କାମ ନ ସରୁଣୁ ପାଚେରିରେ ଫାଟ

ଯାଜପୁର,୧୧ା୧୧(ହର୍ଷବର୍ଦ୍ଧନ ବେହେରା): ସହରବାସୀଙ୍କ ଦାବି, ଆନ୍ଦୋଳନ ପରେ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଜଙ୍ଗଲ ଜମିରେ ଏହା ଚାଲିଥିବା ଅଭିଯୋଗ କରି ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ମାମଲା ରୁଜୁ ହେବା ପରେ ପ୍ରାୟ ୧ ବର୍ଷ ଧରି କାର୍ଯ୍ୟ ସାମାନ୍ୟ ବ୍ୟାହତ ହୋଇଥିଲା। ବର୍ତ୍ତମାନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅତି ଦୁର୍ବଳ ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାର ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଚେରିରେ ବଡ଼ ଫାଟ ସୃଷ୍ଟି ହୋଇ ଗଳିପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହାସହ ରାସ୍ତା ସମ୍ପ୍ରସାରଣ, ଗମ୍ବୁଜ ନିର୍ମାଣ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଇପ୍‌୍‌ ବଦଳରେ ନିମ୍ନମାନର କଳଙ୍କ ଲାଗିଥିବା ଲୁହା ପାଇପ୍‌୍‌ ବ୍ୟବହାର ଇତ୍ୟାଦି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଚର୍ଚ୍ଚା ହେଉଛି। ଫଳରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ଆବଣ୍ଟିତ ପ୍ରାୟ ୬୪ କୋଟି ଟଙ୍କାର ସିଂହଭାଗ ଅର୍ଥ ବାଟମାରଣା ହେଉଛି ବୋଲି ସହରବାସୀ ଅଭିଯୋଗ ଆଣିଛନ୍ତି। ଏହାସହ ଏହି ହରିଲୁଟରେ ଜିଲା ପ୍ରଶାସନର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ଠିକାସଂସ୍ଥା କ୍ରିଷ୍ଣା ବିଲ୍‌ଡର ମଧ୍ୟରେ ଅସାଧୁ ସମ୍ପର୍କ ରହିଥିବା ମତପ୍ରକାଶ ପାଇଛି। ଏହିକ୍ରମରେ ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଚ୍ଚସ୍ତରୀୟ ବୈଷୟିକ ତଦନ୍ତ କରାଗଲେ ସତ ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ଉଠିଛି।
ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ମା’ ଲକ୍ଷ୍ମୀଙ୍କ ଗୁପ୍ତଗଙ୍ଗା, ବ୍ୟାସଦେବ ଏବଂ ରାଘୁଜୀ ଗୋସାଇଁଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୭ ଲକ୍ଷ ଭକ୍ତ ବୁଲିବାକୁ ଆସିଥାନ୍ତି। ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ମାତ୍ର ୩ କିମି ଦୂରରେ ରହିଛି ଏହି ପୌରାଣିକ ପୀଠ। ଗତ ପ୍ରାୟ ୩ ବର୍ଷ ହେବ ଡିଏମ୍‌ଏଫ୍‌ ପାଣ୍ଠିରୁ ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରୀ, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ନିର୍ମାଣ କରିବାକୁ ଯୋଜନା ରହିଛି। ପ୍ରାୟ ୫୦ ଏକର ଜମିର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ତେବେ ପାଚେରି ନିର୍ମାଣ ସମୟରେ ଅନେକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ୬ ଫୁଟ ଗାତ ଖୋଳି ପିଲର ସହ ତଳ ଅଂଶରେ କଂକ୍ରିଟ କରାଯାଉଥିବାବେଳେ ମଝି ପ୍ରାୟ ୩ ଫୁଟ ଇଟା ଯୋଡ଼ାଯାଇଛି। ସେଠାରୁ ମାଟି ଉପରସ୍ତର ପର୍ଯ୍ୟନ୍ତ ପୁଣି କଂକ୍ରିଟ ହୋଇଛି। ଖୋଲା ଗାତରେ ବାଲି ସ୍ଥାନରେ ମାଟି ଓ ମୋରମ ପୋତାଯାଇଛି। ଏହାସହ ଅତି ନିମ୍ନମାନର ଇଟା ସମେତ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇନାହିଁ। ଫଳରେ ବାଲି ଗଦାର ବୋଝକୁ ବି ସହି ନ ପାରି ଉକ୍ତ ପାଚେରିଟି ଭାଙ୍ଗି ଯାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଅତି ପୁରୁଣା ଭଙ୍ଗା ଗମ୍ବୁଜଗୁଡ଼ିକୁ ମରାମତି କରି ସେଥିରେ ରଙ୍ଗ ଲଗାଇ ଛାଡି ଦିଆଯିବ। ସେହି ଗମ୍ଭୁଜଗୁଡ଼ିକର ପ୍ରାୟ ସମସ୍ତ ଭାଗରେ ଫାଟ ସୃଷ୍ଟି ହୋଇ ଲୁହା ରଡ ଦେଖିବାକୁ ମିଳୁଛି। ତେଣୁ ସେଗୁଡ଼ିକୁ ଭାଙ୍ଗି ନୂଆ ଭାବେ ନିର୍ମାଣ ନ କଲେ ଖୁବ କମ୍‌ ଦିନରେ ଭୁଶୁଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଠିକାସଂସ୍ଥାର ଲାଭଖୋର ମନୋବୃତ୍ତିକୁ ନିୟନ୍ତ୍ରଣ କରା ନ ଗଲେ ଯେନତେନ ପ୍ରକାରେ କାର୍ଯ୍ୟ ଶେଷ କରି ଫେରାର ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଠିକାସଂସ୍ଥା କ୍ରିଷ୍ଣା ବିଲଡର୍ସର ମ୍ୟାନେଜର ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲି ଗଦା ଯୋଗୁ ପାଚେରିରେ ଫାଟ ସୃଷ୍ଟି ହୋଇଛି। ତାହାର ପୁନଃ ମରାମତି କରାଯାଇ ସୁଦୃଢ଼ କରାଯିବ। ଅନ୍ୟପକ୍ଷେ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ବୁଧବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri