Posted inଜାତୀୟ

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏକ ବ୍ରିଟିଶ ଦମ୍ପତିଙ୍କ କ୍ଷେତ୍ରରେ ଏହା ଘଟିଛି। ଝିଅର ଟିକ୍‌ଟକ୍‌ ନିଶା ପାଇଁ ଏହି ଦମ୍ପତି ୪୨,୦୦୦ ପାଉଣ୍ଡ( ପ୍ରାୟ ୫୧ ଲକ୍ଷ ଟଙ୍କା) ମୋବାଇଲ ବିଲ୍‌ ଗଣିଛନ୍ତି। ବ୍ରିଟେନର ଆଣ୍ଡ୍ର୍ୟୁ ଅଲ୍‌ଟି ନାମକ ଜଣେ ବ୍ୟକ୍ତି କପଡ଼ା ବ୍ୟବସାୟ କରନ୍ତି। ସେ ନିକଟରେ ନିଜ ପରିବାର ସହିତ ମରକ୍କୋ ବୁଲିବାକୁ ଯାଇଥିଲେ। ସେଠାରେ ସେ ପ୍ରାୟ ୮ ଦିନ ରହି ସ୍ବଦେଶ ଫେରିବା ସମୟରେ ତାଙ୍କ ନିକଟକୁ ୪୨,୦୦୦ ପାଉଣ୍ଡର ମୋବାଇଲ ବିଲ୍‌ ଆସିଥିଲା।

ଏହି ବିଲ୍‌ ଦେଖି ଆଣ୍ଡ୍ର୍ୟୁ ଘାବରାଇ ଯାଇଥିଲେ ମଧ୍ୟ ଏହା ଭୁଲ୍‌ବଶତଃ ତାଙ୍କ ନିକଟକୁ ଆସିଛି ବୋଲି ଧରି ନେଇଥିଲେ। କିନ୍ତୁ ବିଲ୍‌ ଭରଣା କରିବାକୁ କମ୍ପାନୀ ନିକଟରୁ ବାରମ୍ବାର ଫୋନ୍‌ ଆସିବା ପରେ ସେ ଅସଲ କାରଣ ଜାଣିବାକୁ ପାଇଥିଲେ। ଭୁଲ୍‌ କିମ୍ବା ଅନ୍ୟ କାହାର ବିଲ୍‌ ନୁହେଁ, ବରଂ ନିଜ ଝିଅର ଟିକ୍‌ଟକ୍‌ ନିଶା ପାଇଁ ତାଙ୍କ ନିକଟକୁ ଏହି ପରିମାଣର ବିଲ୍‌ ଆସିଥିବା ଜାଣିବାକୁ ପାଇଥିଲେ।

ଆଣ୍ଡ୍ର୍ୟୁ ପରିବାର ସହିତ ବିଦେଶ ବୁଲିବାକୁ ଟ୍ରାଭେଲ୍‌ ଏଜେନ୍ସି ସହିତ ଯେଉଁ ଚୁକ୍ତି କରିଥିଲେ ସେଥିରେ ୟୁରୋପ ବାହାରେ ଡାଟା ରୋମିଂ ସାମିଲ ନଥିଲା। କିନ୍ତୁ ବିଦେଶ ଭ୍ରମଣର ଶେଷ ଦିନରେ ଆଣ୍ଡ୍ର୍ୟୁଙ୍କ ଝିଅ ଦିନକୁ ୮ ଘଣ୍ଟା କେବଳ ଟିକ୍‌ଟକ୍‌ ଦେଖିଥିଲେ। ଏଥିପାଇଁ ଘଣ୍ଟା ବିଲ୍‌ ପରିମାଣ ଥିଲା ୫,୦୦୦ ପାଉଣ୍ଡରୁ ଅଧିକ। ସେହି ଅନୁସାରେ ଆଣ୍ଡ୍ର୍ୟୁଙ୍କ ନିକଟକୁ ମୋଟ ୪୨,୦୦୦ ପାଉଣ୍ଡର ବିଲ୍‌ ଆସିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri