ରାଜା ଚକ୍ରଙ୍କ କଳା ସାମାଜ୍ୟର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି, ସହାୟତା ନାଁରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି…

ଭୁବନେଶ୍ୱର,୧୩ା୩: ଇତିମଧ୍ୟରେ ରାଜା ଚକ୍ର ଗିରଫ ହୋଇସାରିଛନ୍ତି। ଗିରଫ ସହ କଳା ସାମ୍ରାଜ୍ୟର ଗୁମର ଖୋଲଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପ୍ରେସ୍‌ମିଟ୍‌ରେ ଶହ ଶହ କୋଟିର ଦୁର୍ନୀତି ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଟଙ୍କା ଆୟ କରିଥିଲା ଏଜେନ୍ସି। ଏହା ଆୟଠାରୁ ଅଧିକ ବି ହୋଇପାରେ, ଅଡିଟ ହେଲେ ଆହୁରି ଗୁମର ଖୋଲିବ। ପାରିପାଶର୍‌ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଥିବା ବେଳେ କୌଣସି ପାରିପାଶର୍‌ବିକ ବିକାଶ ହୋଇନଥିବା ୨ ବିଡିଓ କହିଛନ୍ତି। ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଜଣାପଡ଼ିଛି।

ପଚାରିବାରୁ ଜଣାପଡ଼ିଛି ଯେ, କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଖାଲି ଏତିକି ନୁହେଁ ଶ୍ରମିକଙ୍କ ପାଉଣା ନାଁରେ ୭୪ କୋଟି ଟଙ୍କା ହଡ଼ପ କରାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି।

Share
Tags: raja chakra