା ମଧ୍ୟରେ ୫୫% ଆକାଉଣ୍ଟ ମହିଳାଙ୍କର ବୋଲି ଜଣାପଡ଼ିଛି।
ସେହିଭଳି ଦେଶ ମଧ୍ୟରେ ବ୍ୟାଙ୍କ ଶାଖା ମଧ୍ୟ ବଢ଼ିଛି। ୨୦୧୫ରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ଏହା ୧୩.୬ ଥିବା ବେଳେ ୨୦୨୧ରେ ଏହା ୧୪.୭ ଛୁଇଁଛି। ଜର୍ମାନୀ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ତୁଳନାରେ ଏହା ଅଧିକ ରହିଛି। ୨୦୧୪ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା। ଲୋକଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ଦିଗରେ ଏହି ଯୋଜନା ବିଶେଷ ଭାବେ ସହାୟକ ହୋଇଛି। ଏଥିରେ ପ୍ରତି ପରିବାର ପିଛା ଆକାଉଣ୍ଟ ଖୋଲିବା ଲକ୍ଷ୍ୟ ରଖାଯାଇଥିଲା। ଏହି ଯୋଜନାରେ ୧୦ ବର୍ଷରୁ କମ୍‌ ସମୟର ପିଲାଙ୍କ ଖାତା ମଧ୍ୟ ଖୋଲାଯାଇପାରିବ। ଏଥିରେ ରୁପେ ଏଟିଏମ୍‌ କାର୍ଡ, ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, ୩୦ ହଜାର ଟଙ୍କାର ଜୀବନ ବୀମା ଏବଂ ଜମା ରାଶି ଉପରେ ସୁଧ ମିଳୁଛି। ଯେକୌଣସି ବ୍ୟାଙ୍କରେ ଏହି ଖାତା ଖୋଲିପାରିବେ। ସର୍ବନିମ୍ନ ବାଲାନ୍ସ ରଖିବାର ମଧ୍ୟ କୌଣସି ନିୟମ ରଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍‌ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍‌ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri