Posted inଖେଳ

ଧୋନୀ ଚାହିଁଲେ ବି ହୋଇପାରିବେ ନାହିଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ଜାଣନ୍ତୁ କାରଣ?

ନୂଆଦିଲ୍ଲୀ,୧୨।୫: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ୨୦୨୪ ଟି୨୦ ବିଶ୍ୱକପ୍‌ ପରେ ଶେଷ ହେବାକୁ ଯାଉଛି। ନିକଟରେ ବିସିସିଆଇ ସଚିବ ଜୟ ଶାହା ଏନେଇ ସୂଚନା ଦେଇ ଖୁବ୍‌ଶୀଘ୍ର ନୂଆ କୋଚ୍‌ ଲାଗି ଆବେଦନ ମଗାଯିବ ବୋଲି କହିଥିଲେ। ଏମିତିରେ ଭାରତୀୟ ଟିମ୍‌ରେ ରାହୁଲ ଦ୍ରାବିଡଙ୍କ ସ୍ଥାନ କିଏ ନେବ ତାହା ବଡ଼ ପ୍ରଶ୍ନ? କାରଣ ଦ୍ରାବିଡ ପୁଣିଥରେ ପଦ ଲାଗି ଆବେଦନ କରିବାର ଆଶା କମ୍‌। ସେହିଭଳି କ’ଣ ଏମ୍‌ ଏସ୍‌ ଧୋନୀ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ବୋଲି ଆଲୋଚନା ବଢ଼ିଛି।

ହେଲେ ଏହାର ଉତ୍ତର ହେଉଛି ନା। ଧୋନୀ ଚାହିଁଲେ ବି ଟିମ୍‌ ଇଣ୍ଡିଆର କୋଚ୍‌ ହୋଇପାରିବେ ନାହିଁ। କାରଣ ଧୋନୀ ଏଥିଲାଗି ଅଯୋଗ୍ୟ। ଭବିଷ୍ୟତର ଆଇସିସି ହଲ୍‌ ଅଫ୍‌ ଫେମର୍‌ ଏବେ ବି ଜଣେ ସକ୍ରିୟ ଖେଳାଳି ଏବଂ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ପାଇଁ ଖେଳୁଛନ୍ତି। ସକ୍ରିୟ ଖେଳାଳି ଥିବାରୁ ମୁଖ୍ୟ କୋଚ୍‌ ଭାବେ ସେ ଦାୟିତ୍ୱ ତୁଲାଇପାରିବେ ନାହିଁ। ଯଦି ସେ ଏହି ପଦ ଲାଗି ଆବେଦନ କରିବାକୁ ଚାହାନ୍ତି ତେବେ ପ୍ରଥମେ ତାଙ୍କୁ ସିଏସ୍‌କେ ପାଇଁ ଖେଳିବା ଛାଡ଼ିବାକୁ ହେବ।

ତେବେ ଧୋନୀ ସକ୍ରିୟ କ୍ରିକେଟର ଥିବା ବେଳେ ଟି୨୦ ବିଶ୍ୱକପ୍‌ ୨୦୨୧ରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି। ହେଲେ ଏହା ତାଙ୍କର ପାର୍ଟଟାଇମ୍‌ ଭୂମିକା ଥିଲା। ମୁଖ୍ୟ କୋଚ୍‌ ଏକ ଫୁଲ୍‌ ଟାଇମ୍‌ ଭୂମିକା। ଯଦି ସେ ଏଭଳି ଦାୟିତ୍ୱ ତୁଲାଇବାକୁ ଚାହିଁବେ ତେବେ ଦଳକୁ ପ୍ରାୟ ୧୦ ମାସ ସମୟ ଦେବାକୁ ହେବ। ଏହାର ସମ୍ଭାବନା ମଧ୍ୟ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri