ରେଲଓ୍ବେ ଲଗାଇବ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା;ସାମ୍ନାକୁ ଆସିଲେ ଜଣାଇଦେବ ଲକ୍ଷଣ

ନୂଆଦିଲ୍ଲୀ,୨୭।୬: କରୋନା ବିରୋଧରେ ଲଢ଼େଇ ଜାରି ରଖିବା ସହ ରେଲଓ୍ବେ ନିରନ୍ତର ଟେକ୍ନାଲୋଜିର ସହାୟତା ନେଉଛି। ଏହାଦ୍ୱାରା ସଫଳତା ମଧ୍ୟ ମିଳୁଛି। ଷ୍ଟେଶନ ପରିସରରେ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା ବର୍ତ୍ତମାନ ରେଲଓ୍ବେ ନିଷ୍ପତ୍ତି ନେଇଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ ପରିଚାଳିତ ହେବ। ଏହା ଦ୍ୱାରା ଷ୍ଟେଶନ ପରିସରରେ ପ୍ରବେଶ କରୁଥିବା ଲୋକଙ୍କ ବଡି ଟେମ୍ପରେଚର ମପାଯାଇ ପାରିବ। ସେହିଭଳି କିଏ ମାସ୍କ ନ ପିନ୍ଧିଥିଲେ ମଧ୍ୟ ଏଥିରୁ ସ୍ପଷ୍ଟ ଭାବେ ଜଣାପଡିଯିବ। ଏହି ଯୋଜନା ଅନ୍ତର୍ଗତ ରେଲଟେଲ ପକ୍ଷରୁ ୮୦୦ରୁ ଊର୍ଦ୍ଧ୍ୱ କ୍ୟାମେରା କ୍ରୟ କରିବା ଲାଗି ଟେଣ୍ଡର ଜାରି କରାଯାଇଛି। ରେଲଓ୍ବେର ମୁମ୍ବାଇ ଜୋନ ପକ୍ଷରୁ ଏଭଳି ପ୍ରଥମ କ୍ୟାମେରା କ୍ରୟ କରାଯାଇଛି। ଅନ୍ୟ ଜୋନଗୁଡିକ ମଧ୍ୟ ଏ ଦିଗରେ ଅଗ୍ରସର ହେଉଛନ୍ତି। ବର୍ତ୍ତମାନ ରେଲଓ୍ବେ କେବଳ ସ୍ବତନ୍ତ୍ର ଟ୍ରେନଗୁଡିକୁ ଚଳାଉଛି। ଅଗଷ୍ଟ ୧୨ ଯାଏ ନିୟମିତ ରେଳ ସେବା ବନ୍ଦ ରହିଛି। ସେହିଭଳି ଯାତ୍ରୀଙ୍କ ଶରୀରର ଉତ୍ତାପ ମାପିବା ଲାଗି ବ୍ଲାକ୍‌ବଡି ଟେମ୍ପରେଚର କ୍ୟାମେରା ସହ ଅନ୍ୟ ଏକ ସ୍ବତନ୍ତ୍ର କ୍ୟାମେରା ଲଗାଇବା ଲାଗି ବ୍ୟବସ୍ଥା ହେଉଛି। ଏହି କ୍ୟାମେରା ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ରେଲଓ୍ବେର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri