ହ୍ୟାକ୍‌ ଓ୍ବେବ୍‌ସାଇଟ୍‌ରୁ ହେଉଛି କ୍ରେଡିଟ୍‌କାର୍ଡ ଠକେଇ

ନୂଆଦିଲ୍ଲୀ,୧୭।୭: ବର୍ତ୍ତମାନ ସାରା ବିଶ୍ୱରେ ଇ-କମର୍ସ ସାଇଟଗୁଡିକରେ କ୍ରେଡିଡ୍‌ କାର୍ଡ ଠକେଇ ବଢୁଥିବାରୁ ଏହାକୁ ନେଇ ଚିନ୍ତା ବଢୁଛି। ବିଶେଷକରି ହ୍ୟାକ୍‌ ଓ୍ବେବ୍‌ସାଇଟଗୁଡିକରୁ ଏଭଳି ଠକେଇ ବଢୁଥିବା ସାମ୍ନାକୁ ଆସିଛି। ଅନ୍‌ଲାଇନ କ୍ରେଡିଡ୍‌ କାର୍ଡ ସ୍କିମିଂରେ ସାଇବର ଅପରାଧୀମାନେ ଅନ୍‌ଲାଇନ ଶପିଂ ଓ୍ବେବ୍‌ସାଇଟରେ ସ୍କିମିଂ କୋଡ୍‌ ଦେଇ କ୍ରେଡିଟ କାର୍ଡର ସୂଚନା ଚୋରି କରିଥାନ୍ତି। ଗ୍ରାହକ ଦେଉଥିବା ସୂଚନାକୁ ଏମାନେ ଚୋରି କରିନେଇଥାନ୍ତି। ମାଲ୍‌ଓ୍ବେର ବଢୁଥିବାରୁ ଏହି ଓ୍ବେବସାଇଟଗୁଡିକଠାରୁ ଦୂରେଇ ରହିବା ଲାଗି ସରକାର ଲୋକଙ୍କୁ ସତର୍କ କରାଇଛନ୍ତି। ସରକାରଙ୍କ ସାଇବର ସିକ୍ୟୁରିଟି ଏଜେନ୍ସି ସର୍ଟ-ଇନ୍‌ ପକ୍ଷରୁ କୁହାଯାଇଛି ଯେ, ବିଶେଷକରି ୭ ହ୍ୟାକ୍‌ ଓ୍ବେବ୍‌ସାଇଟରୁ ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ଓ୍ବେବ୍‌ସାଇଟଗୁଡିକ ମଧ୍ୟରେ ଆଇଡିପିସିଡିଏନ୍‌-କ୍ଲାଉଡ ଡଟ୍‌କମ୍‌, ଜବଲି ଡଟ୍‌କମ୍‌, ହିସ୍କଆର୍‌କ୍ୟୁ ଡଟ୍‌ନେଟ, ସିଡିଏନ- ଏକ୍ସଏଚ୍‌ଆର୍‌ ଡଟ୍‌କମ୍‌, ର଼୍ୟାକ୍ସଏକ୍ସ-ଏଚ୍‌ଆର ୍‌ଡଟ୍‌କମ୍‌ , ଟିଏଚ୍‌ଏକ୍ସଆର୍‌କ୍ୟୁ ଡଟ୍‌କମ୍‌, ଏଚ୍‌ଆଇଭିଏନ୍‌ଡି ଡଟ୍‌ନେଟ୍‌ ଭଳି ସାଇଟ୍‌ଗୁଡିକ ପ୍ରତି ସତର୍କ ରହିବାକୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri