ବଜାରରେ ବିକ୍ରି ହେଉଛି ନକଲି ଔଷଧ: ଡବ୍ଲୁଏଚଓ ଚେତାବନୀ ପରେ ଡିସିଜିଆଇ ସତର୍କ…

ନୂଆଦିଲ୍ଲୀ,୧୦।୯ : କର୍କଟ ଏବଂ ଯକୃତ ପାଇଁ ନକଲି ଔଷଧ ସମ୍ବନ୍ଧରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ଚେତାବନୀ ଦେବା ପରେ ଭାରତ ସତର୍କ ହୋଇ ନିଜର କଠୋରତା ବୃଦ୍ଧି କରିଛି। ଔଷଧ ନିରାପତ୍ତା ଚେତାବନୀ ନେଇ ଡବ୍ଲୁଏଚଓ କର୍କଟ ଇଞ୍ଜେକଶନ ଆଡସେଟ୍ରିସ ଏବଂ ଯକୃତ ଔଷଧ ଡିଫେଟିଲିଓର ବଜାରରେ ଗତିବିଧି ଏବଂ ବିକ୍ରୟ ଉପରେ ତଦାରଖ ବୃଦ୍ଧି କରିଛି।

ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ ନିୟନ୍ତ୍ରକମାନଙ୍କୁ ବିକ୍ରୟ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତକୁ କହିଛି ଦେଶରେ ଅତି କମରେ ଆଠଟି ବିଭିନ୍ନ ବ୍ୟାଚ ନମ୍ବରରେ ଇଞ୍ଜେକଶନର ନକଲି ସଂସ୍କରଣ ବିକ୍ରି ହେଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତ ସମେତ ଚାରିଟି ଦେଶରେ ନକଲି ଇଞ୍ଜେକଶନ ପାଇବା ପରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ସେପ୍ଟେମ୍ବର ୫ ରେ ଏକ ଆଲର୍ଟ ଜାରି କରିଥିଲା ଏବଂ ଅନିୟମିତ ନମୁନା ନେବାକୁ ସାରା ଦେଶରେ ଡ୍ରଗ ନିୟାମକମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଜାତୀୟ ନିୟାମକ ଏଜେନ୍ସି ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବା ବୃତ୍ତିଗତମାନଙ୍କୁ ’ସତର୍କତାର ସହିତ ଔଷଧ ଲେଖିବାକୁ’ ଏବଂ ରୋଗୀଙ୍କଠାରେ ଔଷଧର କୌଣସି ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ହେଲେ ରିପୋର୍ଟ କରିବାକୁ କହିଥିଲେ।

ସମାନ ପରାମର୍ଶଦାତା ସମ୍ପର୍କରେ ଡିସିଜିଆଇ କହିଛନ୍ତି ଭାରତ ସମେତ ଚାରିଟି ବିଭିନ୍ନ ଦେଶରୁ ଟାକେଡା ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଉତ୍ପାଦିତ ଆଡସେଟ୍ରିସ ଇଞ୍ଜେକ୍ସନ ୫୦ ମିଲିଗ୍ରାମର ନକଲି ସଂସ୍କରଣ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସୁରକ୍ଷା ଆଲର୍ଟ ଜାରି କରିଛି।

ଜାପାନର ଫାର୍ମାସ୍ୟୁଟିକାଲ କମ୍ପାନୀ ଟାକେଡା ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ ଆଡସେଟ୍ରିସ ଇଞ୍ଜେକ୍ସନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ, ଯାହା ପୂର୍ବରୁ ଚିକିତ୍ସିତ ହୋଇ ନ ଥିବା ପର୍ଯ୍ୟାୟ ୩ କିମ୍ବା ୪ କ୍ଲାସିକାଲ ହାଜିକିନ ଲିମ୍ଫୋମା ସହିତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ କେମୋଥେରାପିରେ ବ୍ୟବହୃତ ହୋଇଥାଏ। ଏହା ମଧ୍ୟ ଦୁଇ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ପୂର୍ବରୁ ଚିକିତ୍ସା ହୋଇ ନ ଥିବା ଉଚ୍ଚ ବିପଦପୂର୍ଣ୍ଣ କ୍ଲାସିକାଲ ହାଜିକିନ ଲିମ୍ଫୋମାରେ ଦିଆଯାଏ। ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ପଠାଯାଇଥିବା ଚିଠିରେ ଡିସିଜି କହିଛନ୍ତି ଏହି ଔଷଧଗୁଡ଼ିକ ଅନଲାଇନରେ ସହଜରେ ଉପଲବ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri