ଅପରାଧ ମୁକ୍ତ ଭଞ୍ଜନଗର ଲକ୍ଷ୍ୟ:୫ ବନ୍ଧୁକ ସହ ୯ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ମଙ୍ଗଳବାର ଏକ ବଡ ସଫଳତା ମିଳିଛି। ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୫ ଟି ବନ୍ଧୁକ, ୨ ଟି ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ୧୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏହି ମାମଲାରେ ୯ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଅନିଲ ବେହେରା, ଟୁକୁନା ପାତ୍ର ,ବାଦଲ ସାହୁ, ସରୋଜ ଦାସ, ସୁନୀଲ କୁମାର ସାବତ, ସଂଗ୍ରାମ ଭୂୟାଁ, ସନାତନ ପ୍ରଧାନ,ବ୍ରଜ ମୋହନ ସାହୁ, ଦିବ୍ୟ ଆରୁଖ। ସନାତନ, ବ୍ରଜ ଓ ଦିବ୍ୟଙ୍କ ନାମରେ ଆଜିର ହିଁ ଗୋଟିଏ ମାମଲା ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ବେନିୟମ ମାମଲାରେ ଜଡିତ ଥିଲେ ବୋଲି ଭଞ୍ଜନଗର ଏ ଏସ ପି ରଞ୍ଜନ କୁମାର ଦେ
ମଙ୍ଗଳବାର ଅପରାହ୍ନ ରେ ଭଞ୍ଜନଗର ଥାନାରେ ଅନୁଷ୍ଟିତ ଏକ ଖବରଦାତା ସମ୍ମିଳନୀରେ ତାହା ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ଚୋରା ବନ୍ଧୁକ ରଖିଛନ୍ତି ସେମାନଙ୍କୁ ଖୋଜି ବାହାର କରି ଗିରଫ କରାଯିବ।

ବନ୍ଧୁକ ଗୁଡିକ କେଉଁଠାରୁ ଆସୁଥିଲା ତାହାର ସୁରାକ ମିଳିଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ। ମୁଖ୍ୟ ଆସାମୀ ମାନକୁ ମଧ୍ୟ ଗିରଫ କରାଯିବ। ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ସମଗ୍ର ଜିଲ୍ଲାରେ ଚାଲିଛି। ଗଞ୍ଜାମ ଜିଲା ସମେତ ଭଞ୍ଜନଗର ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି। ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଏଏସପି ଶ୍ରୀ ଦେ କହିଥିଲେ। ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ସୁଜିତ୍‌ କୁମାର ନାୟକ, ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୪ ଜଣ ଅଭିଯୁକ୍ତ ଗତକାଲି ମଲାସପଦର ରାସ୍ତାରେ ଥିବା ଏକ ମନ୍ଦିରରେ ବସି କିଛି ଅପରାଧ ଭିଆଈବା ପାଇଁ ଯୋଜନା ଚଳାଇଥିଲେ। ଏହି ସମୟରେ ରାତ୍ରି ପାଟ୍ରୋଲିଁ କରୁଥିବା ଏସଆଇ ସମୀର କୁମାର ସେଠୀ ଜାଣିବା ପରେ ଉକ୍ତ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହାପରେ ୪ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହାପରେ ସେମାନଙ୍କ ସୂଚନା ପ୍ରକାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।
ଖବରଦାତା ସମ୍ମୀଳନୀରେ ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ବାଳ, ଏ ଏସ ଆଇ ସତ୍ୟ ନାରାୟଣ ମଳିକ, ଶୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲୀପ ରାଉତ, କନେଷ୍ଟବଳ ସନ୍ତୋଷ ନାୟକ, କେ ପି ରେଡ୍ଡୀ, ବିକ୍ରମ ମହାରଣା , ଅମିତ୍ ବିଶ୍ବାଳ, ଜି ସାଗର ପ୍ରଧାନ, ଗୃହରକ୍ଷୀ ଗଜେନ୍ଦ୍ର ସାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri