Posted inଖେଳ

କ୍ରିକେଟ୍‌ ଜଗତରେ ବଡ଼ ହଲଚଲ: ସଚିନଙ୍କ ମହାରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୯: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜୋ ରୁଟ ଇତିହାସ ସୃଷ୍ଟି କରିଛନ୍ତି। ରୁଟ ଏହି ମ୍ୟାଚ୍‌ରେ ୯୬ ବଲ୍‌ରେ ୧୦୦ ରନ୍‌ର ଇନିଂସ ଖେଳିଥିଲେ। ରୁଟ ତାଙ୍କ ଶତକୀୟ ଇନିଂସ୍‌ରେ ୬ଟି ଚୌକା ମାରିଥିଲେ। ଏହା ରୁଟଙ୍କ ଦିନିକିଆ କ୍ରିକେଟ୍‌ରେ ୧୯ତମ ଶତକ ଥିଲା। ଏହା ସହିତ ସେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଥିଲେ।
ଜୋ ରୁଟ ଏବେ ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ୧୯ ଶତକ ମାରିବା ମାମଲାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଦିନିକିଆରେ ୧୯୪ ଇନିଂସ୍‌ରେ ୧୯ ଶତକ ମାରିଥିଲେ। ରୁଟ କେବଳ ୧୭୨ତମ ଇନିଂସ୍‌ରେ ଏହି ସଫଳତା ପାଇଥିଲେ। ରୁଟ ଏବେ ଦିନିକିଆରେ ଦ୍ରୁତତମ ୧୯ ଶତକ ମାରିବା ଷଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହି ରେକର୍ଡ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମଙ୍କ ନାମ ରହିଛି। ବାବର ମାତ୍ର ୧୦୨ ଇନିଂସରେ ୧୯ ଶତକ ହାସଲ କରିଛନ୍ତି।

ଦିନିକିଆରେ ଦ୍ରୁତତମ ୧୯ ଶତକ

ବାବର ଆଜମ- ୧୦୨ ଇନିଂସ
ହାସିମ ଆମଲା- ୧୦୪ ଇନିଂସ
ବିରାଟ କୋହଲି- ୧୨୪ ଇନିଂସ
ଡେଭିଡ ୱାର୍ନର- ୧୩୯ ଇନିଂସ
ଏବି ଡିଭିଲିୟର୍ସ- ୧୭୧ ଇନିଂସ
ଜୋ ରୁଟ- ୧୭୨ ଇନିଂସ
ରୋହିତ ଶର୍ମା- ୧୮୧ ଇନିଂସ
କ୍ରିସ ଗେଲ- ୧୮୯ ଇନିଂସ
ରସ ଟେଲର- ୧୯୦ ଇନିଂସ
ସଚିନ ତେନ୍ଦୁଲକର- ୧୯୪ ଇନିଂସ

ଇଂଲଣ୍ଡ ମଧ୍ୟ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଇଂରାଜୀ ଦଳ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ତୃତୀୟ ଦିନିକିଆରେ ଇଂଲଣ୍ଡ ୪୧୪ ରନ ର ବିଶାଳ ସ୍କୋର କରିଥିଲା ଏବଂ ତା’ପରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭୨ ରନରେ ଅଲଆଉଟ କରିଥିଲା। ଇଂଲଣ୍ଡ ତୃତୀୟ ଦିନିକିଆକୁ ୩୪୨ ରନରେ ଜିତିଥିଲା। ଏହା ଦିନିକିଆ କ୍ରିକେଟ ଇତିହାସରେ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଏହି ବିଶ୍ୱ ରେକର୍ଡ ଭାରତର ନାମରେ ଥିଲା। ଭାରତ ଶ୍ରୀଲଙ୍କା ବିପକ୍ଷରେ ୩୧୭ ରନରେ ବିଜୟୀ ହୋଇଥିଲା, କିନ୍ତୁ ଏବେ ଇଂଲଣ୍ଡ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri