Posted inଜାତୀୟ

ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଘୋଡ଼ାବେପାରକୁ ନେଇ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସହ କଥା ହୋଇଛନ୍ତି। ତଦନୁଯାୟୀ ଶିବସେନାର ପୂର୍ବତନ କର୍ପୋରେଟରଙ୍କୁ ଭାଜପା ନେବ ନାହିଁ ଏବଂ ଭାଜପାର ପୂର୍ବତନ କର୍ପୋରେଟର ଶିବସେନାକୁ ଯିବେ ନାହିଁ। ଆଗାମୀ ପୌର ନିର୍ବାଚନକୁ ଆମେ ଏକାଠି ଲଢ଼ିବାକୁ ହେବ ବୋଲି ଶିନ୍ଦେ କହିଛନ୍ତି। ଏହା ପରେ ଲୋକ ସଭା ନିର୍ବାଚନ ହେବ। ତେଣୁ ମେଣ୍ଟର କ୍ଷତି ହେବା କିମ୍ବା ଭୁଲ୍‌ ବୁଝାମଣା ସୃଷ୍ଟି ହେଲା ଭଳି କୌଣସି କାର୍ଯ୍ୟ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଦଳରୁ ଅଲଗା ହେବା ପରେ ଶିନ୍ଦେ ଶିବସେନାର ନେତୃତ୍ୱ ନେଇଥିଲେ। ସେ କହିଛନ୍ତି, ତାଙ୍କ ଦଳ ମେଣ୍ଟଧର୍ମକୁ କଡ଼ାକଡ଼ି ପାଳନ କରିଆସୁଥିବାବେଳେ ଭାଜପା ମଧ୍ୟ ଅନୁରୂପ ଆଚରଣ ପ୍ରଦର୍ଶନ କରିବା ସେ ଆଶା କରନ୍ତି। ଯଦି ମେଣ୍ଟ ଶୃଙ୍ଖଳାକୁ ଅଣଦେଖା କରାଯାଏ, ତେବେ ମୁହଁାମୁହିଁ ହେବା ଅବଶ୍ୟମ୍ଭାବୀ ବୋଲି ଶିନ୍ଦେ ସତର୍କ କରାଇ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଗୁଜରାଟରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଓଡ଼ିଶା ପାଇଁ…

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ।…

ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ…

ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ, ଡିଜେଲକୁ ନେଇ ବଡ଼ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୫।୫: ସୋମବାର, ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ପଶ୍ଚିମ ଏସିଆରେ ଉତ୍ତେଜନା ସତ୍ତ୍ୱେ, ଘରୋଇ LPG ଏବଂ ଇନ୍ଧନର ଯୋଗାଣ ସ୍ଥିର ଏବଂ ନିରବଚ୍ଛିନ୍ନ ରହିଛି। ପେଟ୍ରୋଲ,…

ଏହି ଦିନ ପର୍ଯ୍ୟନ୍ତ ବର୍ଷା-ପବନ: ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର, ୫ା୫(ବନ୍ଦନା ସେଠୀ):ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। କେବଳ ବୌଦ୍ଧ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିବାବେଳେ…

ଓଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୫।୫(ସୁନିତ୍‌ ମିଶ୍ର):ଓଏଏସ୍‌ ଅଫିସରସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri