Posted inଖେଳ

ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍‌ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍‌ ମିଶି ମୋଟ ୪୭ ଖେଳାଳିଙ୍କୁ ରିଟେନ୍‌ କରିଥିଲେ। ଏବେ ବାକି ଖେଳାଳି ଅକ୍ସନରେ ନଜର ଆସିବେ। ଏସବୁ ମଧ୍ୟରେ ଜଣେ ଭେଟେରାନ ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିପାରନ୍ତି। ବିସିସିଆଇର ନୂଆ ନିୟମକୁ ନେଇ ଉକ୍ତ ଖେଳାଳି ଅକ୍ସନରେ ନିଜ ନାମ ଦେବେ ନାହିଁ ବୋଲି କୁହାଯାଉଛି।

ଆଇପିଏଲ୍‌ ମେଗା ଅକ୍ସନ ଲାଗି ରେଜିଷ୍ଟ୍ରେଶନର ଅନ୍ତିମ ତାରିଖ ରବିବାର ଅର୍ଥାତ ୩ ନଭେମ୍ବର ଅଟେ। ହେଲେ ଏଥିରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ବେନ ଷ୍ଟୋକ୍ସ ଅକ୍ସନରେ ନିଜ ନାମ ଦେବେ ନାହିଁ। ଦ ଟେଲିଗ୍ରାଫ ରିପୋର୍ଟ ମୁତାବକ, ଷ୍ଟୋକ୍ସ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗତ ସିଜନରେ ମଧ୍ୟ ସେ ଖେଳି ନ ଥିଲେ। ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୧୬.୨୫ କୋଟିରେ କିଣିଥିଲା। ହେଲେ ସେ ଆହତ ହେବାକୁ ନେଇ କିଛି ମ୍ୟାଚ୍‌ ଖେଳିଥିଲେ।

ରିପୋର୍ଟ ମୁତାବକ, ଷ୍ଟୋକ୍ସ ଇଂଲଣ୍ଡ ପାଇଁ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳିବାକୁ ଚାହାନ୍ତି। ସେ ୨୦୨୨ରେ ଦଳ ପକ୍ଷରୁ ଅନ୍ତିମ ଟି୨୦ ଖେଳିଥିଲେ। ସେହିଭଳି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଅବସର ନିଷ୍ପତ୍ତିରୁ ଓହରିଯାଇ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ।ହେଲେ ଏବେ ସେ ପୁଣିଥରେ ଦିନିକିଆ ଏବଂ ଟି୨୦ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି। ଆସନ୍ତା ବର୍ଷ ଆରମ୍ଭରୁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏମିତିରେ ଷ୍ଟୋକ୍ସ ନିଜ କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି।

କେବଳ ଏତିକି ନୁହେଁ ଷ୍ଟୋକ୍ସ ଅକ୍ସନରୁ ହଟିବା ପଛର ଆଉ ଏକ କାରଣ ବିସିସିଆଇର ନୂଆ ନିୟମ ବୋଲି କୁହାଯାଉଛି। ଆଇପିଏଲ୍‌ ଗଭର୍ନି କାଉନସିଲର ନୂଆ ନିୟମ ମୁତାବକ ଅକ୍ସନରେ ବିକ୍ରି ହେବା ପରେ ଯଦି କେହି ବିଦେଶୀ ଖେଳାଳି କୌଣସି ଉପଯୁକ୍ତ କାରଣ ନ ଥାଇ ନିଜ ନାମ ଫେରାଇ ନିଅନ୍ତି ତେବେ ତାଙ୍କ ଉପରେ ୨ ବର୍ଷର ବ୍ୟାନ୍‌ ଲଗାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri