SI ପରୀକ୍ଷା କେଳେଙ୍କାରୀରେ ବଡ଼ ଖୁଲାସା କଲେ କ୍ରାଇମବ୍ରାଞ୍ଚ ଡିଜି, ମାଷ୍ଟର ମାଇଣ୍ଡରେ ଜଣେ ମହିଳା

ଭୁବନେଶ୍ୱର,୧୭।୧୦: ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜି ବଡ଼ ଖୁଲାସା କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ଘଟଣାରେ ମୋଷ୍ଟ ୱାଣ୍ଟେଡ ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି। ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଛି। ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ। ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମବ୍ରାଞ୍ଚ ଡିଜି ଅପିଲ କରିଛନ୍ତି। ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।

Dharitri – The Largest & Most Trusted Odia Daily

 

Share
Tags: odisha