ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବରପାଇ ସଦର ଥାନା ପୋଲିସ ଚଢାଉ କରିଥିଲା। ନୂଆପଡ଼ାରୁ ଆନ୍ଦ୍ରପ୍ରଦେଶକୁ ଯାଉଥିବା ଏହି କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ପ୍ରଥମେ ଗୋରକ୍ଷକମାନେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋରୁ ଚାଲାଣରେ ସାମିଲ ଥିବା ଆନ୍ଦ୍ରପ୍ରଦେଶ ରାଜ୍ୟ ବିଶାଖପାଟନମ ଜିଲାର ମମିଡ଼ି ଶିବା (୪୨), ଆଇ ରାଜୁ (୪୦), କେରଳର ଜୋବିଶ ପି କୁରିଆନ (୪୯) ତାମିଲନାଡୁର ଟି ଶଶୀ କୁମାର (୩୮)କୁ ଏନିମଲ ଆକ୍ଟର ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ବ୍ୟବହୃତ କଣ୍ଟେନର ନଂ (କେ ଏ ୫୧-ବି ୮୯୩୮)କୁ ପୋଲିସ ଜବତ କରି ପୋଲିସ ଥାନାରେ ଅଟକ ରଖିଛି। ଏ ନେଇ ଭବାନୀପାଟଣା ସଦର ଥାନାରେ ପୋଲିସ ଏକ ମାମଲା ନଂ(୧୨୪/୨୬) ରୁଜୁ ହୋଇଥିବା ସ୍ଥାନୀୟ ଏସଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ରବିବାର ଉପରୋକ୍ତ ଥାନା ଅନ୍ତର୍ଗତ ବଣ୍ଡେଲଗୁଡା ଗ୍ରାମରୁ ବେଆଇନ ଗୋରୁ ମାଂସ ଜବତ ହୋଇଥିଲା।

