ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ

ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ ଗାଡ଼ି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଫେରୁଥିବା ବେଳେ ଘୁନସର କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟ୍‌ କରି ଫେରାର ମାରିଥିଲେ। ପରେ ଦମ୍ପତି ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଇଁତଳା ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣା ସମ୍ପର୍କରେ ତଦନ୍ତ ପରେ ଡ୍ରାଇଭର ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରିଥିଲା ପୋଲିସ। ଘଟଣାରେ ଉକ୍ତ ଗାଡି ଡ୍ରାଇଭର ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ସୁନା ହାର, ସୁନା ଚେନ ଦୁଇଟି, ଦୁଇଟି ବାଇକ୍‌, ଚାରୋଟି ବାଇକ୍‌ ଓ ଏକ ଲୁହା ଅସ୍ତ୍ର ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ବିଦ୍ୟାଶଙ୍କର ସାହୁ, ୨ ପିଣ୍ଟୁ ସାହୁ,ଚିନ୍ତାମଣି ସାହୁ ଓ ଜଣେ ନାବାଳକ ଥିବା ବଲାଙ୍ଗୀର ଏସ୍‌ପି ଅଭିଲାସ ଜୀ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଗାଁ ଧାନମଣ୍ଡି ପଳାଶପଙ୍ଗା ସେବା...

ଏପ୍ରିଲ ୨ରେ ଖଡ଼ିଛୁଆଁ: ପ୍ରବେଶ ଉତ୍ସବ ନେଇ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

କୋରାପୁଟ,୨୩ା୩(ଅମିତାଭ ବେହେରା): ଆସନ୍ତା ଏପ୍ରିଲ ୨ରେ ଆରମ୍ଭ ହେବାକୁ ଥିବା ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହୋଇଯାଇଛି।...

ବହି ଗୋଦାମରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବହି

ଜଗତସିଂହପୁର,୨୩।୩: ଜଗତସିଂହପୁର ଜନତା କୋଠି ଛକରେ ଥିବା ବହି ଗୋଦାମରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବହି ଏବଂ...

ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ଭାଜପାର ମିଶ୍ରଣ ପର୍ବ; ଦଳ ଛାଡି…

ଛତ୍ରପୁର, ୨୩।୩( ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟ ବଗଡ଼ ଗ୍ରାମ ନିକଟରେ ଭାଜପାର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ...

ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପିପିଲି,୨୩ା୩(ପ୍ରଭାତ କୁମାର ମହାପାତ୍ର): ପୁରୀ ଜିଲା ପିପିଲିରୁ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ…

କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ...

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର

ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ...

ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ, ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା

ଛତ୍ରପୁର, ୨୩।୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ସୋରଡ଼ାରେ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ଜଳକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri