ଏହି ୪ ପ୍ରକାର ବ୍ୟକ୍ତିଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ: ଜାଣନ୍ତୁ…

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନକୁ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନାକୁ ନେଇ ଲୋକଙ୍କ ମନରେ ଅଧିକ ଭୟ ରହିବା ସୁନିଶ୍ଚିତ। ତେବେ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ ସେମାନେ ଏଥିରେ ବିଜୟୀ ହେଉଛନ୍ତି। କରୋନାକୁ ନେଇ ସମଗ୍ର ବିଶ୍ୱରେ ବିଶେଷଜ୍ଞମାନେ ପରୀକ୍ଷା ଚଲାଇଛନ୍ତି। ଏହାକୁ ନେଇ ସବୁବେଳେ କିଛି ନା କିଛି ନୂଆ କଥା ସମ୍ମୁଖକୁ ଆସୁଛି। କେହି କେହି ଏହି ଜୀବାଣୁର ନୂତନ ଲକ୍ଷଣ ବାହାର କରୁଥିବା ବେଳେ ଆଉ କେହି ଏହା ବ୍ୟାପିବାର ନୂଆ ପଦ୍ଧତି ବିଷୟରେ କହୁଛନ୍ତି। ତେବେ ଏପରି ୪ ପ୍ରକାର ଲୋକଙ୍କୁ କରୋନା ହେଲେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।
ଦକ୍ଷିଣ କୋରିଆର ୟେଙ୍ଗନାମ୍‌ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ପ୍ରଫେସରମାନେ ୧୧୦ଜଣ କରୋନା ରୋଗୀଙ୍କୁ ନେଇ ଏକ ଗବେଷଣା କରିଛନ୍ତି। ଫେବୃୟାରୀ ୧୯ରୁ ଅପ୍ରେଲ ୧୫ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହୋଇଛି। ଏହି ରୋଗୀଙ୍କୁ ନେଇ ବିଶେଷଜ୍ଞମାନେ ଏକ ମାନଦଣ୍ଡ ସ୍ଥିର କରିଛନ୍ତି। ଯେଉଁମାନଙ୍କ ନିକଟରେ ଏହି ୪ଟି ଲକ୍ଷଣ ଦେଖାଦେଇଛି ସେମାନଙ୍କ ମୃତ୍ୟୁ ଘଟିଛି।

ଏମାନଙ୍କ ମଧ୍ୟରେ ପ୍ରଥମେ ଆସୁଛନ୍ତି ଡାଇବେଟିସ ରୋଗୀ। ଏହି ରୋଗୀଙ୍କୁ କରୋନା ହେଲେ ସେମାନଙ୍କ ବଞ୍ଚିବା କଷ୍ଟକର। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଅଧିକାଂଶ ଲୋକ ଡାଇବେଟିସ ତଥା ମଧୁମେହରେ ପୀଡିତ ବୋଲି ଜଣାପଡ଼ିଛି।
ଦ୍ୱିତୀୟରେ ଆସୁଛନ୍ତି ଶରୀରରେ ଅଧିକ ତାପମାତ୍ରା ରହୁଥିବା ବ୍ୟକ୍ତି। ଏମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ତୃତୀୟ ବ୍ୟକ୍ତି ହେଲେ ଯେଉଁମାନଙ୍କ ଶରୀରରେ ଅମ୍ଳଜାନର ଅଭାବ ଥାଏ। କରୋନାର ଏକ ଲକ୍ଷଣ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା। ଯେଉଁମାନଙ୍କ ଶରୀରରେ ଅମ୍ଳଜାନର ଅଭାବ ରହିଛି ସେମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ।
ଶେଷ ସମସ୍ୟା ହେଲା ହୃଦ୍‌ଘାତ। ଯଦି କୌଣସି ବ୍ୟକ୍ତି ପୂର୍ବରୁ ହାର୍ଟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କୁ କରୋନା ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।...

କରୋନାରେ ୧୨ ଜୀବନ ଗଲା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ...

ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା...

ଭୁବନେଶ୍ୱରରେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା

ଭୁବନେଶ୍ୱର,୪ା୫ (ବ୍ୟୁରୋ):ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛିଟା କଟକଣା କରାଯାଉଛି। ଦିନରେ ପରିବା ବେପାରୀଙ୍କଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା...

ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷୀୟ ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରର ମଧୁସୂଦନ ନଗରର ବୋଲି ସୂଚନା ମିଳିଛି। ଏ...

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ...

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା...

ଅକ୍ସିଜେନ୍‌ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ...

Advertisement
Archives

Model This Week