Posted inଖେଳ

ଆଇପିଏଲ୍‌ରେ ରନ୍‌ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍‌ ଟାର୍ଗେଟ୍‌ ଛିଡ଼ା କଲା କୋଲକାତା

ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ୧୬ତମ ମ୍ୟାଚ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟ୍ସମ୍ୟାନ୍‌ ମାନେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ସ୍କୋର ଛିଡ଼ା କରିଛନ୍ତି। ୨୦ ଓଭରରେ ଦଳ ୭ ଉଇକେଟ ହରାଇ ୨୭୨ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୨୭୩ ରନ୍‌ର ବିଶାଳ ଟାର୍ଗେଟ ମିଳିଛି। ଦଳ ପକ୍ଷରୁ ସୁନୀଲ ନରେନ୍‌ ୩୯ ବଲ୍‌ରେ ୮୫ ରନ୍‌ର ଇନିଂସ ଖେଳିଥିଲେ। ସେହିଭଳି ଅଙ୍ଗକ୍ରିଶ ରଘୁବଶିଂ ୨୭ ବଲ୍‌ରେ ୫୪ ରନ୍‌ କରି ଆଇପିଏଲ୍‌ରେ ନିଜର ପ୍ରଥମ ଅର୍ଦ୍ଧଶତକ କରିଥିଲେ।

ଟୁର୍ନାମେଣ୍ଟରେ ଏଯାବତର ପ୍ରଦର୍ଶନ ଦେଖିଲେ କୋଲକାତା ଟିମ୍‌ ଏହି ମ୍ୟାଚ୍‌କୁ ଜିତି ବିଜୟର ହାଟ୍ରିକ ଲଗାଇପାରେ। ଦଳର ଖେଳାଳିଙ୍କ ବ୍ୟାଟିଂ ଦେଖି କିଛି ସେଭଳି ଆଶା କରାଯାଉଛି। ଏଯାବତ ଦଳ ଖେଳିଥିବା ୨ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦକୁ କେକେଆର୍‌ ୪ ରନ୍‌ରେ ପରାଜିତ କରିଥିଲା। ଏହାପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମଧ୍ୟ ଦଳ ୭ ଉଇକେଟରେ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri