କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଗାଈ ମୃତ

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଖୁଟବନ ଭେରା ପଞ୍ଚାୟତ କରଚୁଳ ଗାଁରେ ସୋମବାର କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଏକ ଗାଈର ମୃତ୍ୟୁ ଘଟିଛି  ଗାଁର ବିଷ୍ଣୁ ଶବରଙ୍କ ଗାଈ ଖୋଲା ଛାତତଳେ ବନ୍ଧାଯାଇଥିବାବେଳେ ହଠାତ୍‌ କାଳବୈଶାଖି ପ୍ରଭାବରେ ଗାଁରେ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଗାଈ ଉପରେ ପଡିଥିଲା। ଫଳରେ ଗାଈର ମୃତ୍ୟୁ ଘଟିଥିଲା। ପାଖରେ ଥିବା ଅନ୍ୟ ଗାଈ ଓ ପରିବାର ଲୋକେ ଲଥିରୁ ବର୍ତ୍ତି ଯାଇଥିଲେ। ବାରମ୍ବାର ଫୋନ କରିବା ପରେ ବିଭାଗୀୟ କର୍ମଚାରୀ ପହଞ୍ଚତ୍ ବିଦ୍ୟୁତ୍‌ ସରବରାହ ବନ୍ଦ କରିଥିଲେ। ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁ ଦୁଧିଆଳି ଗାଈର ମୃତ୍ୟୁ ଘଟିଛି। ୭ଦିନ ଭିତରେ କ୍ଷତିପୂରଣ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Share