ଏହି ୪ ପ୍ରକାର ବ୍ୟକ୍ତିଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ: ଜାଣନ୍ତୁ…

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନକୁ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନାକୁ ନେଇ ଲୋକଙ୍କ ମନରେ ଅଧିକ ଭୟ ରହିବା ସୁନିଶ୍ଚିତ। ତେବେ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ ସେମାନେ ଏଥିରେ ବିଜୟୀ ହେଉଛନ୍ତି। କରୋନାକୁ ନେଇ ସମଗ୍ର ବିଶ୍ୱରେ ବିଶେଷଜ୍ଞମାନେ ପରୀକ୍ଷା ଚଲାଇଛନ୍ତି। ଏହାକୁ ନେଇ ସବୁବେଳେ କିଛି ନା କିଛି ନୂଆ କଥା ସମ୍ମୁଖକୁ ଆସୁଛି। କେହି କେହି ଏହି ଜୀବାଣୁର ନୂତନ ଲକ୍ଷଣ ବାହାର କରୁଥିବା ବେଳେ ଆଉ କେହି ଏହା ବ୍ୟାପିବାର ନୂଆ ପଦ୍ଧତି ବିଷୟରେ କହୁଛନ୍ତି। ତେବେ ଏପରି ୪ ପ୍ରକାର ଲୋକଙ୍କୁ କରୋନା ହେଲେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।
ଦକ୍ଷିଣ କୋରିଆର ୟେଙ୍ଗନାମ୍‌ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ପ୍ରଫେସରମାନେ ୧୧୦ଜଣ କରୋନା ରୋଗୀଙ୍କୁ ନେଇ ଏକ ଗବେଷଣା କରିଛନ୍ତି। ଫେବୃୟାରୀ ୧୯ରୁ ଅପ୍ରେଲ ୧୫ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହୋଇଛି। ଏହି ରୋଗୀଙ୍କୁ ନେଇ ବିଶେଷଜ୍ଞମାନେ ଏକ ମାନଦଣ୍ଡ ସ୍ଥିର କରିଛନ୍ତି। ଯେଉଁମାନଙ୍କ ନିକଟରେ ଏହି ୪ଟି ଲକ୍ଷଣ ଦେଖାଦେଇଛି ସେମାନଙ୍କ ମୃତ୍ୟୁ ଘଟିଛି।

ଏମାନଙ୍କ ମଧ୍ୟରେ ପ୍ରଥମେ ଆସୁଛନ୍ତି ଡାଇବେଟିସ ରୋଗୀ। ଏହି ରୋଗୀଙ୍କୁ କରୋନା ହେଲେ ସେମାନଙ୍କ ବଞ୍ଚିବା କଷ୍ଟକର। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଅଧିକାଂଶ ଲୋକ ଡାଇବେଟିସ ତଥା ମଧୁମେହରେ ପୀଡିତ ବୋଲି ଜଣାପଡ଼ିଛି।
ଦ୍ୱିତୀୟରେ ଆସୁଛନ୍ତି ଶରୀରରେ ଅଧିକ ତାପମାତ୍ରା ରହୁଥିବା ବ୍ୟକ୍ତି। ଏମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ତୃତୀୟ ବ୍ୟକ୍ତି ହେଲେ ଯେଉଁମାନଙ୍କ ଶରୀରରେ ଅମ୍ଳଜାନର ଅଭାବ ଥାଏ। କରୋନାର ଏକ ଲକ୍ଷଣ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା। ଯେଉଁମାନଙ୍କ ଶରୀରରେ ଅମ୍ଳଜାନର ଅଭାବ ରହିଛି ସେମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ।
ଶେଷ ସମସ୍ୟା ହେଲା ହୃଦ୍‌ଘାତ। ଯଦି କୌଣସି ବ୍ୟକ୍ତି ପୂର୍ବରୁ ହାର୍ଟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri