ସୃଷ୍ଟି ତତ୍ତ୍ୱ ଓ ବ୍ରହ୍ମା

ହିନ୍ଦୁଧର୍ମ ଅପରିବର୍ତ୍ତନୀୟ ବୋଲି ଘୋଷଣା କରିବାକୁ ରାଜନେତାମାନେ ସନାତନ ଧର୍ମ ଶବ୍ଦ ବ୍ୟବହାର କରିଥାନ୍ତି। ସେମାନଙ୍କ ମତରେ କେବଳ ମୁସଲମାନ ଓ ଇଂରେଜଙ୍କ ରାଜନୈତିକ ବିରୋଧ ଏହି ଧର୍ମରେ ବାଧା ସୃଷ୍ଟି କରିଥିଲେ। କିନ୍ତୁ ତାହା ବାସ୍ତବରେ ସତ ନୁହେଁ। ହିନ୍ଦୁଧର୍ମ ପରିବର୍ତ୍ତନୀୟ କି ନାହିଁ ତାହା ତ୍ରିତତ୍ତ୍ୱ ବା ତ୍ରିଦେବ ବିଷୟକୁ ଦେଖିଲେ ଜଣାପଡ଼ିବ। ଏବେ ଆମେ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ଶିବଙ୍କ କଥା କହୁଛୁ। କିନ୍ତୁ ବୈଦିକ କର୍ମକାଣ୍ଡ ବା ଧର୍ମୀୟ କ୍ରିୟା ସମ୍ପାଦନ କରୁଥିବା ଚତୁର୍ମୁଖୀ ବ୍ରହ୍ମାଙ୍କ ଅବଧାରଣା ହିନ୍ଦୁ ଇତିହାସରେ ବହୁ ପରେ ଅର୍ଥାତ୍‌ ୨,୦୦୦ ବର୍ଷ ପୂର୍ବେ ପ୍ରକାଶ ପାଇଛି। ଏହି ବ୍ରହ୍ମାଙ୍କ ସମ୍ପର୍କରେ ବୈଦିକ ଶାସ୍ତ୍ରରେ ଆଦୌ ଉଲ୍ଲେଖ ନାହିଁ। ୩,୦୦୦ ବର୍ଷରୁ ଅଧିକ ପୁରାତନ ବୈଦିକ ପୁରାଣରେ ଉଲ୍ଲେଖ ରହିଥିବା ବ୍ରାହ୍ମଣ ବ୍ରହ୍ମାଣ୍ଡ ଶକ୍ତିକୁ ସୂଚିତ କରେ, ଯାହାକୁ ଜପ ଓ ମନ୍ତ୍ର ଦ୍ୱାରା ଆହ୍ବାନ କରାଯାଇଥାଏ। ଧ୍ୱନି ମାଧ୍ୟମରେ ବିଷୟଗୁଡ଼ିକୁ ପରିବର୍ତ୍ତନ କରିବା ସକାଶେ ଏହା ହେଉଛି ଗୁପ୍ତ ତତ୍ତ୍ୱ ଓ ଶକ୍ତି। ପରେ ଉପନିଷଦରେ ବର୍ଣ୍ଣିତ ଏହି ବ୍ରାହ୍ମଣ ବ୍ରହ୍ମାଣ୍ଡରେ ପରମଶକ୍ତିକୁ ସୂଚିତ କରିଛି ଏବଂ ଏହାର ଚତୁର୍ମୁଖୀ ବ୍ରହ୍ମାଙ୍କ ସହ କୌଣସି ସମ୍ପର୍କ ନାହିଁ।
ସୃଷ୍ଟିକର୍ତ୍ତାଙ୍କ ପୁରୁଷ ରୂପର ଧାରଣା ପ୍ରଥମେ ଋକ୍‌ବେଦରେ ସାମ୍ନାକୁ ଆସିଛି, ଯିଏ ହେଉଛନ୍ତି ବହୁମୁଖୀ ଓ ବହୁ ବାହୁ ଧାରଣ କରିଥିବା ସର୍ବପ୍ରାଚୀନ ଜୀବସତ୍ତା। ସିଏ ବିଭିନ୍ନ ଭାଗରେ ବିଭାଜିତ ହୋଇଥିଲେ; ଯେଉଁଥିରୁ ପ୍ରକୃତିର ସୂର୍ଯ୍ୟ, ଚନ୍ଦ୍ର, ପାଣି, ପବନ ଏବଂ ଶେଷରେ ଗ୍ରହ ଓ ପ୍ରାଣୀ ସୃଷ୍ଟି ହୋଇଥିଲେ। ପରେ ବ୍ରାହ୍ମଣ ଭାବେ ଜଣାଶୁଣା ବୈଦିକ କର୍ମକାଣ୍ଡ ଗ୍ରନ୍ଥରେ ଆମକୁ କୁହାଯାଇଛି ଯେ, ସେହି ପୁରୁଷ ସର୍ବପ୍ରଥମେ ଜନ୍ମ ନେଇଥିଲେ ଏବଂ ଏକୁଟିଆ ଅନୁଭବ କରିଥିଲେ। ଏଣୁ ସେ ସାଥୀ ସୃଷ୍ଟି କଲେ। ତାଙ୍କୁ ଭୋକ ହେବାରୁ ସେ ଖାଦ୍ୟ ସୃଷ୍ଟି କଲେ। ଜିଜ୍ଞାସା ଆସିଲା ଓ ସେ ଜ୍ଞାନ ସୃଷ୍ଟି କଲେ। ସେହି ପୁରୁଷଙ୍କ ସାଥୀ, ଖାଦ୍ୟ ଓ ଜ୍ଞାନ ଦେବୀଙ୍କ ରୂପ ନେଲା। ସମାନ ବୈଦିକ ଧର୍ମୀୟ କ୍ରିୟାରେ ମଧ୍ୟ ସନ୍ତାନ ଦେବ କିମ୍ବା ପ୍ରଜାପତିଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। କର୍ମକାଣ୍ଡ ଗ୍ରନ୍ଥରେ ବିଭିନ୍ନ କାହାଣୀରେ ତାଙ୍କୁ ମତ୍ସ୍ୟ ଭାବେ ବର୍ଣ୍ଣନା କରାଯାଇଛି, ଯିଏ କି ମହାବନ୍ୟାରୁ ମନୁଙ୍କୁ ଉଦ୍ଧାର କରିଛନ୍ତି। କଇଁଛ ପିଠିରେ ପୃଥିବୀ ରହିଛି ଏବଂ ମହାବନ୍ୟା ବା ମହାପ୍ରଳୟରେ ବରାହ ସମୁଦ୍ରକୁ ଲମ୍ଫ ଦେଇ ବୁଡ଼ିଯାଉଥିବା ପୃଥିବୀକୁ ରକ୍ଷା କରିଛି। ପ୍ରଜାପତି ତାଙ୍କ ଶ୍ୱାସରୁ ଜୀବଙ୍କୁ ଜନ୍ମ ଦେଇଛନ୍ତି ଏବଂ ଅନ୍ୟ ମଣିଷ ଓ ଦେବତାଙ୍କ ସହ ଭାବନା ଆଦାନପ୍ରଦାନ ପାଇଁ କଥା ହେବାର ଶକ୍ତି ଦେଇଛନ୍ତି। ଭାବନା, ଚିନ୍ତା, ସମୟ, ମୃତ୍ୟୁ, ଯଜ୍ଞ କର୍ମକାଣ୍ଡ, ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟି ପଛରେ ପ୍ରଜାପତିଙ୍କ ଭୂମିକା ରହିଛି। ଏଣୁ ବୈଦିକ କର୍ମକାଣ୍ଡର ନିୟମାବଳୀରେ ପ୍ରଜାପତି ହେଉଛନ୍ତି ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ପ୍ରଜାପତିଙ୍କ ସମ୍ପର୍କରେ ଏହିସବୁ କାହାଣୀ ହେଉଛି ମୂଳ ଇତିହାସ। ବୈଦିକ ରୀତିନୀତିକୁ ବୁଝାଇବା ପାଇଁ ଏହି କାହାଣୀଗୁଡ଼ିକୁ ଆମକୁ କୁହାଯାଇଥିଲା।
ଆଉ ଏକ କାହାଣୀରେ ପ୍ରଜାପତିଙ୍କୁ ଦେବ ଓ ଅସୁରଙ୍କ ପିତା ଭାବେ ଦର୍ଶାଯାଇଛି। ତାଙ୍କ ସନ୍ତାନମାନେ ଖାଦ୍ୟ ସକାଶେ ଲଗାତର କଳହରେ ଲିପ୍ତ ହେବା ସେ ଦେଖିଛନ୍ତି। ଏହା ସହ ଶତପଥ ବ୍ରାହ୍ମଣରେ ପ୍ରଥମଥର ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପ୍ରଥମ ବିଭାଜନ ଆମେ ଦେଖିବାକୁ ପାଉ। ଅସୁରମାନେ ନିଜେ ଖାଇ ସେମାନଙ୍କ ପେଟ ଭରୁଥିବାବେଳେ ଦେବତାମାନେ ପରସ୍ପର ମଧ୍ୟରେ ବାଣ୍ଟି ଖାଉଥିଲେ। ଦେବତାଙ୍କର ଏହି କାର୍ଯ୍ୟ ସେମାନଙ୍କୁ ଉଚ୍ଚତର ସ୍ତରକୁ ନେଇଯାଇଥିଲାବେଳେ ଅସୁରମାନେ ନୀଚସ୍ତରର ଜୀବ ଭାବେ ବିବେଚିତ ହୋଇଥିଲେ। ଅନ୍ୟ ଏକ କାହାଣୀରେ କୁହାଯାଇଛି ଯେ, ଅସୁର ରାଜା ବିରୋଚନ ଦର୍ପଣକୁ ଚାହିଁଛନ୍ତି ଏବଂ ନିଜର ପ୍ରତିଫଳନ ହୋଇଛି। ଅନ୍ୟପଟେ ଦେବରାଜ ଇନ୍ଦ୍ର ଦର୍ପଣକୁ ଚାହିଁବା କ୍ଷଣି ସେଥିରେ ନିଜ ଶରୀର ତାଙ୍କ ଆତ୍ମା ମଧ୍ୟରେ ଆବୃତ ହୋଇ ରହିବା ଏବଂ ପ୍ରକୃତ ଆତ୍ମା ଅଦୃଶ୍ୟ ବୋଲି ଅନୁଭବ କରିଛନ୍ତି। ସେଥିପାଇଁ ପ୍ରଜାପତି ଦେବତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କୁ ପରମପଦକୁ ନେଇଯାଇଛନ୍ତି। ଥରେ ଦେବତା, ଅସୁର ଓ ମଣିଷମାନେ ପ୍ରଜାପତିଙ୍କ ପାଖକୁ ଯାଇ କହିଲେ ଯେ, ଜୀବନରେ ସମସ୍ୟା ସମାଧାନର ବାଟ କ’ଣ। ସେ ସବୁକିଛି ଉତ୍ତର ‘ଦ’ ଶବ୍ଦରେ ଦେଇଛନ୍ତି। ଦେବତାମାନେ ଏହାର ଅର୍ଥ ‘ଦମୟତ’ କିମ୍ବା ସେମାନଙ୍କ ଭୋଗବାଦୀ ଜୀବନଶୈଳୀର ସଂଯମ ବୋଲି ମନେକରିଛନ୍ତି। ଅସୁରମାନେ ଏହାର ଅର୍ଥ ‘ଦୟା’ କିମ୍ବା ସେମାନଙ୍କ କ୍ରୂର ଜୀବନଶୈଳୀର ସଂଯମତା ବୋଲି ଭାବିଛନ୍ତି। ମଣିଷମାନେ ଭାବିଛନ୍ତି ଯେ, ଏହାର ଅର୍ଥ ହେଉଛି ‘ଦତ୍ତ’ କିମ୍ବା ଉଦାରତା। ଏଣୁ ସମସ୍ତେ ତାଙ୍କ ପିତା ପ୍ରଜାପତିଙ୍କଠାରୁ ଉତ୍ତର ପାଇଯାଇଛନ୍ତି।
ପରେ ପୁରାଣ ଶାସ୍ତ୍ରରେ ଦେବତା ଓ ଅସୁରଙ୍କ ପିତା ଏହି ପ୍ରଜାପତିଙ୍କୁ ବ୍ରହ୍ମା ଭାବେ ଉଲ୍ଲେଖ କରାଯାଇଛି। ଏଣୁ ହିନ୍ଦୁ ବୈଦିକ ଶାସ୍ତ୍ରରେ ସୃଷ୍ଟିକର୍ତ୍ତା ସବୁବେଳେ ପୁରୁଷ ଏବଂ ସବୁ ସନ୍ତାନ ସୃଷ୍ଟିକାର୍ଯ୍ୟକୁ ନିଜ ଅଧୀନରେ ରଖିଛନ୍ତି। ଏପରିକି ବ୍ରହ୍ମାଙ୍କର କୌଣସି ଜଣେ ସ୍ତ୍ରୀ ଥିବା ସ୍ପଷ୍ଟ ଭାବେ ସୂଚିତ କରାଯାଇନାହିଁ, ଯଦିଓ ବେଳେବେଳେ ସମନ୍ବୟ ରକ୍ଷା କରିବା ସକାଶେ ସରସ୍ବତୀଙ୍କୁ ସ୍ତ୍ରୀ ଭାବେ ଦର୍ଶାଯାଇଛି। ଅନେକ ପୁତ୍ର ସୃଷ୍ଟି କରିପାରୁଥିବା ବ୍ରହ୍ମାଙ୍କୁ ଆମେ ଜାଣୁ। କିନ୍ତୁ କଶ୍ୟପ ଓ ଅତ୍ରି ନାମକ ଋଷିଙ୍କର ମଧ୍ୟ ସ୍ତ୍ରୀ ଥିଲେ ଏବଂ ସେମାନେ ଅନେକ ପିଲା ସୃଷ୍ଟି କରିପାରିଛନ୍ତି। ଏଣୁ କଶ୍ୟପଙ୍କ ସ୍ତ୍ରୀ ଥିଲେ ଯେଉଁମାନେ ସାପ, ପକ୍ଷୀ ଏବଂ ଦେବତା ଓ ଅସୁରଙ୍କୁ ମଧ୍ୟ ଜନ୍ମ ଦେଇଛନ୍ତି।
ସେହି ବୈଦିକ ସମୟରେ ବିଷ୍ଣୁ ବିଶ୍ୱର ପାଳନକର୍ତ୍ତା ଭାବେ ସାମ୍ନାକୁ ଆସିଛନ୍ତି ଏବଂ ପ୍ରଜାପତିଙ୍କ ଉପଯୁକ୍ତ ଗୁଣକୁ ଗ୍ରହଣ କରିଛନ୍ତି। ଏଣୁ ବୈଦିକ କର୍ମକାଣ୍ଡରେ ବର୍ଣ୍ଣନା କରାଯାଇଥିବା ପ୍ରଜାପତି, ମତ୍ସ୍ୟ, କଚ୍ଛପ, ବରାହ ମଧ୍ୟରୁ ବିଷ୍ଣୁ ପୁରାଣରେ ବିଷ୍ଣୁ ପ୍ରଥମ ତିନି ଅବତାର ହୋଇଛନ୍ତି। ଏହି ବିଷ୍ଣୁ ପ୍ରଜାପତିଙ୍କ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ୱ ତୁଲାଇଛନ୍ତି ଏବଂ ପ୍ରଜାପତି ବ୍ରହ୍ମା ପାଲଟି ଯାଇଛନ୍ତି। ପରେ ସମୟକ୍ରମେ ୫୦୦ ଖ୍ରୀଷ୍ଟାବ୍ଦ ସୁଦ୍ଧା ଏକ ନୂଆ ପୁରାଣ ସାମ୍ନାକୁ ଆସିଛି, ଯେଉଁ ସମୟରେ ଲୋକେ ବୈଦିକ ସମୟର ପ୍ରାଚୀନ ପୁରୁଷଙ୍କୁ ଭୁଲି ଯାଇଛନ୍ତି।
ହିନ୍ଦୁଧର୍ମର ଏକ ଇତିହାସ ରହିଛି। ସମୟ ସ୍ରୋତରେ ଦେବତାମାନେ ପ୍ରକାଶ ପାଇଛନ୍ତି ଓ ଅଦୃଶ୍ୟ ହୋଇ ଯାଇଛନ୍ତି। ଏପରିକି ସୃଷ୍ଟିକର୍ତ୍ତାଙ୍କୁ ମଧ୍ୟ ସୃଷ୍ଟି କରାଯାଇଥିଲା। ପ୍ରଚାର ସାଧନକୁ ବ୍ୟବହାର କରି ଇତିହାସକୁ ଅସ୍ବୀକାର କରିବା ଏବଂ ଏପାଖସେପାଖ କରିବା ଏକ ଅପ୍ରଭାବୀ କାର୍ଯ୍ୟ। ଏହା କେବେବି କୌଣସି ଧର୍ମ ପାଇଁ କାମ କରିବ ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri