ଗଣତି ସରିଲା, ବିଭ୍ରାନ୍ତି ବଢ଼ିଲା

ବଲାଙ୍ଗୀର, ୧୨ା୧୨ (ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାର ବିଭିନ୍ନ ମଦଭାଟି, ମଦ ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚାଲିଥିବା ଆୟକର ବିଭାଗ ଚଢ଼ାଉ ସୋମବାର ଷଷ୍ଠଦିନରେ ପହଞ୍ଚତ୍ଛି। ରବିବାର ରାତି ୯ଟା ସୁଦ୍ଧା ମଦଭାଟିରୁ ଜବତ ଟଙ୍କା ଗଣତି ସରିଥିବା କୁହାଯାଇଥିଲା। ବଲାଙ୍ଗୀର କ୍ଷେତ୍ରୀୟ ବ୍ୟବସାୟିକ ବ୍ୟାଙ୍କର କ୍ଷେତ୍ରୀୟ ପରିଚାଳକ ଭଗତ ବେହେରା ବ୍ୟାଙ୍କ ଭିତରୁ ସୁରକ୍ଷା କର୍ମୀଙ୍କ ଗହଣରେ ଆସିଥିଲେ ମଧ୍ୟ ଗଣତି ସରିବା ପରେ ସମୁଦାୟ କେତେ ଟଙ୍କା ମିଳିଲା କହି ନ ଥିଲେ। ଆୟକର ବିଭାଗ ମଧ୍ୟ କୌଣସି ସୂଚନା ନ ଦେବାରୁ ବାସ୍ତବରେ ବଲାଙ୍ଗୀର ଜିଲାର ବଲାଙ୍ଗୀର, ଟିଟିଲାଗଡ଼ ମଦଭାଟି, ଅଫିସ ଏବଂ ମଦ ବ୍ୟବସାୟୀଙ୍କ ଘର ଓ ଭଡ଼ାଘରୁ କେତେ ଟଙ୍କା ମିଳିଛି ତାହା ସ୍ପଷ୍ଟ ହୋଇନାହିଁ। ଟଙ୍କା ଗଣତି ସରିିଥିବା କୁହାଯାଇଥିଲେ ମଧ୍ୟ କେତେ ଟଙ୍କା ମିଳିଲା ତାହା କୌଣସି ଦାୟିତ୍ୱସମ୍ପନ୍ନ ଆୟକର କିମ୍ବା ବ୍ୟାଙ୍କ ଅଧିକାରୀ କହୁ ନ ଥିବାରୁ ସାଧାରଣରେ ଜବତ ଟଙ୍କାକୁ ନେଇ ବିଭ୍ରାନ୍ତି ବଢ଼ିବାରେ ଲାଗିଛି। ସୋମବାର ବିଭିନ୍ନ ବୈଦ୍ୟୁତିକ, ଛାପା ଓ ୱେବ୍‌ ଗଣମାଧ୍ୟମରେ ଆୟକର ବିଭାଗର ଟଙ୍କା ଜବତକୁ ନେଇ ଭିନ୍ନ ଭିନ୍ନ ପରିସଂଖ୍ୟାନ ପ୍ରକାଶ ପାଇଥିବାରୁ ସର୍ବସାଧାରଣରେ ବିଭ୍ରାନ୍ତି ବୃଦ୍ଧି ପାଇଛି। ପ୍ରଥମ ଦିନ ଗଣତି ପରେ ଏସ୍‌ବିଆଇ ବ୍ୟବସାୟିକ କ୍ଷେତ୍ରୀୟ ପରିଚାଳକ ବେହେରା ପ୍ରଥମ ଦିନ ଗଣତି ଶେଷ ସୁଦ୍ଧା ୪୦ଟି ବ୍ୟାଗ୍‌ରୁ ୪୬ କୋଟି ଟଙ୍କା ବାହାରିଥିବା କହିଥିଲେ। ଏହାପରେ ୧୦୨ ବ୍ୟାଗ୍‌ ଗଣତି ସରିଥିବା କହିଥିଲେ ମଧ୍ୟ କେତେ ଟଙ୍କା ମିଳିଲା କହି ନ ଥିଲେ। ରବିବାର ରାତି ସୁଦ୍ଧା ସମୁଦାୟ ୧୭୬ ବ୍ୟାଗ୍‌ ଗଣତି ସରିଥିଲେ ମଧ୍ୟ କେତେ ଟଙ୍କା ମିଳିଲା ଗଣମାଧ୍ୟମକୁ ନ ଜଣାଇ ସୁରକ୍ଷାକର୍ମୀ ବଳୟରେ ବ୍ୟାଙ୍କରୁ ବାହାରି ଯାଇଥିଲେ।
ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏହି ମଦଭାଟିରୁ ଜବତ କୋଟି କୋଟି ଟଙ୍କା ବିଷୟରେ ଉଲ୍ଲେଖ କଲା ପରେ ମଧ୍ୟ ଆୟକର ବିଭାଗ ଏବଂ ଏସ୍‌ବିଆଇ ଅଧିକାରୀ କେଉଁ କାରଣରୁ ପ୍ରତିଦିନର ଆର୍ଥିକ ଓ ସମ୍ପତ୍ତିଗତ ଚଢ଼ାଉ ସମ୍ପର୍କରେ ସୂଚନା ଦେଉନାହାନ୍ତି ତାକୁ ନେଇ ସାଧାରଣରେ ବିଭ୍ରାନ୍ତି ବଢ଼ିଛି। ଆୟକର ବିଭାଗର ଚଢ଼ାଉ ବେଳେ ମଦଭାଟିରୁ ଯେଉଁ ବିପୁଳ ଟଙ୍କା ମିଳିଲା ବୋଲି କୁହାଯାଉଛି ତା’ର ଭିଡିଓ ରେକର୍ଡିଂ ହୋଇଛି କି ନାହିଁ ସେ ନେଇ ମଧ୍ୟ ସୂଚନା ଦିଆଯାଉ ନାହିଁ। ବାସ୍ତବରେ ଯେତିକି ଟଙ୍କା ମିଳିଛି ବୋଲି କୁହାଯାଉଛି ସେତିକି ମିଳିଛି ନା ତା’ ଠୁ ଢେର ଅଧିକ ଟଙ୍କା ମିଳିଛି ତାକୁ ନେଇ ମଧ୍ୟ ଲୋକେ ନାନା ପ୍ରଶ୍ନ କରୁଛନ୍ତି। ଏଭଳି ସ୍ଥିତିରେ ଆୟକର ବିଭାଗ ଏବଂ ବ୍ୟାଙ୍କ ଅଧିକାରୀମାନେ ଜବତ ଟଙ୍କା ସମ୍ପର୍କରେ ଠିକ୍‌ ସୂଚନା ନ ଦେବା ପଛରେ ଆଉ କ’ଣ ଉଦ୍ଦେଶ୍ୟ ଅଛି କି ସେ ନେଇ ଲୋକେ ଆଶଙ୍କାବ୍ୟକ୍ତ କରୁଛନ୍ତି। ସୋମବାର ରାତି ସୁଦ୍ଧା ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଗଣତି କରାଯାଇଥିବା ୨୮୫ କୋଟି ଟଙ୍କା ଡିପୋଜିଟ୍‌ କରାଯାଇଥିବା କୁହାଯାଉଛି। ଏହା ସହିତ ଏହି ବ୍ୟାଙ୍କରେ ଏତେ ପରିମାଣର ନଗଦ ଟଙ୍କ ରଖିବାକୁ କୁଆଡ଼େ ଜାଗା ନାହିଁ। ତେବେ ବାସ୍ତବରେ କେତେ ଟଙ୍କା ମିଳିଛି ଓ ଟଙ୍କା ରଖିବା ପାଇଁ ଜାଗା ଅଛି କି ନାହିଁ ସେନେଇ କୌଣସି ବ୍ୟାଙ୍କ କିମ୍ବା ଆୟକର ଅଧିକାରୀ ସୂଚନା ଦେଇ ନ ଥିବାରୁ ଏହାର ସତ୍ୟତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ସିଆଇଏସ୍‌ଏଫ୍‌ ସୁରକ୍ଷା କର୍ମୀମାନେ ଗଲା ୬ ଦିନ ହେଲା ବଲାଙ୍ଗୀର ସୁଦପଡ଼ା ମଦଭାଟି ଓ କ୍ଲବ୍‌ପଡା ମଦ ଅଫିସକୁ ଜଗି ରହିଛନ୍ତି। ସୋମବାର ପୂର୍ବାହ୍ନରେ ଆୟକର ବିଭାଗର କେତେଜଣ ଅଧିକାରୀ ସୁଦପଡ଼ା ମଦଭାଟିକୁ ଯାଇଥିଲେ। ସେଠାରେ ଢେର ସମୟ ଧରି ତନାଘନା ଚଳାଇଥିଲେ। ବିଭିନ୍ନ କାଗଜପତ୍ର, ହିସାବ ଖାତା, ଡାଏରୀକୁ ଆୟକର ବିଭାଗ ଜବତ କରିବା ସହ ତା’ର ଛାନଭିନ୍‌ କରୁଥିବା ଜଣାପଡିଛି। ଏହି ମଦଭାଟିରୁ ୩୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଜବତ କରାଯାଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ କେତେ ଟଙ୍କା ମିଳିଛି ସେନେଇ ବିଭାଗୀୟସ୍ତରରେ ସ୍ପଷ୍ଟ କରାଯାଇ ନାହିଁ। ସୁଦପଡା ମଦଭାଟି ମ୍ୟାନେଜର ବଣ୍ଟି ସାହୁ ଓ ରାଜେଶ ସାହୁଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ସୋମବାର ଭାଟି ଭିତରକୁ ଯାଇ ଡାକ୍ତର ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri