ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା ପୁଣି ଥଣ୍ଡା ବୋତଲରେ। ଆଉ ସେହି ମଦ ଚାଲାଣ କରୁଛନ୍ତି ନାବାଳକ। ଉଦଳା ପୋଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ଭୁବନେଶ୍ୱର ଯାଉଥିବା ରାଜାବାବୁ ନାମକ ଘରୋଇ ବସରୁ ଦେଶୀ ମଦ ଜବତ କରିା ପରେ ଖୋଲିଛି ମଦ ଚାଲାଣର ରହସ୍ୟ। ବସରେ ମଦ ନେଇ ଯାଉଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକକୁ ପୋଲିସ ଅଟକ ରଖିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଉଦଳା ଥାନା ପାଟଶାଣିପୁର ଅଞ୍ଚଳରୁ ଦେଶୀ ମଦ ବ୍ୟବହୃତ ଥଣ୍ଡା ବୋତଲରେ ପୁରାଇ ତାହାକୁ ଚାଲାଣ କରାଯାଉଥିଲା। ଥଣ୍ଡା ବୋତଲ ଗୁଡିକୁ ବ୍ୟାଗରେ ଭର୍ତ୍ତି କରି ଜଣେ ଯାତ୍ରୀଙ୍କ ଭଳି ବସରେ ବସିଥିଲେ ଏହି ନାବାଳକ ଏବଂ ତାଙ୍କର ଦୁଇ ସାଥି। ପାଟଶାଣିପୁରରୁ ଭୁବନେଶ୍ୱର ସାଲିଆସାହି ଏହି ମଦ ନେଇ ଯାଉଥିବାବେଳେ ଖବର ପାଇ ପୋଲିସ ମାଡି ବସିଥିଲା। ବସରୁ ୩ ଗୋଟି ବ୍ୟାଗ ସହ ୩୪ ଗୋଟି ଦେଶୀ ମଦ ଭର୍ତ୍ତି ଥଣ୍ଡା ବୋତଲ ପୋଲିସ ଜବତ କରିଛି। ଜବତ ବ୍ୟାଗ ଗୁଡିକ ଚିହ୍ନଟ ପାଇଁ ତାହା ଉପରେ ଚିହ୍ନ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

 

Share