ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ଭୀମସାର୍‌, ବୁର୍ଲା ଡାକ୍ତରଖାନାରୁ କଲାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକସ୍ଥିତ ନିଜ ଘରକୁ ଶିଶୁପୁତ୍ରର ମୃତଦେହ ନେବାରେ ଏକ ଦମ୍ପତି ହଟହଟା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ସେମାନେ ଏକ ବସ୍‌ ଯୋଗେ ମୃତଦେହ ଧରି ବରଗଡ଼ ପହଞ୍ଚିବା ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଏବଂ ଉପଜିଲାପାଳ କୁମାର ନାଗଭୂଷଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ପ୍ରକାଶ ଯେ, ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଢ଼େକନାଗୁଡ଼ା ଗ୍ରାମର ଅରକ୍ଷିତ ଗୋପାଳ ତାଙ୍କ ସାନପୁଅ ଜଳନ୍ଧର(୪)ଙ୍କ ଦେହ ଅସୁସ୍ଥ ହେବା ଯୋଗୁ ସ୍ତ୍ରୀଙ୍କ ସହିତ ତାଙ୍କୁ ଧରି ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏହି ଦମ୍ପତି ନିହାତି ଗରିବ ହୋଇଥିବା ଯୋଗୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ନେହୁରା ହୋଇଥିଲେ। କିନ୍ତୁ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ମହାପ୍ରୟାଣ ଗାଡ଼ି ଯିବା ବ୍ୟବସ୍ଥା ନ ଥିବା ସମ୍ପୃକ୍ତ କର୍ମଚାରୀମାନେ ଜଣାଇଥିଲେ।
ଏହାପରେ ଉକ୍ତ ଦମ୍ପତି ଏକ ଘରୋଇ ବସ୍‌ ଯୋଗେ ଶିଶୁପୁତ୍ରର ମୃତଦେହ ଧରି ବରଗଡ଼ ପହଞ୍ଚଥିଲେ। ବରଗଡ଼ରୁ ଧର୍ମଗଡ଼ ସିଧାସଳଖ ବସ୍‌ ଯାଉଥିବାରୁ ସେହି ବସ୍‌ରେ ସେମାନେ ଯିବା ପାଇଁ ଚାହିଁଥିଲେ। ହେଲେ କୁଆଡ଼େ ସେହି ବସ୍‌ରେ ମୃତଦେହ ଧରି ଯିବାକୁ ବସ୍‌ କର୍ମଚାରୀମାନେ ମନା କରିଥିଲେ। ଅନ୍ୟ ଉପାୟ ନ ପାଇଁ ଟ୍ୟାକ୍ସିଷ୍ଟାଣ୍ଡ ପଟକୁ ଚାଲି ଆସୁଥିଲେ।
ତାହା ଦେଖି ଘଟଣା ସମ୍ପକରେ ସ୍ଥାନୀୟ ଲୋକେ ସେମାନଙ୍କୁ ପଚାରିଥିଲେ। ଘଟଣାଟି ଜାଣିବା ପରେ ଟ୍ୟାକ୍ସି ଚାଳକମାନେ ସଂକଳ୍ପ ପରିବାରକୁ ସେ ନେଇ ସୂଚନା ଦେଇଥିଲେ। ଖବର ପାଇ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଟ୍ୟାକ୍ସିଷ୍ଟାଣ୍ଡରେ ପହଞ୍ଚିଥିଲେ ଏବଂ ସେହି ଦମ୍ପତିଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ଜାଣିବା ପରେ ସଂକଳ୍ପ ପରିବାର ଉପଜିଲାପାଳ ନାଗଭୂଷଣଙ୍କୁ ଜଣାଇଥିଲେ। ଏହାପରେ ଉପଜିଲାପାଳ ସେମାନଙ୍କ ପାଇଁ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ଏବଂ ସେହି ଆମ୍ବୁଲାନ୍ସରେ ଶିଶୁପୁତ୍ରର ମୃତଦେହ ଧରି ସେହି ଦମ୍ପତି ତାଙ୍କ ଘରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri