ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି ସଂଗ୍ରହାଳୟ ପ୍ରତିଷ୍ଠା କରିବ ବୋଲି ନିକଟରେ ଘୋଷଣା କରିଛି। ଏହା ଗାଈମାନଙ୍କ ଧର୍ମୀୟ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରିବା ସହ ସାଧାରଣ ଲୋକଙ୍କ ସକାଶେ ବୈଜ୍ଞାନିକ ଉପଯୋଗିତା ଆଣିବ ବୋଲି କୁହାଯାଇଛି। ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ କ୍ଷୀରଜାତୀୟ ପଦାର୍ଥର ଅନ୍ୟତମ ଉତ୍ସ ହେଉଛି ଗାଈ। ଆଜିର ସ୍ଥିତିରେ ଦେଶୀ ଗାଈ ଆଉ ମିଳୁନାହାନ୍ତି। ସବୁଠି ହାଇବ୍ରିଡ୍‌ ବା ସଙ୍କରଜାତୀୟ ଗାଈ। ଜନସଂଖ୍ୟାକୁ ଲକ୍ଷ୍ୟ କରି ସେମାନଙ୍କ ସଂଖ୍ୟାକୁ ବଢ଼ାଇ ଦିଆଯାଉଛି। ବିଶାଳ ଜନସଂଖ୍ୟାବିଶିଷ୍ଟ ଦେଶରେ ଲୋକଙ୍କ ଖାଦ୍ୟ ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଦୁଗ୍ଧଜାତ ଖାଦ୍ୟର ଆବଶ୍ୟକତା ବଢ଼ୁଛି। ଅବଶ୍ୟ ଏବକାର ବୈଜ୍ଞାନିକମାନଙ୍କ ମତରେ ଗାଈ କ୍ଷୀର ପିଇବା ମଣିଷ ପାଇଁ ଅସ୍ବାସ୍ଥ୍ୟକର। ଏହା ବ୍ୟତୀତ ମନେରଖିବାକୁ ହେବ ଯେ, ଜନ୍ମ କରିବା ପରେ ଗାଈ କ୍ଷୀର କେବଳ ତାହାରି ବାଛୁରି ପାଇଁ ଉଦ୍ଦିଷ୍ଟ। ସେହି ଦୁଗ୍ଧକୁ ମଣିଷ ଦୁହିଁନେବାଟା କୌଣସି ଭାବେ ଆଧ୍ୟାତ୍ମିକ ମାନଦଣ୍ଡ ପୂରଣ କରେନାହିଁ। ଆଧୁନିକ ପୃଥିବୀରେ ‘ଭେଗାନ୍‌’ ଖାଦ୍ୟ ପ୍ରତି ଅନେକେ ଆକୃଷ୍ଟ ହେଉଛନ୍ତି। ଏହାର ଅର୍ଥ ହେଲା ମଣିଷ ଖାଦ୍ୟରେ ପଶୁ ମାଂସ, ଗୋରସର ବ୍ୟବହାର କୌଣସି ଭାବେ ସ୍ବାସ୍ଥ୍ୟପ୍ରଦ ନୁହେଁ। ତେଣୁ ଗୋମାଂସ ଖାଇବା ଯେତିକି ପାପ, ସେହିଭଳି ଗୋରସ ପିଇବା ମଧ୍ୟ ଅନୁରୂପ ଦୃଷ୍ଟିରେ ଦେଖିବା ଉଚିତ। ତେବେ ମଣିଷ ନିଜ ସୁବିଧା ପାଇଁ ସବୁ ବିଷୟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିପାରେ। ଭାରତ ଭଳି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ପୂର୍ବରୁ ଅନେକ ଜଙ୍ଗଲ ଥିଲା। ସେହିଭଳି ଜନସଂଖ୍ୟା ମଧ୍ୟ ଆଜିଭଳି ଭରପୂର ନ ଥିଲା। ସ୍ବାଧୀନତା ବେଳେ ଜନସଂଖ୍ୟା ପ୍ରାୟ ୩୫ କୋଟି ଥିଲା। ସେତେବେଳେ ଗୋରୁଙ୍କ ସଂଖ୍ୟା ତଦନୁଯାୟୀ ଥିବ ବୋଲି କୁହାଯାଇପାରେ। ଯେହେତୁ ଅଧିକ ଗାଈ ଗ୍ରାମାଞ୍ଚଳରେ ରହୁଥିଲେ, ସେଥିପାଇଁ ଜଙ୍ଗଲୀ ଜନ୍ତୁଙ୍କର ଶିକାର ମଧ୍ୟ ପାଲଟୁଥିଲେ। ସମ୍ଭବତଃ ସେଥିପାଇଁ ଗାଈଙ୍କୁ ମାତାର ରୂପ ଦିଆଯାଇଛି। ସୁରକ୍ଷିତ ରଖିବାର ଉଦ୍ୟମ ମଧ୍ୟ କରାଯାଇଥିଲା। ପ୍ରକୃତି ହିସାବରେ ସବୁ ଜନ୍ତୁଙ୍କର ଏକ ବିଶେଷ ଭୂମିକା ରହିଛି। ଖାଦ୍ୟଶୃଙ୍ଖଳରେ ଗାଈର ସ୍ଥାନ ଅତି ତଳେ। ତେଣୁ ହିନ୍ଦୁ ଧର୍ମରେ ଗୋମାତାକୁ ଗୁରୁତ୍ୱ ଦିଆଯାଇଥିଲା, କାରଣ ସେତେବେଳେ ତା’ର ଅର୍ଥନୈତିକ ଉଦ୍ଦେଶ୍ୟ ରହିଥିବ। ଆଜି ମଧ୍ୟ ସେହି ପ୍ରାଣୀର ଅର୍ଥନୈତିକ ମୂଲ୍ୟ ବଜାୟ ରହିଛି।
୨୦୨୪ରେ ପ୍ରକାଶିତ ଏକ ପରିସଂଖ୍ୟାନ ଅନୁଯାୟୀ ଭାରତରେ ୩୦ କୋଟିରୁ ଊର୍ଦ୍ଧ୍ୱ ଗୋରୁ ଥିଲେ। ଇତିମଧ୍ୟରେ ସେମାନଙ୍କ ସଂଖ୍ୟା ନିଶ୍ଚୟ ବଢ଼ିଥିବ। ହେଲେ ସେଥିରୁ କ୍ୱଚିତ ପ୍ରାକୃତିକ ଉପାୟରେ ବଢ଼ୁଥିବା ଗାଈ ମିଳିବେ। ଗୋଟିଏ ପଟେ ଗାଈକୁ ଭାରତରେ ପବିତ୍ର ଆଖ୍ୟା ଦିଆଯାଇ ହିନ୍ଦୁ ପୁରାଣ ଶାସ୍ତ୍ରରେ ଉଚ୍ଚସ୍ଥାନ ଦିଆଯାଇଛି। ଅନ୍ୟପଟେ ହୋଲଷ୍ଟିନ୍‌ ଭଳି ହାଇବ୍ରିଡ୍‌ ଗାଈକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବର ପରିସ୍ଥିତିରେ ଗାଈକୁ ପ୍ରାଣୀ ସ୍ତରରେ ରଖା ନ ଯାଇ ଧର୍ମ ଓ ରାଜନୀତି ସ୍ତରକୁ ନିଆଯାଉଥିବାରୁ ସାମାଜିକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନେ ଗୋରୁଙ୍କୁ କଂସେଇଖାନାକୁ ନେଇଥାଆନ୍ତି। ହିନ୍ଦୁ କୃଷକମାନେ ଗାଈକୁ ବିକ୍ରି କରିଥାନ୍ତି। ଏବର ଅସୁବିଧା ହେଲା ଗୋରୁଙ୍କୁ ନେଇ ଯାଉଥିବା ଲୋକଙ୍କୁ ପିଟି ମାରିଦିଆଯାଉଛି। କଂସେଇଖାନାକୁ ନେବା ପାଇଁ ଲୋକ ଆସୁ ନ ଥିବାରୁ ଗ୍ରାମାଞ୍ଚଳରେ ଅଦରକାରୀ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶରୁ ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।
ଜୈବ ବିବିଧତା ବଜାୟ ରଖିବା ଲାଗି ସନ୍ତୁଳନତାର ଆବଶ୍ୟକତା ରହିଛି। ଆଜିର ସମୟରେ ପ୍ରାଣୀମାନଙ୍କ ମଧ୍ୟରେ ସନ୍ତୁଳନ ନ ରହିବାରୁ ଗୋଟେ ଗୋଟେ ପ୍ରଜାତି ବିଲୁପ୍ତପ୍ରାୟ ହେଉଥିବା ବେଳେ କେତେ ପ୍ରାଣୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହା ପ୍ରକୃତିର ଭାରସାମ୍ୟକୁ ଅସନ୍ତୁଳନ କରୁଛି। ଅନ୍ୟ ଦେଶରେ ଅବାଞ୍ଛିତ ଭାବେ ବଢ଼ିଯାଉଥିବା ପ୍ରାଣୀଙ୍କ ‘କଲିଂ’ କରାଯାଉଛି। ତେଣୁ ଜୈବ ସନ୍ତୁଳନ ବଜାୟ ରଖିବା ପାଇଁ ସବୁ ପ୍ରାଣୀଙ୍କ ଉପସ୍ଥିତି ରହିବା ନିହାତି ଦରକାର। ହାତୀ ବଣର ବଡ଼ ଜୀବ। ଏହା ଗଛ ଉପରକୁ ଶୁଣ୍ଢ ବଢ଼ାଇ ଡାଳପତ୍ର ଖାଇଗଲେ ତଳେ ଅନ୍ୟ ଗଛଗୁଡ଼ିକ ବଢ଼ିବାରେ ସହାୟକ ହୋଇଥାଏ। ସେହିପରି ହରିଣ ଶିକାର କରି ବାଘ ବଞ୍ଚେ। ବାଘ ସଂଖ୍ୟା ଲୋପ ପାଇଗଲେ ହରିଣ ବଢ଼ିଯିବେ।

ପଢ଼ନ୍ତୁ ➡️ପାଖ ବିଦେଶ

କେବଳ ଗାଈଙ୍କ ସୁରକ୍ଷା ଓ ସେମାନଙ୍କ ବିଷୟରେ ସର୍ବବ୍ୟାପୀ କାର୍ଯ୍ୟ ହେଲେ ଅନ୍ୟ ପ୍ରାଣୀମାନେ ଅଣଦେଖା ହୋଇଯିବେ। ଧର୍ମୀୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ରଖାଯାଇ ଗାଈଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଉଛି, ସମାନ ପ୍ରକାର ପ୍ରାଧାନ୍ୟ ଅନ୍ୟ ଜୀବ ପ୍ରତି ଦିଆଯିବା ଦରକାର। କାରଣ ଉତ୍ତମ ପ୍ରାଣିମଣ୍ଡଳ ଲାଗି ସଭିଁଙ୍କ ଉପସ୍ଥିତି କେବଳ ଆବଶ୍ୟକ ନୁହେଁ, ଅତ୍ୟନ୍ତ ଜରୁରୀ। ଏ ଦିଗରେ ନୀତି ପ୍ରଣେତାମାନେ ଚିନ୍ତାର ପରିସରକୁ ସର୍ବବ୍ୟାପୀ କରିବା ଲୋଡ଼ା ପଡ଼ିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri