Posted inଖେଳ

IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍‌ କହିଲେ… 

ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍‌ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍‌ ଜିତି ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ଲଗାତାର ଭାବେ ପାକିସ୍ତାର କିଛି କ୍ରିକେଟର ଟିମ୍‌ ଇଣ୍ଡିଆକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ଏବେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ ହକ ଆଇପିଏଲ୍‌କୁ ଟାର୍ଗେଟ କରିଛନ୍ତି। ସେ ସାରା ବିଶ୍ୱର ବୋର୍ଡ ଏବଂ ଖେଳାଳିଙ୍କୁ ଉକୁସାଇବାକୁ ଚେଷ୍ଟା କରିଛନ୍ତି। ଏପରିକି ଭାରତୀୟ ଲିଗ୍‌କୁ ସମସ୍ତେ ମିଶି ବଏକଟ କରିବା ଉଚିତ ବୋଲି କହିଛନ୍ତି।
ଦୁବାଇରେ ଭାରତ ଚାମ୍ପିଅନ୍ସ ଟ୍ରଫି ମୁକାବିଲାଗୁଡ଼ିକ ଖେଳୁଛି। ଏହାକୁ ନେଇ ପୂର୍ବରୁ ବିବାଦ ଉପୁଜିଛି। ଅନେକ ଖେଳାଳି ଗୋଟିଏ ମଇଦାନରେ ଖେଳିବା ଲାଭ ଭାରତକୁ ମିଳିବ ବୋଲି ଦର୍ଶାଇ ଆପତ୍ତି ଉଠାଇଛନ୍ତି। ଏବେ ଇଞ୍ଜାମାମ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିକୁ ଛାଡ଼ନ୍ତୁ। ଦୁନିଆର ଶ୍ରେଷ୍ଠ ଖେଳାଳି ଆଇପିଏଲ୍‌ରେ ଭାଗ ନେଉଛନ୍ତି। ହେଲେ ଭାରତୀୟ ଖେଳାଳି ଅନ୍ୟ କୌଣସି ଲିଗ୍‌ରେ ଖେଳିବାକୁ ଯାଆନ୍ତି ନାହିଁ। ଏବେ ସମୟ ଆସିଛି ଅନ୍ୟ ବୋର୍ଡ ନିଜର ଖେଳାଳିଙ୍କୁ ଆଇପିଏଲ୍‌ ପଠାନ୍ତୁ ନାହିଁ। ଯଦି ବିସିସିଆଇ ଦୁନିଆର ଦ୍ୱିତୀୟ ଲିଗ୍‌ ଲାଗି ନିଜର ଖେଳାଳିଙ୍କୁ ରିଲିଜ୍‌ କରିବ ନାହିଁ ତେବେ ଦ୍ୱିତୀୟ ବୋର୍ଡ ମଧ୍ୟ କଡ଼ା ଆକ୍ସନ ନେବାର ଅଧିକାର ରଖନ୍ତି ବୋଲି ସେ ଏକ ଟେଲିଭିଜନ ଚ୍ୟାନେଲରେ ଆଲୋଚନା ସମୟରେ କହିଛନ୍ତି।
ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତର କାର୍ଯ୍ୟସୂଚୀ ବିଷୟରେ ଏକ ଟିଭି ଚ୍ୟାନେଲ ଆଲୋଚନା ସମୟରେ ସକଲୈନ ମୁସ୍ତାକ କହିଥିଲେ, “ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ ପାଇଁ ପ୍ରସ୍ତୁତ ହୁଏ ଏବଂ ତା’ପରେ ସେଠାରୁ ଚାଲିଯାଏ।” ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଏହିପରି ହୁଏ ଯେ ସେମାନଙ୍କର ଖେଳାଳିମାନେ ଏତେ ଭଲ ଏବଂ ଭଲ ଖେଳୁଛନ୍ତି, ତେବେ ମୁଁ ଭାବୁଛି ଯେ ସେମାନେ ଆମ ସହିତ ୧୦ ଟେଷ୍ଟ ମ୍ୟାଚ୍‌, ୧୦ ଦିନିକିଆ ଏବଂ ୧୦ ଟି-୨୦ ମ୍ୟାଚ୍‌ ଖେଳିବା ଉଚିତ, ତା’ପରେ ସବୁକିଛି ସ୍ପଷ୍ଟ ହୋଇଯିବ।”

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri