ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ । ବିଭିନ୍ନ ସମୟରେ ଏହି ଚଢାଉ ଜାରି ରଖାଯାଇଥିବା ବେଳେ ପାର୍ବଣ ଋତୁରେ ମଧ୍ୟ ଅତ୍ୟାଧିକ ଚଢାଉ କରାଯାଇଛି। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଗତ ୧୩ ଦିନ ( ଅକ୍ଟୋବର ୫ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ )ଧରି ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ବେଆଇନ ମଦ କାରବାର ନେଇ ୧୦୮୮. ୮୫ଲିଟର ବିଦେଶୀ, ଦେଶୀ ଓ ମହୁଲି ମଦ ଜବତ ସହ ୭୯ଟି ମାମଲା ରୁଜୁ କରାଯାଇଛି । ଏନେଇ ୭୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର ୩ଟି ମୋଟର ସାଇକେଲ ଜବତ କରାଯାଇଛି। ସେହିପରି ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୪୦ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୭ ଲକ୍ଷ୫୦ହଜାର ୫୯୫ଟଙ୍କା ଜବତ କରାଯିବା ସହିତ ୨୨୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହିତ ୪୩ଟି ମୋବାଇଲ, ୪୧ଟି ମୋଟର ସାଇକେଲ, ୩ଟି କାର ଜବତ କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri