ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ଭୀମସାର୍‌, ବୁର୍ଲା ଡାକ୍ତରଖାନାରୁ କଲାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକସ୍ଥିତ ନିଜ ଘରକୁ ଶିଶୁପୁତ୍ରର ମୃତଦେହ ନେବାରେ ଏକ ଦମ୍ପତି ହଟହଟା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ସେମାନେ ଏକ ବସ୍‌ ଯୋଗେ ମୃତଦେହ ଧରି ବରଗଡ଼ ପହଞ୍ଚିବା ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଏବଂ ଉପଜିଲାପାଳ କୁମାର ନାଗଭୂଷଣ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ପ୍ରକାଶ ଯେ, ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଢ଼େକନାଗୁଡ଼ା ଗ୍ରାମର ଅରକ୍ଷିତ ଗୋପାଳ ତାଙ୍କ ସାନପୁଅ ଜଳନ୍ଧର(୪)ଙ୍କ ଦେହ ଅସୁସ୍ଥ ହେବା ଯୋଗୁ ସ୍ତ୍ରୀଙ୍କ ସହିତ ତାଙ୍କୁ ଧରି ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏହି ଦମ୍ପତି ନିହାତି ଗରିବ ହୋଇଥିବା ଯୋଗୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ନେହୁରା ହୋଇଥିଲେ। କିନ୍ତୁ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ମହାପ୍ରୟାଣ ଗାଡ଼ି ଯିବା ବ୍ୟବସ୍ଥା ନ ଥିବା ସମ୍ପୃକ୍ତ କର୍ମଚାରୀମାନେ ଜଣାଇଥିଲେ।
ଏହାପରେ ଉକ୍ତ ଦମ୍ପତି ଏକ ଘରୋଇ ବସ୍‌ ଯୋଗେ ଶିଶୁପୁତ୍ରର ମୃତଦେହ ଧରି ବରଗଡ଼ ପହଞ୍ଚଥିଲେ। ବରଗଡ଼ରୁ ଧର୍ମଗଡ଼ ସିଧାସଳଖ ବସ୍‌ ଯାଉଥିବାରୁ ସେହି ବସ୍‌ରେ ସେମାନେ ଯିବା ପାଇଁ ଚାହିଁଥିଲେ। ହେଲେ କୁଆଡ଼େ ସେହି ବସ୍‌ରେ ମୃତଦେହ ଧରି ଯିବାକୁ ବସ୍‌ କର୍ମଚାରୀମାନେ ମନା କରିଥିଲେ। ଅନ୍ୟ ଉପାୟ ନ ପାଇଁ ଟ୍ୟାକ୍ସିଷ୍ଟାଣ୍ଡ ପଟକୁ ଚାଲି ଆସୁଥିଲେ।
ତାହା ଦେଖି ଘଟଣା ସମ୍ପକରେ ସ୍ଥାନୀୟ ଲୋକେ ସେମାନଙ୍କୁ ପଚାରିଥିଲେ। ଘଟଣାଟି ଜାଣିବା ପରେ ଟ୍ୟାକ୍ସି ଚାଳକମାନେ ସଂକଳ୍ପ ପରିବାରକୁ ସେ ନେଇ ସୂଚନା ଦେଇଥିଲେ। ଖବର ପାଇ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଟ୍ୟାକ୍ସିଷ୍ଟାଣ୍ଡରେ ପହଞ୍ଚିଥିଲେ ଏବଂ ସେହି ଦମ୍ପତିଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ଜାଣିବା ପରେ ସଂକଳ୍ପ ପରିବାର ଉପଜିଲାପାଳ ନାଗଭୂଷଣଙ୍କୁ ଜଣାଇଥିଲେ। ଏହାପରେ ଉପଜିଲାପାଳ ସେମାନଙ୍କ ପାଇଁ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ଏବଂ ସେହି ଆମ୍ବୁଲାନ୍ସରେ ଶିଶୁପୁତ୍ରର ମୃତଦେହ ଧରି ସେହି ଦମ୍ପତି ତାଙ୍କ ଘରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri