ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର ଭୋର ସମୟରେ ଗୋ ଚାଲାଣ ହେଉଥିବା ଏକ ଆମ୍ବୁଲାନ୍ସକୁ ଜବତ କରିଛି ପୁରୁଣାବଜ଼ାର ପୋଲିସ । ରାତ୍ର ପାଟ୍ରୋଲିଂ ବେଳେ ଏକ ଆମ୍ବୁଲାନ୍ସ (ଓ ଆର ୨୨ଏଫ ୦୨୭୪) ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା। ଆମ୍ବୁଲାନ୍ସ ନଅଟକିବାରୁ ପୋଲିସ ସନ୍ଦେହ କରି ପିଛା କରିଥିଲା। ଫଳରେ ଚାଳକ ଗାଡି ରାସ୍ତାରେ ରଖି ଫେରାର ହୋଇଯାଇଥିଲା। ଆମ୍ବୁଲାନ୍ସ ଭିତରେ ୪ ଟି ଗୋରୁ ଥିବା ଜଣାପଡିଥିଲା । ପୋଲିସ ଆମ୍ବୁଲାନ୍ସ କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛ।