କାମ ନ ସରୁଣୁ ପାଚେରିରେ ଫାଟ

ଯାଜପୁର,୧୧ା୧୧(ହର୍ଷବର୍ଦ୍ଧନ ବେହେରା): ସହରବାସୀଙ୍କ ଦାବି, ଆନ୍ଦୋଳନ ପରେ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଜଙ୍ଗଲ ଜମିରେ ଏହା ଚାଲିଥିବା ଅଭିଯୋଗ କରି ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହେବା ପରେ ପ୍ରାୟ ୧ ବର୍ଷ ଧରି କାର୍ଯ୍ୟ ସାମାନ୍ୟ ବ୍ୟାହତ ହୋଇଥିଲା। ବର୍ତ୍ତମାନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅତି ଦୁର୍ବଳ ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାର ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଚେରିରେ ବଡ଼ ଫାଟ ସୃଷ୍ଟି ହୋଇ ଗଳିପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହାସହ ରାସ୍ତା ସମ୍ପ୍ରସାରଣ, ଗମ୍ବୁଜ ନିର୍ମାଣ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଇପ୍‌୍‌ ବଦଳରେ ନିମ୍ନମାନର କଳଙ୍କ ଲାଗିଥିବା ଲୁହା ପାଇପ୍‌୍‌ ବ୍ୟବହାର ଇତ୍ୟାଦି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଚର୍ଚ୍ଚା ହେଉଛି। ଫଳରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ଆବଣ୍ଟିତ ପ୍ରାୟ ୬୪ କୋଟି ଟଙ୍କାର ସିଂହଭାଗ ଅର୍ଥ ବାଟମାରଣା ହେଉଛି ବୋଲି ସହରବାସୀ ଅଭିଯୋଗ ଆଣିଛନ୍ତି। ଏହାସହ ଏହି ହରିଲୁଟରେ ଜିଲା ପ୍ରଶାସନର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ଠିକାସଂସ୍ଥା କ୍ରିଷ୍ଣା ବିଲ୍‌ଡର ମଧ୍ୟରେ ଅସାଧୁ ସମ୍ପର୍କ ରହିଥିବା ମତପ୍ରକାଶ ପାଇଛି। ଏହିକ୍ରମରେ ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଚ୍ଚସ୍ତରୀୟ ବୈଷୟିକ ତଦନ୍ତ କରାଗଲେ ସତ ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ଉଠିଛି।
ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ମା’ ଲକ୍ଷ୍ମୀଙ୍କ ଗୁପ୍ତଗଙ୍ଗା, ବ୍ୟାସଦେବ ଏବଂ ରାଘୁଜୀ ଗୋସାଇଁଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୭ ଲକ୍ଷ ଭକ୍ତ ବୁଲିବାକୁ ଆସିଥାନ୍ତି। ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ମାତ୍ର ୩ କିମି ଦୂରରେ ରହିଛି ଏହି ପୌରାଣିକ ପୀଠ। ଗତ ପ୍ରାୟ ୩ ବର୍ଷ ହେବ ଡିଏମ୍‌ଏଫ୍‌ ପାଣ୍ଠିରୁ ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରୀ, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ନିର୍ମାଣ କରିବାକୁ ଯୋଜନା ରହିଛି। ପ୍ରାୟ ୫୦ ଏକର ଜମିର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ତେବେ ପାଚେରି ନିର୍ମାଣ ସମୟରେ ଅନେକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ୬ ଫୁଟ ଗାତ ଖୋଳି ପିଲର ସହ ତଳ ଅଂଶରେ କଂକ୍ରିଟ କରାଯାଉଥିବାବେଳେ ମଝି ପ୍ରାୟ ୩ ଫୁଟ ଇଟା ଯୋଡ଼ାଯାଇଛି। ସେଠାରୁ ମାଟି ଉପରସ୍ତର ପର୍ଯ୍ୟନ୍ତ ପୁଣି କଂକ୍ରିଟ ହୋଇଛି। ଖୋଲା ଗାତରେ ବାଲି ସ୍ଥାନରେ ମାଟି ଓ ମୋରମ ପୋତାଯାଇଛି। ଏହାସହ ଅତି ନିମ୍ନମାନର ଇଟା ସମେତ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇନାହିଁ। ଫଳରେ ବାଲି ଗଦାର ବୋଝକୁ ବି ସହି ନ ପାରି ଉକ୍ତ ପାଚେରିଟି ଭାଙ୍ଗି ଯାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଅତି ପୁରୁଣା ଭଙ୍ଗା ଗମ୍ବୁଜଗୁଡ଼ିକୁ ମରାମତି କରି ସେଥିରେ ରଙ୍ଗ ଲଗାଇ ଛାଡି ଦିଆଯିବ। ସେହି ଗମ୍ଭୁଜଗୁଡ଼ିକର ପ୍ରାୟ ସମସ୍ତ ଭାଗରେ ଫାଟ ସୃଷ୍ଟି ହୋଇ ଲୁହା ରଡ ଦେଖିବାକୁ ମିଳୁଛି। ତେଣୁ ସେଗୁଡ଼ିକୁ ଭାଙ୍ଗି ନୂଆ ଭାବେ ନିର୍ମାଣ ନ କଲେ ଖୁବ କମ୍‌ ଦିନରେ ଭୁଶୁଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଠିକାସଂସ୍ଥାର ଲାଭଖୋର ମନୋବୃତ୍ତିକୁ ନିୟନ୍ତ୍ରଣ କରା ନ ଗଲେ ଯେନତେନ ପ୍ରକାରେ କାର୍ଯ୍ୟ ଶେଷ କରି ଫେରାର ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଠିକାସଂସ୍ଥା କ୍ରିଷ୍ଣା ବିଲଡର୍ସର ମ୍ୟାନେଜର ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲି ଗଦା ଯୋଗୁ ପାଚେରିରେ ଫାଟ ସୃଷ୍ଟି ହୋଇଛି। ତାହାର ପୁନଃ ମରାମତି କରାଯାଇ ସୁଦୃଢ଼ କରାଯିବ। ଅନ୍ୟପକ୍ଷେ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri