ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍ର ପ୍ରାରମ୍ଭିକ କିଛି ମ୍ୟାଚ୍ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି।
ରବିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୨୨୧ ରନର ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ମୁମ୍ୱାଇ ଇଣ୍ଡିଆନ୍ସଠାରୁ ୬ ଉଇକେଟରେ ପରାଜିତ ହୋଇଥିଲା। ଏହି ମ୍ୟାଚ୍ରେ ନଂ-୩ରେ ବ୍ୟାଟିଂ କରି ୧୦ ବଲରେ ୧୮ ରନ କରିଥିବା ଗ୍ରୀନଙ୍କୁ ଅଧିନାୟକ ଅଜିଙ୍କ୍ୟ ରାହାନେ ବୋଲର ଭାବେ ବ୍ୟବହାର କରି ନ ଥିଲେ।
ଏହି ସମ୍ପର୍କରେ ରାହାନେ କହିଛନ୍ତି, ଗ୍ରୀନଙ୍କ ଅଣ୍ଟାରେ ସାମାନ୍ୟ ସମସ୍ୟା ରହିଛି। ଏଥିଯୋଗୁ ସେ ୧୦ରୁ ୧୨ ଦିନ ବୋଲିଂ କରିବେ ନାହିଁ। ୨୦୨୪ ଶେଷ ଆଡ଼କୁ ତାଙ୍କର ବଡ଼ ସର୍ଜରୀ କରାଯାଇଥିଲା। ତାଙ୍କର ଫିଟ୍ନେସ ସମ୍ପର୍କରେ କେକେଆର ମ୍ୟାନେଜମେଣ୍ଟକୁ ସବୁକିଛି ଜଣାଥିବା ସେ କହିଛନ୍ତି।

