Posted inଜାତୀୟ

ନୀତୀଶଙ୍କ ଜେଡିୟୁରେ ଫାଟ,ଲଲନଙ୍କୁ ହଟାଇବା ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା: ଜୀତନ ରାମ…

ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲଙ୍‌ନ ସିଂଙ୍କୁ ହଟାଇବା ପରେ ଏବେ ବିହାରରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଶାସକ ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ଦାବି କରିଛନ୍ତି ବାସ୍ତବତା ହେଉଛି ଜେଡିୟୁରେ ଫାଟ ହୋଇ ଦୁଇଟି ଗୋଷ୍ଠୀ ଗଠନ ହୋଇଛି। ଲଲନ ସିଂଙ୍କୁ ସଭାପତି ପଦରୁ ହଟାଇବା ପାଇଁ ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା। ଜେଡିଏର ଏକ ଦଳରେ ଲଲନ ସିଂ ଏବଂ ବିଜନ୍ଦ୍ର ଯାଦବ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ନୀତୀଶ କୁମାର ଏଥିପାଇଁ ପ୍ରସ୍ତୁତ ନ ଥିଲେ।

କିଛି ବରିଷ୍ଠ ମନ୍ତ୍ରୀଙ୍କ ଆଉ ଏକ ଗୋଷ୍ଠୀ ଅଛି ଯାହା ଏନଡିଏ ସହିତ ସମନ୍ବୟ ରକ୍ଷା କରୁଛି । ସେ ଦାବି କରିଛନ୍ତି ମନ୍ତ୍ରୀ ବିଜୟ ଚୌଧୁରୀ, ସଞ୍ଜୟ ଝା ଏବଂ ମନ୍ତ୍ରୀ ଅଶୋକ ଚୌଧୁରୀ ଏନଡିଏ ନେତାଙ୍କୁ ଭେଟିଛନ୍ତି। ଲଲନ ଙ୍କ ପାଇଁ ଜେଡିୟୁରେ ରହିଲେ ମଧ୍ୟ ଅବସ୍ଥା ପୂର୍ବତନ ସଭାପତି ଆରସିପି ସିଂଙ୍କ ପରି ହେବ। ନୀତୀଶ ପୁଣିଥରେ ଏନଡିଏରେ ଯୋଗଦେବା ପ୍ରଶ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଂଝୀ କହିଛନ୍ତି ଯେ ରାଜନୀତିରେ କେହି ବନ୍ଧୁ ଓ ଶତ୍ରୁ ନାହାନ୍ତି।

ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଚାପ ପକାଉଥିଲା।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେକୌଣସି ସମୟରେ ୟୁ-ଟର୍ନ କରିପାରିବେ। ରାଜନୀତି ହେଉଛି ସମ୍ଭାବନାର ଖେଳ ଏବଂ କିଛି ହୋଇପାରେ। ଯଦି ଭାଜପାର ଲୋକମାନେ ନିଷ୍ପତ୍ତି ନିଅନ୍ତି ନୀତୀଶ କୁମାର ଆମ ସହିତ ଏନଡିଏରେ ରହିବେ ତେବେ ଆମେ ନୀତୀଶ କୁମାରଙ୍କୁ ବିରୋଧ କରିବୁ ନାହିଁ। କାରଣ ରାଜନୀତିରେ ସବୁକିଛି ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri