Posted inଜାତୀୟ

ଫଳାଫଳ ପୂର୍ବରୁ ଏମ୍‌ଭିଏରେ ଫାଟ: ମୁହାଁମୁହିଁ ହେଲେ ସଞ୍ଜୟ-ନାନା ପାଟୋଲେ

ପୁଣେ,୨୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ବୁଧବାର ଶେଷ ହୋଇଛି। ଏହାର ଗୋଟିଏ ଦିନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ନେତା ନାନା ପାଟୋଲ ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଯଦିଓ ମହାବିକାଶ ଅଗାଡି (ଏମ୍‌ଭିଏ) ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରୁଛି, କିନ୍ତୁ ଫଳାଫଳ ପୂର୍ବରୁ ମଧ୍ୟ ଏମଭିଏରେ ମତଭେଦ ଦେଖାଦେଇଛି।

ଭୋଟ ଶେଷ ହେବା ପରେ, ଏକଜିଟ ପୋଲର ଫଳାଫଳ ଆସିଥିଲା, ଅଧିକାଂଶ ଏକଜିଟ ପୋଲରେ ଭାଜପା ନେତୃତ୍ୱାଧୀନ ମହାୟୁତି ସହଯୋଗୀ ଦଳ ସରକାର ଗଠନ କରିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଏକଜିଟ ପୋଲ ଫଳାଫଳ ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି, କଂଗ୍ରେସ ନେତୃତ୍ୱରେ ମହାରାଷ୍ଟ୍ରରେ ମହା ବିକାଶ ଆଗଡି (ଏମଭିଏ) ସରକାର ଗଠନ ହେବ।

ସଞ୍ଜୟ ରାଉତ ତୁରନ୍ତ ଏହି ବିବୃତ୍ତିକୁ ଖାରଜ କରିଛନ୍ତି। ସେ କହିଛନ୍ତି, ମୁଁ ଏହାକୁ ଗ୍ରହଣ କରିବି ନାହିଁ ଏବଂ କେହି ଏହାକୁ ଗ୍ରହଣ କରିବେ ନାହିଁ। ନାନା ପାଟୋଲେଙ୍କ ନିକଟରେ କଂଗ୍ରେସ କମାଣ୍ଡ ଅଛି କି ନାହିଁ ସେ ପ୍ରଥମେ କୁହନ୍ତୁ।

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ବରିଷ୍ଠ ଅଧିକାରୀଙ୍କଠାରୁ ଏଭଳି ଘୋଷଣା ଆସିବା ଆବଶ୍ୟକ। କଂଗ୍ରେସ ହାଇକମାଣ୍ଡ କହିଛି ଯେ, ଯଦି ଆପଣ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ତେବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସୋନିଆ ଗାନ୍ଧୀ ଏହାକୁ ଘୋଷଣା କରିବା ଉଚିତ୍‌।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆସନ ବଣ୍ଟନ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ରହିଥିଲା। ବ୍ୟାପକ ଆଲୋଚନା ପରେ ସହମତି ହାସଲ କରିବା ସତ୍ତ୍ୱେ, ଏମ୍‌ଭିଏ ସହଯୋଗୀମାନେ ନେତୃତ୍ୱ ପ୍ରଶ୍ନର ସମାଧାନ କରି ନ ଥିଲେ।

ବୁଧବାର ଗୋଟିଏ ପର୍ଯ୍ୟାୟରେ ୨୮୮ଟି ଆସନରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୨୩ ଶନିବାର ଦିନ ଭୋଟ ଗଣନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?