Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ସବୁଠାରୁ ବଡ଼ ଝଟ୍‌କା ରାହୁଲଙ୍କୁ ଦେଇଦେଲେ ଅଖିଳେଶ

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୯ ଆସନ ଜିତିଥିବା ବେଳେ ଭାଜପା ହ୍ୟାଟ୍ରିକ ବିଜୟ ହାସଲ କରିଛି। ଏପରି ପରାଜୟ ପରେ ପ୍ରଥମେ ଏଏପି ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ବଡ଼ ଝଟ୍‌କା ଦେଇଛି।

ଆଗକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଓ ଏସପି ଇଣ୍ଡିଆ ମେଣ୍ଟର ସଦସ୍ୟ। ତଥାପି କଂଗ୍ରେସ ସହ ବିନା ଆଲୋଚନାରେ ଏସପି ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ୧୦ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ଦଳ ପକ୍ଷରୁ ୧୦ଟି ଆସନ ମଧ୍ୟରୁ ୬ଟି ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢିବାକୁ ଚାହୁଁଥିଲା। ହେଲେ ଏସପି ଲୋକ ସଭାରେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।

ସୂଚନାଥାଉ କି, ଲୋକ ସଭାରେ ଏସପି ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୭ଟିରେ ଜିତିଥିଲା। କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ବାଜିମାତ କରିଥିଲା। ଏହି ସଂଖ୍ୟା ଆଧାରରେ ଉପ ନିର୍ବାଚନ ପାଇଁ ଏସପି ମାତ୍ର ୩ଟି ଆସନ କଂଗ୍ରେସକୁ ଅଫର କରିଥିଲା। ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ଆଜି ଦଳ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାକୁ ନେଇ କଂଗ୍ରେସ ତାଜୁବ ହୋଇ ଯାଇଛି।

ଏ ସମ୍ପର୍କରେ ଏସପି ନେତା ରବିଦାସ ମହରୋତ୍ରା କହିଛନ୍ତି, ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଭାଜପାକୁ ହରାଇବାର କ୍ଷମତା ରଖିଥିବା ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ସହ ବାକି ୪ ଆସନ ପାଇଁ କଥାବାର୍ତ୍ତା ଚାଲିଛି। ଆମର ଆଶା କଂଗ୍ରେସ ମେଣ୍ଟ କରିବ। ହରିୟାଣା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ଯଦି କଂଗ୍ରେସ ହରିୟାଣାରେ ଏଏପି ଓ ଏସପି ସହ ମେଣ୍ଟ କରିଥାଆନ୍ତା, ତା’ହେଲେ ଇଣ୍ଡିଆ ମେଣ୍ଟ ଆଜି ସେଠାରେ କ୍ଷମତା ଦଖଲ କରିଥାଆନ୍ତା। କଂଗ୍ରେସ ହରିୟାଣରେ ଗୋଟିଏ ବି ସିଟ ଏସପିକୁ ଛାଡି ନାହିଁ। କିନ୍ତୁ ପୂରା ରାଜ୍ୟ ଭାଜପାକୁ ଦେଇଦେଲା। ଆମେ ଭାଜପାକୁ ଉତ୍ତର ପ୍ରଦେଶ ଉପ ନିର୍ବାନରେ ହରାଇବାକୁ ଚାହୁଁଛୁ। ତେଣୁ ଆମେ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?