Posted inଖେଳ

କୋହଲିଙ୍କ ଆଗରେ ଲୁହ ଛଳଛଳ ହୋଇଗଲେ ସିରାଜ, କରିପାରିଲେ ନାହିଁ ବୋଲିଂ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି Video

ବେଙ୍ଗାଲୁରୁ,୩।୪: IPL ୨୦୨୫ରେ ଏପ୍ରିଲ ୨ରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସଠାରୁ ପରାଜିତ ହୋଇଛି ଆରସିବି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁଜରାଟ ୮ ଉଇକେଟରେ ଆରସିବିକୁ ପରାସ୍ତ କରିଥିଲା। ଗୁଜୁରାଟର ବିଜୟର ନାୟକ ସାଜିଥିଲେ ମହମ୍ମଦ ସିରାଜ, ଯିଏ ମ୍ୟାଚ୍‌ରେ ୩ ଉଇକେଟ ନେଇଥିଲେ। ତେବେ ଏହି ମ୍ୟାଚ୍‌ରେ ସିରାଜଙ୍କୁ ଭାବପ୍ରବଣ ହେବାର ଦେଖାଯାଇଥିଲା। କିଛି ମୁହୂର୍ତ୍ତ ପାଇଁ ଏଭଳି ଲାଗିଥିଲା ଯେପରି ତାଙ୍କ ଆଖିରୁ ଲୁହ ବୋହିଯିବ। ବିରୋଧୀ ଆର୍‌ସିବି ପାଇଁ ଖେଳୁଥିବା ବିରାଟ କୋହଲିଙ୍କ ସମ୍ମୁଖରେ ସିରାଜ ଛଳଛଳ ହୋଇଯାଇଥିଲେ।

ଆରସିବି ବିପକ୍ଷରେ ଗୁଜରାଟ ପ୍ରଥମେ ବୋଲିଂ କରିଥିଲା। ମହମ୍ମଦ ସିରାଜ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ଅପରପକ୍ଷେ RCB ପାଇଁ ଫିଲ ସଲ୍ଟ ଏବଂ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିଥିଲେ। ସିରାଜଙ୍କ ପ୍ରଥମ ବଲ୍‌ ଫିଲ୍‌ ସଲ୍ଟଙ୍କ ସାମ୍ନା କରିଥିଲା ଏବଂ ସେ ଗୋଟିଏ ସିଙ୍ଗଲ୍‌ ନେଇଥିଲେ। ଏହା ପରେ ଯେତେବେଳେ ସିରାଜ ଦ୍ୱିତୀୟ ବଲ୍‌ ବୋଲିଂ କରିବା ଆରମ୍ଭ କଲେ, ବିରାଟ କୋହଲି ତାଙ୍କ ଆଗରେ ଥିଲେ। ବିରାଟ ବିପକ୍ଷ ଦଳର ଖେଳାଳି ଥିଲେ। ଏହା ସତ୍ତ୍ୱେ ସିରାଜ ତାଙ୍କୁ ବୋଲିଂ କରିପାରି ନ ଥିଲେ। ସେ ଭାବପ୍ରବଣ ହୋଇଯାଇଥିଲେ। ଏଭଳି ଲାଗୁଥିଲା ଯେପରି ସେ କାନ୍ଦି ପକାଇବେ।

ଭିଡିଓରେ ସିରାଜ ଏବଂ ବିରାଟଙ୍କ ମଧ୍ୟରେ ଯାହା ଘଟୁଥିବାର ଦେଖାଗଲା, ତାହା ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲଙ୍କ ପ୍ରତିକ୍ରିୟାରୁ ମଧ୍ୟ ଭଲ ଭାବରେ ବୁଝିହେଉଥିଲା। ଗିଲଙ୍କ ଭାବନା ସିରାଜ ଏବଂ ବିରାଟଙ୍କ ମଧ୍ୟରେ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ସତ୍ୟତା କହିଥିଲା।

 

View this post on Instagram

 

A post shared by ___Surya Royyyyyyy___ (@suryaroy4874)

ତେବେ ମ୍ୟାଚ ଶେଷ ହେବା ପରେ, ସିରାଜଙ୍କୁ ଏ ବିଷୟରେ ପଚରାଯାଇଥିଲା। ତାଙ୍କୁ ପଚରାଗଲା ଯେ ସେ କାହିଁକି ଭାବପ୍ରବଣ ହୋଇଗଲେ? ଏହା ଉପରେ ସେ କହିଥିଲେ ଯେ ସେ ଭାବପ୍ରବଣ ହୋଇଯାଇଥିଲେ କାରଣ ତାଙ୍କର RCB ସହିତ ୭ ବର୍ଷର ଲମ୍ବା ସମ୍ପର୍କ ରହିଛି। ବିରାଟ କୋହଲି ତାଙ୍କର ଆଦର୍ଶ। ଏହା ବ୍ୟତୀତ ସେ ଟିକେ ନର୍ଭସ ମଧ୍ୟ ଥିଲେ।
ମ୍ୟାଚ ଆରମ୍ଭରେ ସିରାଜ ଫିଲ ସଲ୍ଟ ଏବଂ ଦେବଦତ୍ତ ପାଡିକ୍କଲଙ୍କୁ ଆଉଟ କରି ଆରସିବିର ଆରମ୍ଭକୁ କ୍ଷତି ପହଞ୍ଚାଇଥିଲେ। ତା’ପରେ ସେ ବିପଜ୍ଜନକ ଦେଖାଯାଉଥିବା ଲିଭିଙ୍ଗଷ୍ଟୋନ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସର ଅନ୍ତ ଘଟାଇ ତାଙ୍କ ଦଳ ଗୁଜରାଟ ଟାଇଟାନ୍ସର ବିଜୟ ପାଇଁ ମୂଳଦୁଆ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri