ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ ଆଗାମୀ ଦିନରେ ବିଦ୍ୟୁତ୍ ଟିକସ ବୃଦ୍ଧି କରିବ। ତେଣୁ ଏହାକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଏକ ବିରାଟ ରାଲି କରାଯାଇ ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରସ୍ତାବିତ ବିଦ୍ୟୁତ୍ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ, ଉତ୍ତମ ସେବା ଯୋଗାଇବାରେ ଟାଟା କମ୍ପନୀ ବିଫଳ। ତେଣୁ ତୁରନ୍ତ ହଟାଇ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ସରକାର ହାତକୁ ନିଅନ୍ତୁ। ଅତିରିକ୍ତ ସୁରକ୍ଷା ଜମା ଆଦାୟ ବନ୍ଦ ସମେତ ୩ଶହ ୟୁନିଟ ମାଗଣା ବିଦ୍ୟୁତ୍ ସେବା ପ୍ରଦାନ ଦାବି ହୋଇଛି। ଏପରିକି ଓଡ଼ିଶା ହେଉଛି ବିଦ୍ୟୁତ୍ ବଳକା ରାଜ୍ୟ। କିନ୍ତୁ ଅନ୍ୟ କିଛି ରାଜ୍ୟରେ ଏକ ଶହରୁ ୩ଶହ ୟୁନିଟ ମାଗଣା ଦିଆଯାଉଛି କିନ୍ତୁ ଓଡ଼ିଶା କାହିଁକି ନାହିଁ ବୋଲି କହିଥିଲେ। ତୁରନ୍ତ ପ୍ରଦାନ ଦାବି ସହ ପ୍ରସ୍ତାବିତ ଦର ବୃଦ୍ଧିକୁ ବିରୋଧ ସହ ସ୍ମାର୍ଟ ମିଟର ଲଗାଇବା ବନ୍ଦ ହେଉ। ସ୍ମାର୍ଟ ମିଟର ଦ୍ୱାରା କମ୍ପନୀ ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କାର ଲାଭ ଉଠାଇବ ବୋଲି କହିଥିଲେ। ସ୍ମାର୍ଟ ମିଟର ଲଗାଇବା କେଉଁଠି ନିୟମ ନାହିଁ, ଗ୍ରାହକଙ୍କୁ ଠକିବା ପାଇଁ ଟାଟା କମ୍ପାନୀ ଏକ ପ୍ରାୟସ କରୁଛି।
ଅନ୍ୟପକ୍ଷରେ ଏହି ଜନ ଶୁଣାଣିରେ କମ୍ପାନୀରେ ଶହେରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଥିବା ବେଳେ ସିପିଆଇଏମ୍ର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକଙ୍କ ସହ ହାତ ଗଣତି ଉପଭୋକ୍ତା ଉପସ୍ଥିତ ରହିଥିଲେ। ଏପରିକି ଭିତରକୁ କାହାରିକୁ ଛଡ଼ା ଯାଉ ନ ଥିଲା। ମୁଖ୍ୟ ଫାଟକ ପୋଲିସ ଜଗି ରହିଥିଲା। ଏହାସହ ଜନ ଶୁଣାଣି ଚାଲିଥିବା ଗୃହରେ ସମ୍ମୁଖରେ କମ୍ପାନୀ ଅଧିକାରୀ ମାନେ ଜଗି ରହିଥିଲେ। ଏହି ଜନ ଶୁଣାଣି ମଧ୍ୟ କେହି ଜାଣି ନ ଥିବା ସହ କୌଣସି କମ୍ପାନୀ ପକ୍ଷରୁ ସୂଚନା ଦିଆ ଯାଇ ନ ଥିବା ଅଞ୍ଚଳର ଉପଭୋକ୍ତାମାନେ କହିଥିଲେ। ଜନଶୁଣାଣିକୁ ଲୁଚିଛପି କମ୍ପାନୀ କରୁଥିବା ଅଭିଯୋଗ ହୋଇଛି।
ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସିପିଆଇଏମ୍ର ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚନ୍ଦ୍ର ଚୌଧୁରୀ, ବିଦ୍ୟାଧର ଜେନା, ପି. ହରିକୃଷ୍ଣ ରେଡ୍ଡୀ, ଦିଲ୍ଲୀପ ଛୋଟରାୟ, ଶିବରାମ ମହାପାତ୍ର ଓ ରାମଛନ୍ଦ୍ର ନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।