ଅଟୋରେ ପେଟିପେଟି ମଦ ଆଣି ବ୍ୟବସାୟ କରୁଛନ୍ତି ଦମ୍ପତି, ଭିଡିଓ ଭାଇରାଲ ପରେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ବେଧଡ଼କ ଚାଲିଛି ଚୋରା ମଦକାରବାର ଓ ଜୁଆ ଆଡ୍ଡା। ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ତେଲି ଛକ, ବ୍ୟାଙ୍କ ଓ ସାହୁ ନଗର, ଜୁଡ଼ାବାଡି, ଶିବମନ୍ଦିର ରୋଡ୍‌ ଆଦିରେ କିଛି ବ୍ୟବସାୟୀ ଦେଶୀ ଓ ବିଦେଶୀ ମଦକୁ ବେଧଡ଼କ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପରିବାରର ସ୍ତ୍ରୀ-ସ୍ବାମୀ ଏକ କ୍ୟାବିନ୍‌ କରି ନାମକୁ ମାତ୍ର ବିସ୍କୁଟ ମିକ୍ସଚର ଓ ଅନ୍ୟାନ୍ୟ ସାମଗ୍ରୀ ଲୋକ ଦେଖାଣିଆ ବିକ୍ରି କରୁଥିବା ବେଳେ ଖୁଲମଖୁଲା ବିଦେଶୀ ମଦକୁ ଉକ୍ତ କ୍ୟାବିନରେ ବିକ୍ରି କରାଯାଉଛି। ସେହି ବ୍ୟବସାୟୀ ଜଣଙ୍କୁ ଭଡ଼ାସୂତ୍ରରେ ଦେଇଥିବା ମାଲିକଙ୍କ ଜାଣନ୍ତରେ ଏହି ସବୁ ବ୍ୟବସାୟୀ ଚାଲିଥିବା ଅଭିଯୋଗ ହେଉଛି। ଦାରିଙ୍ଗବାଡ଼ି ପୋଲିସ ଓ ଅବକାରୀ ବିଭାଗ ଶନିବାର ସନ୍ଧ୍ୟାରେ ଚଢ଼ାଉ କରି କିଛି ବିଦେଶୀ ମଦକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ମହିଳା ବ୍ୟବସାୟୀଜଣଙ୍କ ପୋଲିସକୁ ଦେଖି ଦୌଡ଼ି ଯାଇ ଚୋରା ବିଦେଶୀ ମଦ ରଖିଥିବା ଗୋଦାମ ଘରକୁ ତାଲା ପକାଇ ଚୁପ୍‌ଚାପ ଆସୁଥିବା ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି। ଏଥିସହ ପୋଲିସ ଧରିବା ପରେ ପୁଣି ଉକ୍ତ ସ୍ବାମୀ ଓ ସ୍ତ୍ରୀ ଚୋରା ବ୍ୟବସାୟକୁ ଚଳାଇଥିବା ଓ ଏକ ଅଟୋ ଯୋଗେ ପେଟି ପେଟି ବିଦେଶୀ ମଦକୁ ଉକ୍ତ ଗୋଦାମ ଘରେ ରଖୁଥିବା ଭିଡିଓ ଭାଇରାଲ ହେଉଛି। ଏହି ଖବର ପୋଲିସ ନିକଟରେ ମଧ୍ୟ ରହିଥିବା ଜଣାପଡ଼ିଛି। ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଏହାର କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏକାଧିକ ବ୍ୟବସାୟୀ ଚୋରା ମଦ କାରବାର କରୁଥିବା ବେଳେ ଜୁଡ଼ାବାଡ଼ିରେ ମଧ୍ୟ ଜଣେ ବ୍ୟବଦାୟୀ ଜୁଆଆଡ୍ଡା ଚଳାଇବା ସହ ଦେଶୀ ମଦ କାରବାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜୁଆ ଖେଳୁଥିବା ଲୋକ ସେଠାରେ ଅଧିକ ନିଶାସକ୍ତ ହୋଇ କ୍ଷତି ସହୁଥିବା ଚର୍ଚ୍ଚା ଜୋର ଧରିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri